ଆଳି-ମହୁ ରାସ୍ତା କାମ ମନ୍ଥର

ଆଳି,୮ା୪(ବନମାଳୀ ସେନାପତି): ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଅର୍ଥ ବିଭିନ୍ନ ବିଭାଗ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀମାନେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଠିକାଦାରଙ୍କ ସହ ମିଶି କାର୍ଯ୍ୟ କରୁଥିବାରୁ ସାଧାରଣ ଲୋକ ସେମାନଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ। କେନ୍ଦ୍ରାପଡ଼ା ରାସ୍ତା ଓ କୋଠାବାଡ଼ି ବିଭାଜନ ପକ୍ଷରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର […] The post ଆଳି-ମହୁ ରାସ୍ତା କାମ ମନ୍ଥର appeared first on Dharitri Odia News.

ଆଳି-ମହୁ ରାସ୍ତା କାମ ମନ୍ଥର

ଆଳି,୮ା୪(ବନମାଳୀ ସେନାପତି): ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଅର୍ଥ ବିଭିନ୍ନ ବିଭାଗ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀମାନେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଠିକାଦାରଙ୍କ ସହ ମିଶି କାର୍ଯ୍ୟ କରୁଥିବାରୁ ସାଧାରଣ ଲୋକ ସେମାନଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ। କେନ୍ଦ୍ରାପଡ଼ା ରାସ୍ତା ଓ କୋଠାବାଡ଼ି ବିଭାଜନ ପକ୍ଷରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ଆଠକଣିଆ ଛକରୁ ମହୁ ଗ୍ରାମକୁ ଯାଇଥିବା ୮ କିଲୋମିଟର ରାସ୍ତାର ଉନ୍ନତିକରଣ ନିମନ୍ତେ ୯.୨୧ କୋଟି ଟଙ୍କା ଆସିଛି। ରାସ୍ତା କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ଏପରିକି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଅବଧି ପୂରଣ ହୋଇ ସାରିଥିଲେ ମଧ୍ୟ ମାତ୍ର ୧୦ ପ୍ରତିଶତ କାମ ହୋଇନାହିଁ।
ସୂଚନା ଅନୁଯାୟୀ ଆଳିରୁ ମହୁ ଗ୍ରାମକୁ ଯାଇଥିବା ୮ କିଲୋମିଟରରୁ ଅଧିକ ରାସ୍ତା ଚଉଡା ସହ ସୁଦୃଢ କରିବା ନିମନ୍ତେ ରାସ୍ତା ଓ କୋଠାବାଡ଼ି ବିଭାଜନ ଦ୍ୱାରା ୯.୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତାର ଦୁଇପାର୍ଶ୍ୱ ଖୋଳି ଚଉଡ଼ା କରିରାଯାଉଛି। ଚଉଡା ହୋଇଥିବା ରାସ୍ତାରେ ବାହାରୁ ମାଟି ଆଣି ପକାଇବାର ନିୟମ ଥିବା ବେଳେ ରାସ୍ତା ପାର୍ଶ୍ୱରେ ନିର୍ମାଣ ହେଉଥିବା ଗାର୍ଡୱାଲ କଡ଼ରୁ ମାଟି ଆଣି ଫିଲିଙ୍ଗ କରିବା ସହ ରାସ୍ତାରୁ ତଢା ହୋଇଥିବା ପୁରୁଣା ପିଚୁଖଣ୍ଡ ଓ ବଜୁରୀ ପକାଇ ଛାଡି ଦିଆଯାଇଛି। ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ହେବ ରାସ୍ତାରେ ବଜୁରୀ ବିଛା ହୋଇ ପଡ଼ିଥିବା ବେଳେ ରାସ୍ତାରେ ଯାତାୟାତ କରିବାରେ ଏବେ ନାହିଁ ନ ଥିବା ଅସୁବିଧା ହେଉଛି। ଏହି ରାସ୍ତା ହେଉଛି ମହୁ, କୋଳିଡିହ, ଅଟାଳ, ଏକମାଣିଆ ପଞ୍ଚାୟତର ସାନଆଙ୍କୋ, ବଡ଼ଆଙ୍କୋ, ଆଳକଣା, ପୋଡାମରାଇ ଗଁାର ପ୍ରାୟ ୨୦ ହଜାର ଲୋକଙ୍କ ଏହା ହେଉଛି ଦୈନିକ ଯାତାୟତର ମାଧ୍ୟମ। ଏହି ରାସ୍ତା ଲୋକେ ସ୍କୁଲ, କଲେଜ, ମେଡିକାଲ, ବ୍ୟାଙ୍କ, ବ୍ଲକ, ତହସିଲ, ଥାନାକୁ ଯାତାୟାତ କରିଥାନ୍ତି। ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରୁଥିବା ଠିକସଂସ୍ଥା ନିଜ ମନୋମୁଖୀ କାମ କରୁଥିବାରୁ ସାଧାରଣ ଲୋକ ଏବେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ଏହି ରାସ୍ତାରେ ଦୈନିକ ପାଣି ପକାଇବାର ନିୟମ ଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ତାହା କରାଯାଉନି। ଫଳରେ ରାସ୍ତାରେ ଯାତାୟାତ ସମୟରେ ଧୂଳିରେ ସାଧାରଣ ଲୋକଟିଏ ନାକେଦମ ହୋଇ ପଡୁଛି। ସେହିପରି କାର୍ଯ୍ୟ ହେଉ ନ ଥିବାରୁ ରାସ୍ତା ସାରା ବିଛାଡି ହୋଇ ପଡ଼ିଥିବା ଗୋଡି ଯୋଗୁ ଅନେକ ସମୟରେ ବାଇକ୍‌ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ରାସ୍ତା କାର୍ଯ୍ୟ ମଧ୍ୟରେ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ବିଭାଗୀୟ ତତ୍ପରତା ଦେଖିବାକୁ ମିଳୁନି। ଏ ସମ୍ପର୍କରେ ଆଳି ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ଆର୍‌ଆଣ୍ଡବି) ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ ବେଫିକର ଢଙ୍ଗରେ ପିଚୁ କାମ ହେବ ବୋଲି ସେ କହିଛନ୍ତି।

The post ଆଳି-ମହୁ ରାସ୍ତା କାମ ମନ୍ଥର appeared first on Dharitri Odia News.