ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଯୁବକ ନିଖୋଜ ଘଟଣା, ଉଦ୍ଧାର କାମରେ ଲାଗିବ ହେଲିକପ୍ଟର

ଛତ୍ରପୁର ୨୦।୦୬ : ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଯୁବକ ନିଖୋଜ ଘଟଣା। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ । ହେଲିକପ୍ଟର ଯୋଗେ ଖୋଜିବାକୁ ନିର୍ଦ୍ଦେଶ ଦେଲେ ଏସଆରସି  । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବେ ହେଲିକପ୍ଟର । ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି। ଖବର ଅନୁଯାୟୀ, ବୁଧବାର ଦିନ ୫ ଜଣ ସାଙ୍ଗ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଉଥିଲେ ।   ଏହି ସମୟରେ ସମସ୍ତେ ବୁଡିଯାଇଥିଲା। ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ଓଡ୍ରାଫ ଟିମ୍‌କୁ ଖବର ଦିଆଯାଇଥିଲା । ତାପରେ ବି ବିଫଳ ହୋଇଥିଲା ପ୍ରଶାସନ । ଆଉ ଏବେ ୧୭ ଘଣ୍ଟା ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟରେ କୌଣସି ସୁଫଳ ମିଳିପାରିନାହିଁ । ଏବେବି କେ. ଆର୍ଯ୍ୟପଲ୍ଲୀ ଗାଁର ହେମନସନ ବେହେରାଙ୍କ ପତ୍ତା ମିଳିନାହିଁ । ଶେଷରେ ଏବେ ଖୋଜିବା ପାଇଁ ହେଲିକପ୍ଟରରେ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । 

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଯୁବକ ନିଖୋଜ ଘଟଣା, ଉଦ୍ଧାର କାମରେ ଲାଗିବ ହେଲିକପ୍ଟର

ଛତ୍ରପୁର ୨୦।୦୬ : ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଯୁବକ ନିଖୋଜ ଘଟଣା। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ । ହେଲିକପ୍ଟର ଯୋଗେ ଖୋଜିବାକୁ ନିର୍ଦ୍ଦେଶ ଦେଲେ ଏସଆରସି  । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବେ ହେଲିକପ୍ଟର । ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି। 

ଖବର ଅନୁଯାୟୀ, ବୁଧବାର ଦିନ ୫ ଜଣ ସାଙ୍ଗ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଉଥିଲେ ।   ଏହି ସମୟରେ ସମସ୍ତେ ବୁଡିଯାଇଥିଲା। ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ଓଡ୍ରାଫ ଟିମ୍‌କୁ ଖବର ଦିଆଯାଇଥିଲା । ତାପରେ ବି ବିଫଳ ହୋଇଥିଲା ପ୍ରଶାସନ । ଆଉ ଏବେ ୧୭ ଘଣ୍ଟା ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟରେ କୌଣସି ସୁଫଳ ମିଳିପାରିନାହିଁ । ଏବେବି କେ. ଆର୍ଯ୍ୟପଲ୍ଲୀ ଗାଁର ହେମନସନ ବେହେରାଙ୍କ ପତ୍ତା ମିଳିନାହିଁ । ଶେଷରେ ଏବେ ଖୋଜିବା ପାଇଁ ହେଲିକପ୍ଟରରେ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।