କାର ସାଇଡମରାକୁ ନେଇ ତୁମୁଳକାଣ୍ଡ, ଖଣ୍ଡାରେ ଆକ୍ରମଣ କଲେ ବରଯାତ୍ରୀ
ବାଙ୍କୀ: ବାଙ୍କୀ ବ୍ଲକ ବୈଦେଶ୍ୱରରେ ବରଯାତ୍ରୀ ଦଳର ତୁମୁଳକାଣ୍ଡ। କାରର ସାଇଡ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଉତ୍ତ୍ୟକ୍ତ ବରଯାତ୍ରୀ... The post କାର ସାଇଡମରାକୁ ନେଇ ତୁମୁଳକାଣ୍ଡ, ଖଣ୍ଡାରେ ଆକ୍ରମଣ କଲେ ବରଯାତ୍ରୀ appeared first on .
ବାଙ୍କୀ: ବାଙ୍କୀ ବ୍ଲକ ବୈଦେଶ୍ୱରରେ ବରଯାତ୍ରୀ ଦଳର ତୁମୁଳକାଣ୍ଡ। କାରର ସାଇଡ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଉତ୍ତ୍ୟକ୍ତ ବରଯାତ୍ରୀ ଦଳ କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରି ୩ ଜଣଙ୍କୁ ଆହତ କରିଛନ୍ତି। ସୂଚନା ଅନୁସାରେ, ତିଗିରିଆ ଥାନା ବିନ୍ଧାଣିମା ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ଦଳ ବୈଦେଶ୍ୱର ଗାଁରୁ ପ୍ରୋସେସନ୍ କରି ଯାଉଥିବା ବେଳେ, ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାରର ସାଇଡ ମରାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ବରଯାତ୍ରୀ ଦଳ ପକ୍ଷରୁ ଆସିଥିବା ଯୁବକ ମାନେ ଉତ୍ତ୍ୟକ୍ତ ହୋଇ କାରକୁ ଭାଙ୍ଗିବା ସହ ଖଣ୍ଡାରେ ତିନି ଜଣଙ୍କୁ ଆକ୍ରମଣ କରିଥିଲେ। ବୈଦେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଛି। ଗୋଟିଏ ସ୍କର୍ପିଓ, କାର ସହିତ ପ୍ରୋସେଶନରେ ଯାଇଥିବା ଡିଜେ ଗାଡିକୁ ଥାନାରେ ଅଟକ ରଖିଛି। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ।
The post କାର ସାଇଡମରାକୁ ନେଇ ତୁମୁଳକାଣ୍ଡ, ଖଣ୍ଡାରେ ଆକ୍ରମଣ କଲେ ବରଯାତ୍ରୀ appeared first on .