ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ବଢ଼ିଲା ଗାଡ଼ି ରପ୍ତାନୀ, ମୋଟର ସାଇକେଲ ମାର୍କେଟରେ ଦ୍ରୁତ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଭାରତରୁ ଗାଡ଼ି ରପ୍ତାନୀରେ ବାର୍ଷିକ ଆଧାରରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି । ମୁଖ୍ୟତଃ ଯାତ୍ରାବାହୀ ଗାଡ଼ି ଏବଂ ଟୁ-ହ୍ବିଲର ରପ୍ତାନୀରେ ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ଅଟୋମୋବାଇଲ ସଂଗଠନ SIAMର ତଥ୍ୟରୁ ଏହି ସୂଚନା ମିଳିଛି । ସିୟାମର ତଥ୍ୟ ଅନୁଯାୟୀ, ଏପ୍ରିଲ- ସେପ୍ଟେମ୍ବରରେ ଭାରତରୁ ଗାଡ଼ି ରପ୍ତାନୀ ୧୪ ପ୍ରତିଶତ ବଢ଼ି ୨୫,୨୮,୨୪୮ ୟୁନିଟ୍ ହୋଇଛି। ଯାହା ଗତ ବର୍ଷ ସମାନ ଅବଧିରେ ୨୨,୧୧,୪୫୭ ୟୁନିଟ୍ ରହିଥିଲା।ତେବେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସମୁଦାୟ ଯାତ୍ରୀବାହୀ ଯାନ ରପ୍ତାନୀ, ବାର୍ଷିକ ଆଧାରରେ ୧୨ ପ୍ରତିଶତ ବଢ଼ି ୩,୭୬,୬୭୯ ୟୁନିଟ ହୋଇଛି। ଯାହା ଆର୍ଥିକ ବର୍ଷ ୨୦୨୩-୨୪ର ସମାନ ଅବଧିରେ ୩,୩୬,୭୫୪ ୟୁନିଟ ଥିଲା। ଦେଶର ସବୁଠୁ ବଡ଼ କାର କମ୍ପାନି ମାରୁତି ସୁଜୁକୀ ୧,୪୭,୦୬୩ ୟୁନିଟ ରପ୍ତାନୀ ସହ ଟପ୍‌ରେ ରହିଛି। ପଛକୁ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ୮୪,୯୦୦ ୟୁନିଟ୍ ରପ୍ତାନୀ କରିଛି। ସେହିଭଳି ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦୁଇ ଚକିଆ ଯାନ ରପ୍ତାନୀ ମଧ୍ୟ ବାର୍ଷିକ ଆଧାରରେ ୧୬ ପ୍ରତିଶତ ବଢ଼ି ୧୯,୫୯, ୧୪୫ ୟୁନିଟ ହୋଇଛି।ଏହି ଅବଧିରେ ସ୍କୁଟର ରପ୍ତାନୀ ୧୯ ପ୍ରତିଶତ ବଢ଼ି ୩,୧୪,୫୩୩ ୟୁନିଟ ହୋଇଛି, ଯେତେବେଳେକି ମୋଟରସାଇକେଲ ରପ୍ତାନୀ ୧୬ ପ୍ରତିଶତ ବଢ଼ି ୧୬,୪୧,୮୦୪ ୟୁନିଟ ହୋଇଛି ।ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କମର୍ସିଆଲ ଯାନ ରପ୍

ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ବଢ଼ିଲା ଗାଡ଼ି ରପ୍ତାନୀ, ମୋଟର ସାଇକେଲ ମାର୍କେଟରେ ଦ୍ରୁତ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଭାରତରୁ ଗାଡ଼ି ରପ୍ତାନୀରେ ବାର୍ଷିକ ଆଧାରରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି । ମୁଖ୍ୟତଃ ଯାତ୍ରାବାହୀ ଗାଡ଼ି ଏବଂ ଟୁ-ହ୍ବିଲର ରପ୍ତାନୀରେ ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ଅଟୋମୋବାଇଲ ସଂଗଠନ SIAMର ତଥ୍ୟରୁ ଏହି ସୂଚନା ମିଳିଛି । ସିୟାମର ତଥ୍ୟ ଅନୁଯାୟୀ, ଏପ୍ରିଲ- ସେପ୍ଟେମ୍ବରରେ ଭାରତରୁ ଗାଡ଼ି ରପ୍ତାନୀ ୧୪ ପ୍ରତିଶତ ବଢ଼ି ୨୫,୨୮,୨୪୮ ୟୁନିଟ୍ ହୋଇଛି। ଯାହା ଗତ ବର୍ଷ ସମାନ ଅବଧିରେ ୨୨,୧୧,୪୫୭ ୟୁନିଟ୍ ରହିଥିଲା।

ତେବେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସମୁଦାୟ ଯାତ୍ରୀବାହୀ ଯାନ ରପ୍ତାନୀ, ବାର୍ଷିକ ଆଧାରରେ ୧୨ ପ୍ରତିଶତ ବଢ଼ି ୩,୭୬,୬୭୯ ୟୁନିଟ ହୋଇଛି। ଯାହା ଆର୍ଥିକ ବର୍ଷ ୨୦୨୩-୨୪ର ସମାନ ଅବଧିରେ ୩,୩୬,୭୫୪ ୟୁନିଟ ଥିଲା। ଦେଶର ସବୁଠୁ ବଡ଼ କାର କମ୍ପାନି ମାରୁତି ସୁଜୁକୀ ୧,୪୭,୦୬୩ ୟୁନିଟ ରପ୍ତାନୀ ସହ ଟପ୍‌ରେ ରହିଛି। ପଛକୁ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ୮୪,୯୦୦ ୟୁନିଟ୍ ରପ୍ତାନୀ କରିଛି। 

ସେହିଭଳି ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦୁଇ ଚକିଆ ଯାନ ରପ୍ତାନୀ ମଧ୍ୟ ବାର୍ଷିକ ଆଧାରରେ ୧୬ ପ୍ରତିଶତ ବଢ଼ି ୧୯,୫୯, ୧୪୫ ୟୁନିଟ ହୋଇଛି।ଏହି ଅବଧିରେ ସ୍କୁଟର ରପ୍ତାନୀ ୧୯ ପ୍ରତିଶତ ବଢ଼ି ୩,୧୪,୫୩୩ ୟୁନିଟ ହୋଇଛି, ଯେତେବେଳେକି ମୋଟରସାଇକେଲ ରପ୍ତାନୀ ୧୬ ପ୍ରତିଶତ ବଢ଼ି ୧୬,୪୧,୮୦୪ ୟୁନିଟ ହୋଇଛି ।

ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କମର୍ସିଆଲ ଯାନ ରପ୍ତାନୀ ବାର୍ଷିକ ଆଧାରରେ ୧୨ ପ୍ରତିଶତ ବଢ଼ି ୩୫, ୭୩୧ ୟୁନିଟ ହୋଇଛି। ତିନି ଚକିଆ ଯାନ ରପ୍ତାନୀ ୧ ପ୍ରତିଶତ ଖସି ୧,୫୩,୧୯୯ ୟୁନିଟ ହୋଇଛି।