ଆଳୁ ଓ ଚାଉଳ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା
ଆଳୁ ବୋଝେଇ ଟ୍ରକ୍ର ସମ୍ମୁଖ ଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଡ୍ରାଇଭର ବହୁ ସମୟ ଧରି ଫସି ରହିଥିଲେ।
ଖଡ଼ିଆଳ-ନୂଆପଡ଼ା ରାସ୍ତା ସାନ ମହେଶ୍ୱର ଛକରେ ଦୁଇଟି ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଗୋଟିଏ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଗୋଟିଏ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ନୂଆପଡ଼ା ପଟୁ ଏକ ଆଳୁ ବୋଝେଇ ଟ୍ରକ ଆସୁଥିବା ବେଳେ ଖଡ଼ିଆଳ ପଟୁ ଚାଉଳ ନେଇ ଅନ୍ୟ ଏକ ଟ୍ରକ୍ ଯାଉଥିଲା। ଉଭୟ ଟ୍ରକ ଦ୍ରୁତଗତିରେ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଥିଲା।
ଆଳୁ ବୋଝେଇ ଟ୍ରକ୍ର ସମ୍ମୁଖ ଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଡ୍ରାଇଭର ପ୍ରାୟ ୩ ଘଣ୍ଟା ଧରି ଫସି ରହିଥିଲେ। ତାଙ୍କ ଗୋଡ଼ରେ ଏକ ରଡ୍ ପଶି ଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ରଡ୍ କାଟି ତାଙ୍କୁ ବାହାର କରିଥିଲେ। ତାଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।