ଆର୍ଏସ୍ଏସ୍ ଶିକ୍ଷାକୁ ନିୟନ୍ତ୍ରଣ କଲେ ଦେଶ ଧ୍ୱଂସ ହୋଇଯିବ: ରାହୁଲ
ନୂଆଦିଲ୍ଲୀ,୨୪ା୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଯଦି ଶିକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନିଏ ତେବେ ଦେଶ ଧ୍ୱଂସ ହୋଇଯିବ ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ଇଣ୍ଡିଆ ବ୍ଲକ୍ର ଦଳଗୁଡ଼ିକ ମଧ୍ୟରେ ନିଜସ୍ବ ବିଚାରଧାରା ଏବଂ ନୀତିକୁ ନେଇ ସାମାନ୍ୟ ମତଭେଦ ଥାଇପାରେ। ତେବେ ଦେଶର ଶିକ୍ଷା ବ୍ୟବସ୍ଥା ସହ ସେମାନେ କଦାପି ସାଲିସ୍ କରିପାରିବେ ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି। ଗୋଟିଏ ସଂଗଠନ ଦେଶର ଶକ୍ଷା ବ୍ୟବସ୍ଥା […] The post ଆର୍ଏସ୍ଏସ୍ ଶିକ୍ଷାକୁ ନିୟନ୍ତ୍ରଣ କଲେ ଦେଶ ଧ୍ୱଂସ ହୋଇଯିବ: ରାହୁଲ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଯଦି ଶିକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନିଏ ତେବେ ଦେଶ ଧ୍ୱଂସ ହୋଇଯିବ ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ଇଣ୍ଡିଆ ବ୍ଲକ୍ର ଦଳଗୁଡ଼ିକ ମଧ୍ୟରେ ନିଜସ୍ବ ବିଚାରଧାରା ଏବଂ ନୀତିକୁ ନେଇ ସାମାନ୍ୟ ମତଭେଦ ଥାଇପାରେ। ତେବେ ଦେଶର ଶିକ୍ଷା ବ୍ୟବସ୍ଥା ସହ ସେମାନେ କଦାପି ସାଲିସ୍ କରିପାରିବେ ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି। ଗୋଟିଏ ସଂଗଠନ ଦେଶର ଶକ୍ଷା ବ୍ୟବସ୍ଥା ଓ ଭବିଷ୍ୟତକୁ ଧ୍ୱଂସ କରିଦେବାକୁ ଚାହୁଁଛି। ଏହା ଯଦି ଆର୍ଏସ୍ଏସ୍ ହାତକୁ ଯାଏ, ତେବେ ଧୀରେ ଧୀରେ ତାହା ହିଁ ଘଟିବ ଏବଂ ଦେଶ ଧ୍ୱଂସ ହୋଇଯିବ। କେହି ନିଯୁକ୍ତି ପାଇବେ ନାହିଁ। ଜାତୀୟ ଶିକ୍ଷାନୀତି ବିରୋଧରେ ଇଣ୍ଡିଆ ବ୍ଲକ୍ର ଛାତ୍ର ସଂଗଠନଗୁଡ଼ିକ ଦ୍ୱାରା ଆୟୋଜିତ ବିକ୍ଷୋଭରେ ସାମିଲ ହୋଇ ରାହୁଲ ଏହା କହିଛନ୍ତି। ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି (ଭିସି)ମାନେ ଆର୍ଏସ୍ଏସ୍ ଦ୍ୱାରା ଅବଦମିତ ହୋଇଛନ୍ତି। ଆଗକୁ ସେମାନଙ୍କ ସୁପାରିସରେ ଭିସି ନିଯୁକ୍ତ କରାଯିବ। ଏହାକୁ ବନ୍ଦ କରିବାକୁ ହେବ ବୋଲି ବିରୋଧୀ ଦଳ ନେତା ଯନ୍ତରମନ୍ତରଠାରେ ଅନୁଷ୍ଠିତ ବିକ୍ଷୋଭରେ କହିଛନ୍ତି।
The post ଆର୍ଏସ୍ଏସ୍ ଶିକ୍ଷାକୁ ନିୟନ୍ତ୍ରଣ କଲେ ଦେଶ ଧ୍ୱଂସ ହୋଇଯିବ: ରାହୁଲ appeared first on Dharitri Odia News.