ଆଲିଆଙ୍କ ମହଙ୍ଗା ନେକଲେସ
ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ। ଭାରତରେ ଅବହେଳିତ କିଶୋରମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ପାଇଁ ସଲାମ ବମ୍ବେ ଫାଉଣ୍ଡେସନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇଭେଣ୍ଟରୁ ଆଲିଆ ଭଟ୍ଟଙ୍କ ଷ୍ଟାଇଲିସ ଲୁକ ସାମ୍ନାକୁ ଆସିଛି ଯାହା ବିଷୟରେ ଅନେକ ଚର୍ଚ୍ଚା ହେଉଛି। ହୋଷ୍ଟ ଆଲିଆ ଗତକାଲି ରାତିରେ ଏକ ଧଳା ଶାଢିରେ ନିଜର ଜଲଓ୍ବା […] The post ଆଲିଆଙ୍କ ମହଙ୍ଗା ନେକଲେସ appeared first on Dharitri Odia News.
ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ। ଭାରତରେ ଅବହେଳିତ କିଶୋରମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ପାଇଁ ସଲାମ ବମ୍ବେ ଫାଉଣ୍ଡେସନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇଭେଣ୍ଟରୁ ଆଲିଆ ଭଟ୍ଟଙ୍କ ଷ୍ଟାଇଲିସ ଲୁକ ସାମ୍ନାକୁ ଆସିଛି ଯାହା ବିଷୟରେ ଅନେକ ଚର୍ଚ୍ଚା ହେଉଛି। ହୋଷ୍ଟ ଆଲିଆ ଗତକାଲି ରାତିରେ ଏକ ଧଳା ଶାଢିରେ ନିଜର ଜଲଓ୍ବା ଦେଖାଇଥିଲେ। ଏହା ବ୍ୟତୀତ ସେ ଓ୍ବାଇନ କଲର ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏହି ଗାଉନଠାରୁ ସେ ପିନ୍ଧିଥିqବା ହାରକୁ ନେଇ ହେଉଛି ଚର୍ଚ୍ଚା। ଆଲିଆଙ୍କ ଏହି ହାରଟି ସମଗ୍ର ସମାବେଶକୁ ଲୁଟ କରୁଥିବା ପରି ମନେ ହେଉଥିଲା । ଜିଗର ଅଭିନେତ୍ରୀ ଗାଉନ ସହିତ ଏକ ବଡ଼ ନୀଳମଣି ଏବଂ ହୀରା ହାର ପିନ୍ଧିଥିଲେ। ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ଏହି ହାରର ମୂଲ୍ୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଯାହାର ଦାମ ଶୁଣଇ ଆଖି ତରାଟି ହୋଇ ଯାଉଛି।
ତାଙ୍କର ପ୍ରଥମ ଚ୍ୟାରିଟି ଶୋକୁ ପାଳନ କରିବା ପାଇଁ ହୋଷ୍ଟ ଆଲିଆ ବୁଲଗେରୀର ଏକ ହୀରା ହାର ପିନ୍ଧିଥିଲେ। ସେ ଏହାକୁ ଏକ ମ୍ୟାଚିଙ୍ଗ ନିଲମ ରିଂ ସହ କମ୍ପ୍ଲିଟ କରିଥିଲେ। ଖବର ଅନୁଯାୟୀ, ଆଲିଆଙ୍କ ହାର ଏବଂ ରିଙ୍ଗର ମୂଲ୍ୟ ପ୍ରାୟ ୨୦କୋଟି ଟଙ୍କା ବୋଲି କୁହାଯାଉଛି।
ଅଭିନେତ୍ରୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ଲଣ୍ଡନରେ ହୋପ ଗାଲା ଶୋ ଆୟୋଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସଙ୍ଗୀତକାର ହର୍ଷଦୀପ କୌର, ହାସ୍ୟ ଅଭିନେତା ରୋହନ ଯୋଶୀ ଏବଂ ନିର୍ଦ୍ଦେଶକ ଗୁରିନ୍ଦର ଚଢା ଏବଂ ଅନ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଭେନ୍ୟୁ ମାଣ୍ଡାରିନ ଓରିଏଣ୍ଟାଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ଆଲିଆ ଦୁଇଟି ପୋଷାକରେ ନଜର ଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ସମାଜସେବୀ ନତାଶା ପୁନାୱାଲାଙ୍କ ସହ ପୋଜ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।
The post ଆଲିଆଙ୍କ ମହଙ୍ଗା ନେକଲେସ appeared first on Dharitri Odia News.