ଆଲ୍ଫାବେଟ୍କୁ ଟକ୍କର ଦେବ OpenAI, SearchGPTର ଲଞ୍ଚ କରି ଶେଷ କରିବ କି ଗୁଗଲର ଆଧିପତ୍ୟ ?
ନୂଆଦିଲ୍ଲୀ: କୃତ୍ରିମ ବୃଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଆଧାରିତ ଟୁଲ୍ସ ନିର୍ମାତା କମ୍ପାନି OpenAI ଆଲ୍ଫାବେଟ୍ର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବାକୁ ଯାଉଛି । କମ୍ପାନି ଏଆଇ ଆଧାରିତ ଏକ ସର୍ଚ୍ଚ ଇଞ୍ଜିନ ସର୍ଚ୍ଚ-ଜିପିଟି ନାଁରେ ଲଞ୍ଚ କରିଛି । ଓପନ୍ AIର ଏହି ନୂଆ ଲଞ୍ଚ ଏବେ ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଛି । ଅନୁମାନ କରାଯାଉଛି ଯେ ଏହାଦ୍ୱାରା ଗୁଗଲର ସର୍ଚ୍ଚ ଇଞ୍ଜିନକୁ ସିଧା ଟକ୍କର ଦେବ ।ସର୍ଚ୍ଚ-ଜିପିଟି ଏପରି ଏକ ସର୍ଚ୍ଚ ଇଞ୍ଜିନ ହେବ ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ୟୁଜର୍ସଙ୍କୁ ଉନ୍ନତ ପରିଣାମ ଦେବ । ଏହା ବର୍ତ୍ତମାନ ଉପଲବ୍ଧ ସର୍ଚ୍ଚ ଇଞ୍ଜିନ ଠାରୁ ଅଲଗା, କାରଣ ଏହା କେବଳ କି-ୱାର୍ଡ ମ୍ୟାଚିଂ ଆଧାରରେ ହିଁ ରେଜଲ୍ଟ ଦେଖାଏ ନାହିଁ, ବରଂ ଏହା ୟୁଜର୍ସଙ୍କ ପ୍ରଶ୍ନକୁ ବୁଝିବା ପାଇଁ ମଧ୍ୟରେ ଉଦ୍ୟମ କରେ ଏବଂ ଏହି ଆଧାରରେ ସବୁଠୁ ପ୍ରାସଙ୍ଗିକ ସୂଚନା ପ୍ରଦାନ କରେ । ସାମ୍ ଅଲ୍ଟମ୍ୟାନଙ୍କ ଦ୍ୱାରା ପରିଚାଳିତ କମ୍ପାନି କହିଛି ଯେ ସେ ସର୍ଚ୍ଚ ଜିପିଟିର ଟେଷ୍ଟିଂ କରୁଛନ୍ତି, ଯାହା ନୂଆ ଏଆଇ ଫିଚର୍ସ ସହ ଏକ ଟେମ୍ପରେରୀ ପ୍ରୋଟୋଟାଇପ୍ । ଓପନ ଏଆଇ କହିଛି ଯେ ସେ ସର୍ବପ୍ରଥମେ ମତାମତ ପାଇବା ପାଇଁ ୟୁଜର୍ସ ଏବଂ ପ୍ରକାଶକଙ୍କ ଏକ ଛୋଟିଆ ଗ୍ରୁପ ସହ ସର୍ଚ୍ଚ ଇଞ୍ଜିନ ଲଞ୍ଚ କରୁଛି ।ସର୍ଚ୍ଚ ଜିପିଟି ଲଞ୍ଚ ସହ ଏବେ ଗୁଗଲକୁ ବଡ଼ ଚ୍ୟାଲେଞ୍ଜ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗୁଗଲ ଦୀର
ନୂଆଦିଲ୍ଲୀ: କୃତ୍ରିମ ବୃଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଆଧାରିତ ଟୁଲ୍ସ ନିର୍ମାତା କମ୍ପାନି OpenAI ଆଲ୍ଫାବେଟ୍ର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବାକୁ ଯାଉଛି । କମ୍ପାନି ଏଆଇ ଆଧାରିତ ଏକ ସର୍ଚ୍ଚ ଇଞ୍ଜିନ ସର୍ଚ୍ଚ-ଜିପିଟି ନାଁରେ ଲଞ୍ଚ କରିଛି । ଓପନ୍ AIର ଏହି ନୂଆ ଲଞ୍ଚ ଏବେ ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଛି । ଅନୁମାନ କରାଯାଉଛି ଯେ ଏହାଦ୍ୱାରା ଗୁଗଲର ସର୍ଚ୍ଚ ଇଞ୍ଜିନକୁ ସିଧା ଟକ୍କର ଦେବ ।
ସର୍ଚ୍ଚ-ଜିପିଟି ଏପରି ଏକ ସର୍ଚ୍ଚ ଇଞ୍ଜିନ ହେବ ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ୟୁଜର୍ସଙ୍କୁ ଉନ୍ନତ ପରିଣାମ ଦେବ । ଏହା ବର୍ତ୍ତମାନ ଉପଲବ୍ଧ ସର୍ଚ୍ଚ ଇଞ୍ଜିନ ଠାରୁ ଅଲଗା, କାରଣ ଏହା କେବଳ କି-ୱାର୍ଡ ମ୍ୟାଚିଂ ଆଧାରରେ ହିଁ ରେଜଲ୍ଟ ଦେଖାଏ ନାହିଁ, ବରଂ ଏହା ୟୁଜର୍ସଙ୍କ ପ୍ରଶ୍ନକୁ ବୁଝିବା ପାଇଁ ମଧ୍ୟରେ ଉଦ୍ୟମ କରେ ଏବଂ ଏହି ଆଧାରରେ ସବୁଠୁ ପ୍ରାସଙ୍ଗିକ ସୂଚନା ପ୍ରଦାନ କରେ ।
ସାମ୍ ଅଲ୍ଟମ୍ୟାନଙ୍କ ଦ୍ୱାରା ପରିଚାଳିତ କମ୍ପାନି କହିଛି ଯେ ସେ ସର୍ଚ୍ଚ ଜିପିଟିର ଟେଷ୍ଟିଂ କରୁଛନ୍ତି, ଯାହା ନୂଆ ଏଆଇ ଫିଚର୍ସ ସହ ଏକ ଟେମ୍ପରେରୀ ପ୍ରୋଟୋଟାଇପ୍ । ଓପନ ଏଆଇ କହିଛି ଯେ ସେ ସର୍ବପ୍ରଥମେ ମତାମତ ପାଇବା ପାଇଁ ୟୁଜର୍ସ ଏବଂ ପ୍ରକାଶକଙ୍କ ଏକ ଛୋଟିଆ ଗ୍ରୁପ ସହ ସର୍ଚ୍ଚ ଇଞ୍ଜିନ ଲଞ୍ଚ କରୁଛି ।
ସର୍ଚ୍ଚ ଜିପିଟି ଲଞ୍ଚ ସହ ଏବେ ଗୁଗଲକୁ ବଡ଼ ଚ୍ୟାଲେଞ୍ଜ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗୁଗଲ ଦୀର୍ଘ ବର୍ଷ ଧରି ସର୍ଚ୍ଚ ଇଞ୍ଜିନ ମାର୍କେଟରେ ଶୀର୍ଷରେ ରହିଛି । ଏହାର ମାର୍କେଟ୍ ସେୟାର ୯୧.୧% ରହିଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ ମଧ୍ୟ ଏଆଇ ଏବଂ ଅନ୍ୟ ମେସିନ୍ ଉପରେ ବଡ଼ ନିବେଶ କରିଛି ଏବଂ କମ୍ପାନି ଲଗାତାର ନିଜ ସର୍ଚ୍ଚ ଇଞ୍ଜିନ ଟେକ୍ନୋଲଜିରେ ସୁଧାର କରୁଛି ।