ଆଲ୍ଲାହବାଦିଆଙ୍କ ଅଶ୍ଳୀଳ ଟିପ୍ପଣୀ ମାମଲା: ଆଇଟି ନିୟମ ପାଳନ କରିବାକୁ ଓଟିଟିକୁ କେନ୍ଦ୍ରର କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ: ୟୁଟ୍ୟୁବ ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅଶ୍ଲୀଳ କଣ୍ଟେଣ୍ଟ ନେଇ ସୁପ୍ରିମକୋର୍ଟଙ୍କ ଛାଟ ପରେ କେନ୍ଦ୍ର ସରକାରଙ୍କର ଚେତା ପଶିଛି। ଏଥିପାଇଁ ସରକାର ସମସ୍ତ ଓଟିଟି ପ୍ଲାଟଫର୍ମକୁ ଆଇଟି ଆକ୍ଟ ୨୦୨୧କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ଷାଣ୍ଡଅପ୍ କମେଡିଆନ ସମୟ ରାଇନାଙ୍କ ୟୁଟ୍ୟୁବ ଚ୍ୟାନେଲ୍ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ରେ ରଣବୀର ଆଲ୍ଲାହବାଦିଆଙ୍କ ଦ୍ୱାରା ଦିଆଯାଇଥିବା ଅଶ୍ଳୀଳ ଟିପ୍ପଣୀକୁ ନେଇ ଦେଶରେ ପ୍ରବଳ ହଙ୍ଗାମା ହୋଇଥିଲା। ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିବାରୁ କୋର୍ଟ ଏଥିରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଥିଲେ। ଏନେଇ କାଞ୍ଚନ ଗୁପ୍ତା ଲେଖିଛନ୍ତି “ ଆଇଟି ଆକ୍ଟ ୨୦୨୧କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ଲାଇନ କଣ୍ଟେଣ୍ଟ ପବ୍ଲିସର ଓ ଓଟିଟି ପ୍ଲାଟଫର୍ମର ସ୍ୱଂୟ ଚାଳିତ କମିଟିକୁ ନିର୍ଦ୍ଦେଶ ଦେଇଛି।ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି “ଅନଲାଇନ୍ କୌତୁହଳ ବିଷୟବସ୍ତୁ (OTT ପ୍ଲାଟଫର୍ମ) ଏବଂ ସାମାଜିକ ଗଣମାଧ୍ୟମର ପବ୍ଲିସ୍ ହେଉଥିବା ଅଶ୍ଳୀଳତା,ପର୍ଣ୍ଣୋଗ୍ରାଫିକ୍ ନେଇ ମାନ୍ୟବର ସାଂସଦ, ବିଭିନ୍ନ ବୈଧାନିକ ସଂଗଠନ ଓ ସାଧାରଣ ଲୋକଙ୍କ ଅଭିଯୋଗ ମିଳିଛ
ନୂଆଦିଲ୍ଲୀ: ୟୁଟ୍ୟୁବ ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅଶ୍ଲୀଳ କଣ୍ଟେଣ୍ଟ ନେଇ ସୁପ୍ରିମକୋର୍ଟଙ୍କ ଛାଟ ପରେ କେନ୍ଦ୍ର ସରକାରଙ୍କର ଚେତା ପଶିଛି। ଏଥିପାଇଁ ସରକାର ସମସ୍ତ ଓଟିଟି ପ୍ଲାଟଫର୍ମକୁ ଆଇଟି ଆକ୍ଟ ୨୦୨୧କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଷାଣ୍ଡଅପ୍ କମେଡିଆନ ସମୟ ରାଇନାଙ୍କ ୟୁଟ୍ୟୁବ ଚ୍ୟାନେଲ୍ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ରେ ରଣବୀର ଆଲ୍ଲାହବାଦିଆଙ୍କ ଦ୍ୱାରା ଦିଆଯାଇଥିବା ଅଶ୍ଳୀଳ ଟିପ୍ପଣୀକୁ ନେଇ ଦେଶରେ ପ୍ରବଳ ହଙ୍ଗାମା ହୋଇଥିଲା। ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିବାରୁ କୋର୍ଟ ଏଥିରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଥିଲେ।

ଏନେଇ କାଞ୍ଚନ ଗୁପ୍ତା ଲେଖିଛନ୍ତି “ ଆଇଟି ଆକ୍ଟ ୨୦୨୧କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ଲାଇନ କଣ୍ଟେଣ୍ଟ ପବ୍ଲିସର ଓ ଓଟିଟି ପ୍ଲାଟଫର୍ମର ସ୍ୱଂୟ ଚାଳିତ କମିଟିକୁ ନିର୍ଦ୍ଦେଶ ଦେଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି “ଅନଲାଇନ୍ କୌତୁହଳ ବିଷୟବସ୍ତୁ (OTT ପ୍ଲାଟଫର୍ମ) ଏବଂ ସାମାଜିକ ଗଣମାଧ୍ୟମର ପବ୍ଲିସ୍ ହେଉଥିବା ଅଶ୍ଳୀଳତା,ପର୍ଣ୍ଣୋଗ୍ରାଫିକ୍ ନେଇ ମାନ୍ୟବର ସାଂସଦ, ବିଭିନ୍ନ ବୈଧାନିକ ସଂଗଠନ ଓ ସାଧାରଣ ଲୋକଙ୍କ ଅଭିଯୋଗ ମିଳିଛି।” ତେଣୁ ଓଟିଟି ପ୍ଲାଟ୍ଫର୍ମକୁ ଏଭଳି କୌଣସି କଣ୍ଟେଣ୍ଟ ପ୍ରସାରଣ କରିବା ଉଚିତ ନୁହେଁ ଯାହା ଆଇନରେ ନିଷିଦ୍ଧ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି।

ଅନ୍ଲାଇନ୍ ପ୍ଲାଟ୍ଫର୍ମରେ କୌଣସି କଟକଣା ନଥିବାରୁ ୟୁଟ୍ୟୁବର୍ସମାନେ ଏହାର ଦୁରୁପଯୋଗ କରୁଛନ୍ତି। ତେଣୁ ଏହା ଉପରେ କିଛି କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ। ୟୁଟ୍ୟୁବର୍ସ ରଣବୀର ଆଲ୍ଲାହବାଦିଆଙ୍କ ଆବେଦନର ଶୁଣାଣି କରି କୋର୍ଟ ଏପରି କହିଥିଲେ। ତା' ସହିତ ଆଲ୍ଲାହବାଦିଆଙ୍କୁ କୋର୍ଟ କଡ଼ା ଭର୍ତ୍ସନା ବି କରିଥିଲେ।
ପଢନ୍ତୁ- ଭାରତ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ ଅଧିକ ବିଦେଶୀ Apps ବ୍ଲକ୍
ପିତାମାତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ୟୁଟ୍ୟୁବର୍ସ ରଣବୀର ଅଲ୍ଲାହବାଦିଆଙ୍କ ଅଭଦ୍ର ଟିପ୍ପଣୀ ଦେବା ପରେ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହିସବୁ ମାମଲାକୁ ଏକତ୍ର କରିବାକୁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଅନୁସାରେ ଅଲ୍ଲାହବାଦିଆଙ୍କ ବିରୋଧରେ ଆସାମ, ମୁମ୍ବାଇ ଜୟପୁରେ ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରି ନାହିଁ।