ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାଙ୍କ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଦେଶ ତଥା ବିଦେଶରେ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଦେଶର ବହୁ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ। ଏଥିରେ ଚଳଚ୍ଚିତ୍ର ତାରକା ମଧ୍ୟ ସାମିଲ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ କଳାକାରଙ୍କୁ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରାଯାଇଛି। ଏଥିରେ ଅମିତାଭ ବଚ୍ଚନଙ୍କ ଠାରୁ ରଜନୀକାନ୍ତ ପର୍ଯ୍ୟନ୍ତ ନାମ ଅଛି। ବର୍ତ୍ତମାନ ରାମ ମନ୍ଦିରର ଉଦଘାଟନୀ […] The post ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ appeared first on Dharitri Odia News.

ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାଙ୍କ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଦେଶ ତଥା ବିଦେଶରେ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଦେଶର ବହୁ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ। ଏଥିରେ ଚଳଚ୍ଚିତ୍ର ତାରକା ମଧ୍ୟ ସାମିଲ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ କଳାକାରଙ୍କୁ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରାଯାଇଛି। ଏଥିରେ ଅମିତାଭ ବଚ୍ଚନଙ୍କ ଠାରୁ ରଜନୀକାନ୍ତ ପର୍ଯ୍ୟନ୍ତ ନାମ ଅଛି। ବର୍ତ୍ତମାନ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତାଙ୍କ ସ୍ବାମୀ ଅଭିନେତା ରଣବୀର କପୁରଙ୍କୁ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି।
ଏହି ନିମନ୍ତ୍ରଣ ତାଙ୍କୁ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ଅଲ ଇଣ୍ଡିଆ ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେଦକର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ପ୍ରତିଷ୍ଠା ସମାରୋହରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ତଥା ବିଦେଶରୁ ବହୁ ଭିଭିଆଇପି ଅତିଥି ଅଯୋଧ୍ୟାରେ ଏହି ଶୁଭ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛନ୍ତି।

The post ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ appeared first on Dharitri Odia News.