ଆର୍ଥିକ ସଙ୍କଟ ପାଇଁ ମା’, ପତ୍ନୀ, ପୁଅକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲେ ମହୀଶୁର ବ୍ୟବସାୟୀ
ମହୀଶୂର: ସୋମବାର ସକାଳେ ଦକ୍ଷିଣ ମହୀଶୂରର ଦୁଇଟି ଆପାର୍ଟମେଣ୍ଟରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ବ୍ୟବସାୟୀ ତଥା ମେକାନିକାଲ ଇଞ୍ଜିନିୟର ଚେତନ, ତାଙ୍କ ପତ୍ନୀ ରୂପାଲି (୪୩), ତାଙ୍କର ୧୫ ବର୍ଷର ପୁଅ କୁଶଲ ଓ ଚେତନଙ୍କ ମା’ ପ୍ରିୟମ୍ବଦା (୬୫)। ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଚେତନ ସମସ୍ତଙ୍କୁ ହତ୍ୟା କରି ଶେଷରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ […]

ମହୀଶୂର: ସୋମବାର ସକାଳେ ଦକ୍ଷିଣ ମହୀଶୂରର ଦୁଇଟି ଆପାର୍ଟମେଣ୍ଟରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ବ୍ୟବସାୟୀ ତଥା ମେକାନିକାଲ ଇଞ୍ଜିନିୟର ଚେତନ, ତାଙ୍କ ପତ୍ନୀ ରୂପାଲି (୪୩), ତାଙ୍କର ୧୫ ବର୍ଷର ପୁଅ କୁଶଲ ଓ ଚେତନଙ୍କ ମା’ ପ୍ରିୟମ୍ବଦା (୬୫)। ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଚେତନ ସମସ୍ତଙ୍କୁ ହତ୍ୟା କରି ଶେଷରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚେତନ ଏକ ପ୍ଲାଷ୍ଟିକ ଖୋଳରେ ମୁଣ୍ଡ ଢାଙ୍କି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଦଶମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅ କୁଶଲଙ୍କ ଗୋଡ଼ ବାନ୍ଧି ଗଳା ଚିପି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଏକ ଆପାର୍ଟମେଣ୍ଟ ଘରେ ରହୁଥିବା ବୃଦ୍ଧା ମା’ ପ୍ରିୟମ୍ବଦା (୬୨)ଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ବେଳେ ପତ୍ନୀ ରୂପାଲି(୪୩)ଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଭୋର ସମୟରେ ଆତ୍ମହତ୍ୟା କରିବା ପୂର୍ବରୁ ଚେତନ ସମସ୍ତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ କମିସନର ସୀମା ଲାଟକର କହିଛନ୍ତି ଯେ ମୃତ୍ୟୁର କାରଣ ଜଣାପଡିନାହିଁ। ତେବେ ଆର୍ଥିକ ସଙ୍କଟ ଚେତନଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅନୁମାନ କରାଯାଉଛି। ସୋମବାର ସକାଳେ ଚେତନଙ୍କ ଶ୍ୱଶୁର ଘର ଲୋକେ ପୁଲିସକୁ ଖବର ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।