ଆଲାଏନ୍ସ ନେଟ୍‌ୱର୍କ ସହ ଆକ୍ସିସ୍‌ ବ୍ୟାଙ୍କର ବୁଝାମଣା

ନୂଆଦିଲ୍ଲୀ,୨୯।୧୦: ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରି କି ଏହି ବୁଝାମଣା ବ୍ୟାଙ୍କର ବ୍ୟାପକ ନେଟ୍‌ୱର୍କ ଓ ସହଜ କାରବାର ଲାଗି ବିଶେଷତା ଏବଂ ଆଲାଏନ୍ସ ନେଟ୍‌ୱର୍କର ଅଭିନବ ପ୍ରଯୁକ୍ତି ଏକାଠି ହେବ, ଯାହା ମର୍ଚ୍ଚାଣ୍ଟଙ୍କୁ ଉନ୍ନତ ଓ ସୁହାଇବା ଭଳି ସମାଧାନ ପ୍ରଦାନ କରିବ। ଏହି ଅବସରରେ ଆଲାଏନ୍ସ ନେଟ୍‌ୱର୍କ ପକ୍ଷରୁ ଆକ୍ସିସ୍‌ ବ୍ୟାଙ୍କ ସହଭାଗିତାରେ ଭାରତୀୟ ବଜାରକୁ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। […] The post ଆଲାଏନ୍ସ ନେଟ୍‌ୱର୍କ ସହ ଆକ୍ସିସ୍‌ ବ୍ୟାଙ୍କର ବୁଝାମଣା appeared first on Dharitri Odia News.

ଆଲାଏନ୍ସ ନେଟ୍‌ୱର୍କ ସହ ଆକ୍ସିସ୍‌ ବ୍ୟାଙ୍କର ବୁଝାମଣା

ନୂଆଦିଲ୍ଲୀ,୨୯।୧୦: ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରି କି ଏହି ବୁଝାମଣା ବ୍ୟାଙ୍କର ବ୍ୟାପକ ନେଟ୍‌ୱର୍କ ଓ ସହଜ କାରବାର ଲାଗି ବିଶେଷତା ଏବଂ ଆଲାଏନ୍ସ ନେଟ୍‌ୱର୍କର ଅଭିନବ ପ୍ରଯୁକ୍ତି ଏକାଠି ହେବ, ଯାହା ମର୍ଚ୍ଚାଣ୍ଟଙ୍କୁ ଉନ୍ନତ ଓ ସୁହାଇବା ଭଳି ସମାଧାନ ପ୍ରଦାନ କରିବ। ଏହି ଅବସରରେ ଆଲାଏନ୍ସ ନେଟ୍‌ୱର୍କ ପକ୍ଷରୁ ଆକ୍ସିସ୍‌ ବ୍ୟାଙ୍କ ସହଭାଗିତାରେ ଭାରତୀୟ ବଜାରକୁ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ଓ ଆକ୍ସିସ୍‌ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ, ଯାହା ଏହି ସହଯୋଗିତାର ଗୁରୁତ୍ୱକୁ ଦର୍ଶାଉଛି। ଆକ୍ସିସ ବ୍ୟାଙ୍କର ସଭାପତି ତଥା କାର୍ଡ ଏବଂ ପେମେଣ୍ଟ ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି, ଆମେ ବ୍ୟବସାୟୀ ସମୁଦାୟ ପାଇଁ ଏକ ଦ୍ରୁତ ଏବଂ ଅଧିକ ସୁରକ୍ଷିତ ପେମେଣ୍ଟ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହିତ ଅତ୍ୟାଧୁନିକ ପେମେଣ୍ଟ ସମାଧାନ ପ୍ରଦାନ କରିବା ପାଇଁ ବ୍ୟାପକ ଡିଜିଟାଲ୍‌ ସମାଧାନ ଉପରେ ନିରନ୍ତର କାର୍ଯ୍ୟ କରୁଛୁ। ଆମେ ବିଶ୍ୱାସକରୁ ଯେ, ଏହି ସହଭାଗିତା କେବଳ ବ୍ୟବସାୟୀମାନଙ୍କ ପାଇଁ ଦେୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧିକରିବ ନାହିଁ ବରଂ ଭାରତରେ ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ। ଦ୍ରୁତ ଗତିରେ ପରିବର୍ତ୍ତିତ ବଜାରରେ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ସଶକ୍ତ କରୁଥିବା ଅସାଧାରଣ ମୂଲ୍ୟ ଏବଂ ଅଭିନବ ସମାଧାନ ପ୍ରଦାନ କରିବାକୁ ଆମେ ମିଳିତ ଭାବେ ପ୍ରତିଶ୍ରୁତିବଦ୍ଧ ରହିବୁ। ଆଲାଏନ୍ସ ନେଟୱର୍କ ଗ୍ରୁପର ଜିସିଇଓ ନିରଞ୍ଜନ ସାଙ୍ଗଲ କହିଛନ୍ତି, ଏହି ସହଭାଗିତା ମାଧ୍ୟମରେ ଆମେ ଭାରତୀୟ ବଜାରରେ ଆନୁଷ୍ଠାନିକ ଭାବେ ପ୍ରବେଶକରି ବେଶ୍‌ ଉତ୍ସାହିତ ଅଛୁ।

The post ଆଲାଏନ୍ସ ନେଟ୍‌ୱର୍କ ସହ ଆକ୍ସିସ୍‌ ବ୍ୟାଙ୍କର ବୁଝାମଣା appeared first on Dharitri Odia News.