ଆଲୁମିନିୟମ ଫଏଲ୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ୍…
ନୂଆଦିଲ୍ଲୀ ୧୬।୦୮: ଘରେ ହେଉ କି ବାହାରେ, ଗରମ ଖାଦ୍ୟ ଖାଇବା ପାଇଁ ସମସ୍ତେ ବ୍ୟବହାର କରୁଛନ୍ତି ଆଲୁମିନିୟମ ଫଏଲ୍ । ଅନେକ ଭାବନ୍ତି ଯେ ଏହା ସ୍ବାସ୍ଥ୍ୟପ୍ରଦ । କିନ୍ତୁ ବିଶେଷଜ୍ଞମାନେ ଏହାକୁ ନେଇ ଦେଇଛନ୍ତି ଭିନ୍ନ ମତ । ବିଶେଷଜ୍ଞମାନେ ଏହାକୁ ନେଇ ଚେତାଇଛନ୍ତି । ସେ କହିଛନ୍ତି କି ଯଦି ଆଲୁମିନିୟମ ଫଏଲ୍ ବ୍ୟବହାର କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । ଏହା ସ୍ବାସ୍ଥ୍ୟ ଖରାପର ହୋଇପାରେ ପ୍ରମୁଖ ହତିଆର । ସାଧାରଣତଃ ପ୍ରତ୍ୟକ ରୋଷେଇ ଘରେ ମିଳିଯିବ ଆଲୁମିନିୟମ ଫଏଲ୍ । ଖାଦ୍ୟ ଗରମ ରଖିବାକୁ ବର୍ତ୍ତମାନ ଅଧିକାଂଶ ଲୋକ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରୁଛନ୍ତି । ଏଥିରେ ଖାଦ୍ୟ ଶୀଘ୍ର ଥଣ୍ଡା ହୋଇନଥାଏ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ଏନେଇ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ ।ଗରମ ଖାଦ୍ୟକୁ ଆଲୁମିନିୟମ ଫଏଲରେ ରଖିବା ଦ୍ୱାରା ଏଥିରେ ଥିବା ଅମ୍ଳୀୟ ଉପାଦାନ ଖାଦ୍ୟରେ ପହଞ୍ଚିଥାଏ । ଯାହା ମସ୍ତିଷ୍କ ପାଇଁ ଖୁବ୍ ବିପଦଜନକ । ଖାଦ୍ୟକୁ ଆଲୁମିନିୟମ ଫଏଲରେ ଦୀର୍ଘ ସମୟ ପାଇଁ ରଖିବା ଦ୍ୱାରା ଅକ୍ସିଡେଟିଭ୍ ଚାପ ବଢିଥାଏ । ଯାହା ଶରୀରର କୋଷ ଏବଂ ଟିସୁକୁ ନଷ୍ଟ କରିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଆଲୁମିନିୟମ ଫଏଲ୍ ଶରୀରର ହାଡକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏହାଦ୍ୱାରା ହାଡ ଦୁର୍ବଳ ହେବାକୁ ଲାଗିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଆଲୁମିନିୟମ ଫଏଲ୍ ବଦଳରେ ମସଲିନ୍ କପଡା ବ୍ୟବହାର କରିବା
ନୂଆଦିଲ୍ଲୀ ୧୬।୦୮: ଘରେ ହେଉ କି ବାହାରେ, ଗରମ ଖାଦ୍ୟ ଖାଇବା ପାଇଁ ସମସ୍ତେ ବ୍ୟବହାର କରୁଛନ୍ତି ଆଲୁମିନିୟମ ଫଏଲ୍ । ଅନେକ ଭାବନ୍ତି ଯେ ଏହା ସ୍ବାସ୍ଥ୍ୟପ୍ରଦ । କିନ୍ତୁ ବିଶେଷଜ୍ଞମାନେ ଏହାକୁ ନେଇ ଦେଇଛନ୍ତି ଭିନ୍ନ ମତ । ବିଶେଷଜ୍ଞମାନେ ଏହାକୁ ନେଇ ଚେତାଇଛନ୍ତି । ସେ କହିଛନ୍ତି କି ଯଦି ଆଲୁମିନିୟମ ଫଏଲ୍ ବ୍ୟବହାର କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ ।

ଏହା ସ୍ବାସ୍ଥ୍ୟ ଖରାପର ହୋଇପାରେ ପ୍ରମୁଖ ହତିଆର । ସାଧାରଣତଃ ପ୍ରତ୍ୟକ ରୋଷେଇ ଘରେ ମିଳିଯିବ ଆଲୁମିନିୟମ ଫଏଲ୍ । ଖାଦ୍ୟ ଗରମ ରଖିବାକୁ ବର୍ତ୍ତମାନ ଅଧିକାଂଶ ଲୋକ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରୁଛନ୍ତି । ଏଥିରେ ଖାଦ୍ୟ ଶୀଘ୍ର ଥଣ୍ଡା ହୋଇନଥାଏ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ଏନେଇ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ ।

ଗରମ ଖାଦ୍ୟକୁ ଆଲୁମିନିୟମ ଫଏଲରେ ରଖିବା ଦ୍ୱାରା ଏଥିରେ ଥିବା ଅମ୍ଳୀୟ ଉପାଦାନ ଖାଦ୍ୟରେ ପହଞ୍ଚିଥାଏ । ଯାହା ମସ୍ତିଷ୍କ ପାଇଁ ଖୁବ୍ ବିପଦଜନକ । ଖାଦ୍ୟକୁ ଆଲୁମିନିୟମ ଫଏଲରେ ଦୀର୍ଘ ସମୟ ପାଇଁ ରଖିବା ଦ୍ୱାରା ଅକ୍ସିଡେଟିଭ୍ ଚାପ ବଢିଥାଏ । ଯାହା ଶରୀରର କୋଷ ଏବଂ ଟିସୁକୁ ନଷ୍ଟ କରିଥାଏ ।

ବିଶେଷଜ୍ଞଙ୍କ ଅନୁଯାୟୀ ଆଲୁମିନିୟମ ଫଏଲ୍ ଶରୀରର ହାଡକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏହାଦ୍ୱାରା ହାଡ ଦୁର୍ବଳ ହେବାକୁ ଲାଗିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଆଲୁମିନିୟମ ଫଏଲ୍ ବଦଳରେ ମସଲିନ୍ କପଡା ବ୍ୟବହାର କରିବା ନିରାପଦ । ଏହା ଶରୀରକୁ କ୍ଷତି ପହଞ୍ଚାଇନଥାଏ ।