ଆଳୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ବସ୍ତି

ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ।

ଆଳୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ବସ୍ତି

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ରାଜ୍ୟକୁ ପଶିଛି ପ୍ରାୟ ୩୦୦ ଆଳୁ ଟ୍ରକ୍। ଏଥିସହ ଆଳୁ ଦର ତାତିରେ ଲାଗିଛି ସାମାନ୍ୟ ବିରାମ। ତେବେ ଖୁଚୁରା ବଜାରରେ ଆଳୁ ଦର ଉଚ୍ଚା ଥିବାରୁ ଚଢ଼ାଉ କରିଛି ଯୋଗାଣ ବିଭାଗ। ଅନ୍ୟପଟେ ଆଳୁ ଦରରେ ସ୍ଥିରତା ଆଣିବାକୁ ଖୋଦ୍ ସରକାର ଆରମ୍ଭ କରିଛନ୍ତି ଆଳୁ ଯୋଗାଣ। ଏସବୁ ଭିତରେ ଆଳୁ ଉପରେ ନିର୍ଭରଶୀଳ ଷ୍ଟ୍ରିଟ୍ ଫୁଡରୁ କମିଲାଣି ଆଳୁ ପରିମାଣ।