ଆଉ ଦିନକ ପରେ ସମଲେଇ ପ୍ରକଳ୍ପର  ହେବ ଲୋକାର୍ପଣ, ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ

ସମ୍ବଲପୁର: ବିଶ୍ବ ଦେଖିବ ଆସ୍ଥା ଓ ବିଶ୍ବାସର ପୀଠ ସମଲେଇ ମନ୍ଦିରର ରୂପାନ୍ତରିତ ରୂପ । ଆଉ ଦିନକ ପରେ ଅର୍ଥାତ୍ ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ । ମା’ଙ୍କୁ ଦର୍ଶନ କରି ସମସ୍ତେ ଭବ୍ୟ ଓ ଦିବ୍ୟ ଅନୁଭୂତି ପାଉଥିବା ବେଳେ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ଏହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। Also read- ନକଲି ସିମ୍ କାର୍ଡ ରାକେଟ୍‌ର ୪ ସଦସ୍ୟ ଗିରଫ, ବାହାର ରାଜ୍ୟର ସାଇବର ଠକଙ୍କୁ କରୁଥିଲେ ବିକ୍ରି ନୂଆ ରୂପରେ ଝଲସୁଛି ମା’ ସମଲେଇଙ୍କ ପୀଠ । ମନ୍ଦିରର ରୂପାନ୍ତରିତ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ । ଆସନ୍ତା ୨୭ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମା’ଙ୍କ ଦର୍ଶନ କରି ଭବ୍ୟ ଓ ଦିବ୍ୟ ଅନୁଭୂତି ପାଉଛନ୍ତି ଶ୍ରଦ୍ଧାଳୁ । ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଆଜି ଏହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରକଳ୍ପ ଲୋକାର୍ପଣ ପରେ ଆସନ୍ତା ୩୦ ତାରିଖରୁ ପ୍ରତିଦିନ ଓଡ଼ିଶାର ୪ଟି ନିର୍ବାଚନ ମଣ୍ଡଳୀର ୮ହଜାର ଲୋକ ମା’

ଆଉ ଦିନକ ପରେ ସମଲେଇ ପ୍ରକଳ୍ପର  ହେବ ଲୋକାର୍ପଣ, ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ

ସମ୍ବଲପୁର: ବିଶ୍ବ ଦେଖିବ ଆସ୍ଥା ଓ ବିଶ୍ବାସର ପୀଠ ସମଲେଇ ମନ୍ଦିରର ରୂପାନ୍ତରିତ ରୂପ । ଆଉ ଦିନକ ପରେ ଅର୍ଥାତ୍ ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ । ମା’ଙ୍କୁ ଦର୍ଶନ କରି ସମସ୍ତେ ଭବ୍ୟ ଓ ଦିବ୍ୟ ଅନୁଭୂତି ପାଉଥିବା ବେଳେ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ଏହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ।

Also read- ନକଲି ସିମ୍ କାର୍ଡ ରାକେଟ୍‌ର ୪ ସଦସ୍ୟ ଗିରଫ, ବାହାର ରାଜ୍ୟର ସାଇବର ଠକଙ୍କୁ କରୁଥିଲେ ବିକ୍ରି

ନୂଆ ରୂପରେ ଝଲସୁଛି ମା’ ସମଲେଇଙ୍କ ପୀଠ । ମନ୍ଦିରର ରୂପାନ୍ତରିତ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ । ଆସନ୍ତା ୨୭ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମା’ଙ୍କ ଦର୍ଶନ କରି ଭବ୍ୟ ଓ ଦିବ୍ୟ ଅନୁଭୂତି ପାଉଛନ୍ତି ଶ୍ରଦ୍ଧାଳୁ । ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଆଜି ଏହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରକଳ୍ପ ଲୋକାର୍ପଣ ପରେ ଆସନ୍ତା ୩୦ ତାରିଖରୁ ପ୍ରତିଦିନ ଓଡ଼ିଶାର ୪ଟି ନିର୍ବାଚନ ମଣ୍ଡଳୀର ୮ହଜାର ଲୋକ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଆସିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ମା’ ସମଲେଇଙ୍କ ପୀଠରେ କଳସ ଯାତ୍ରା ଓ ଅଧିବାସ ଆରମ୍ଭ ହେବାକୁ ଥିବା ବେଳେ ୨୭ରେ ମନ୍ଦିର ୪ ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି । ସମ୍ବଲପୁର ମାରଓ୍ବାଡ଼ିପଡ଼ା ଘାଟରୁ ୧୧ଶହ ମହିଳାମାନେ କଳସ ଧରି ମା’ ସମଲେଇଙ୍କ ପୀଠରେ ପହଞ୍ଚିବେ । ୨୭ରେ ପଶ୍ଚିମ ଓଡ଼ିଶାର ୩୦ଜଣ ବିଦ୍ବାନ ପଣ୍ଡିତଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ୩୧ ତାରିଖରେ ଏହି ଯଜ୍ଞର ପୂର୍ଣ୍ଣାହୁତି ହେବ । ୨୭ରେ ଲୋକାର୍ପଣ ଉତ୍ସବ ପାଇଁ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ । ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କରିବା ପରେ ସମଲେଶ୍ବରୀଙ୍କୁ ଅର୍ପଣ କରିବେ । ପ୍ରକଳ୍ପରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ମନ୍ଦିରର ମୁଖଶାଳାର ପ୍ରତିଟି କାରିଗରୀରେ ସଂସ୍କୃତିର ଛାପ ଦେଖିବାକୁ ମିଳୁଛି । ସବୁଜ ବଳ, ସୁବ୍ୟବସ୍ଥିତ ମାର୍ଗ, ସୁସଜ୍ଜିତ ନବରୂପ । ରୂପାନ୍ତରଣର ଐତିହାସିକ କୀର୍ତ୍ତିର ଆକର୍ଷଣ ଭିତରେ ଶ୍ରଦ୍ଧାଳୁଙ୍କ ମନକୁ ବିଭୋର କରୁଛି ମନ୍ଦିରର ୪ ଦ୍ବାର ଆଉ ଓ୍ବାଚ୍ ଟାଓ୍ବାର ।

ସମଲେଇ ପ୍ରକଳ୍ପ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ଦିନରାତି ପରିଶ୍ରମ କରିଛନ୍ତି  5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ବାରମ୍ବାର ସମ୍ବଲପୁର ଗସ୍ତ କରି ସମଲେଇ ପ୍ରକଳ୍ପ କାର୍ଯ୍ୟକୁ ସମୀକ୍ଷା କରିବା ସହ ତାଙ୍କ ନିର୍ଦ୍ଦେଶରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହୋଇଛି ସମଲେଇ ପ୍ରକଳ୍ପ । ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଦିବସ ଅବସରରେ  ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ସରକାର ।

The post ଆଉ ଦିନକ ପରେ ସମଲେଇ ପ୍ରକଳ୍ପର  ହେବ ଲୋକାର୍ପଣ, ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ appeared first on Prameya News7.