’ଆଳୁ ଯୋଗାଇବାରେ ବିଜେପି ସରକାର ବିଫଳ : ମନ୍ତ୍ରୀ ଆଉ ବିତଣ୍ଡା ଯୁକ୍ତି ନକରି ଇସ୍ତଫା ଦିଅନ୍ତୁ’

ଭୁବନେଶ୍ୱର : ଉଚ୍ଚା ଦାମ୍‌ରେ ଆଳୁ, ପିଆଜ କିଣି ଖାଉଟି ହନ୍ତସନ୍ତ ହେଉଛନ୍ତି। ଗରିବ, ନିମ୍ନ ମଧ୍ୟବିତ୍ତ ଲୋକ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। ଏପରି ସମୟରେ ସରକାର ତଥା ଯୋଗାଣ ମନ୍ତ୍ରୀ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ହ୍ରାସ କରି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ନେଇ ପଦକ୍ଷେପ ନେବା ପରିବର୍ତ୍ତେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ବିତଣ୍ଡା ଯୁକ୍ତି ବାଢ଼ୁଛନ୍ତି। ଏହାକୁ ନେଇ ସାଧାରଣ ଖାଉଟିଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ […]

’ଆଳୁ ଯୋଗାଇବାରେ ବିଜେପି ସରକାର ବିଫଳ : ମନ୍ତ୍ରୀ ଆଉ ବିତଣ୍ଡା ଯୁକ୍ତି ନକରି ଇସ୍ତଫା ଦିଅନ୍ତୁ’
BJP government failed to supply potatoes: Minister should resign without making any further arguments

ଭୁବନେଶ୍ୱର : ଉଚ୍ଚା ଦାମ୍‌ରେ ଆଳୁ, ପିଆଜ କିଣି ଖାଉଟି ହନ୍ତସନ୍ତ ହେଉଛନ୍ତି। ଗରିବ, ନିମ୍ନ ମଧ୍ୟବିତ୍ତ ଲୋକ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। ଏପରି ସମୟରେ ସରକାର ତଥା ଯୋଗାଣ ମନ୍ତ୍ରୀ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ହ୍ରାସ କରି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ନେଇ ପଦକ୍ଷେପ ନେବା ପରିବର୍ତ୍ତେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ବିତଣ୍ଡା ଯୁକ୍ତି ବାଢ଼ୁଛନ୍ତି। ଏହାକୁ ନେଇ ସାଧାରଣ ଖାଉଟିଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ କଡ଼ା ନିନ୍ଦା କରାଯାଇଛି।

ଆଳୁ ଦର କେମିତି କମିବ ସେ ବ୍ୟବସ୍ଥା କରିବା ବଦଳରେ ଯୋଗାଣମନ୍ତ୍ରୀ କୃତ୍ରିମ ଅଭାବ ଦର୍ଶାଇ ନିଜେ ଖସି ଯିବାକୁ ଚେଷ୍ଟା କରୁଛନ୍ତି। ଆଳୁ ଦରକୁ ନେଇ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି; ହେଲେ ଯୋଗାଣ ମନ୍ତ୍ରୀଙ୍କୁ ଚିନ୍ତା ନାହିଁ। ବାରମ୍ୱାର ଗଣମାଧ୍ୟମ ଆଗରେ ବେଫିକର ବୟାନବାଜି କରିବାରେ ମନ୍ତ୍ରୀ ମଜ୍ଜି ରହୁଛନ୍ତି। କେତେବେଳେ ଟ୍ରେନରେ ଆଳୁ ଆସିଲେ ଦର କମିବ ତ କେତେବେଳେ ଯୁପି ଆଳୁ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ଯାହାକୁ ନେଇ ପୁଣି ବିଜେପି ସରକାର ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।

ଯୋଗଣ ମନ୍ତ୍ରୀ ଆଳୁ ସଂକଟ ନେଇ ମିଛ କହୁଛନ୍ତି । କେତେଟା ଟ୍ରେନ ଯୁପିରୁ ଓଡ଼ିଶାକୁ ଆଳୁ ନେଇ ଆସିଲେ ସେ ଜବାବ ଦିଅନ୍ତୁ। ଆଳୁ ଦର ଆଜି ବି ଆକାଶ ଛୁଆଁ । ମନ୍ତ୍ରୀ ବାରମ୍ୱାର ମିଛ କହୁଛନ୍ତି । ଆଉ ରଣନୀତି ନ କରି ତୁରନ୍ତ ଆଳୁ ପ୍ରସଙ୍ଗରେ ସେ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ସେପଟେ ଆଳୁ ସଂକଟ ନେଇ ଯୋଗଣ ମନ୍ତ୍ରୀଙ୍କ ଯୁକ୍ତିକୁ ସମାଲୋଚନା କରିବା ସହ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ତୁରନ୍ତ ଯୋଗଣ ମନ୍ତ୍ରୀ ତାଙ୍କର ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ । ନହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ପ୍ରତ୍ୟାହାର କରିନ୍ତୁ । କେଉଁଠି ଆଳୁ କେଜି ୩୦ ଟଙ୍କାରେ ମିଳୁଛି ମନ୍ତ୍ରୀ ଲୋକଙ୍କୁ କୁହନ୍ତୁ। ଲୋକ ସେଠୁ ଆଳୁ କିଣିବେ। ବିଜେପି ଲୋକଙ୍କୁ  ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି । ଆଳୁ ଯୋଗାଇବାରେ ଏ ସରକାର ସମ୍ପୁର୍ଣ୍ଣ ଫେଲ୍ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ଆଉ ଯୋଗଣ ମନ୍ତ୍ରୀଙ୍କ ମୁଁହରେ ଆଳୁ ମିଛ ନକୁହନ୍ତୁ ।

ଅନ୍ୟପଟେ ଆଳୁ ସଙ୍କଟ ନେଇ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତିକୁ କଡା ସମାଲୋଚନା କରିଛି ବିଜେଡି। ବିଜେଡି ବିଧାୟକ  ସାରଦା ନାୟକ କହିଛନ୍ତି ଯୋଗଣ ମନ୍ତ୍ରୀ କଣ କହୁଛନ୍ତି ତାହା ସେ ଜାଣିନାହାନ୍ତି । ଏପରି ମନ୍ତବ୍ୟ ଦେବା ଓଡିଶା ପାଇଁ ଦୁର୍ଭାଗ୍ୟ ଜନକ । ଆଳୁ ସଙ୍କଟ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୋଗଣ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ତାଳମେଳ ନାହିଁ । ମନ୍ତ୍ରୀଙ୍କ ମନ୍ତବ୍ୟ ହେଉଛି ସରକାର ମନ୍ତବ୍ୟ । ଯାହା ମନ୍ତ୍ରୀ କହୁଛନ୍ତି ଚିନ୍ତା କରି କହିବା କଥା ।ଆମ ସମୟରେ ଆଳୁ ସଂକଟ ଦେଖା ଦେଉଥିଲେ କିପରି ସମାଧାନ କରାଯାଉଥିଲା ତାହା ସଭିଏ ଜାଣିଛନ୍ତି। କିନ୍ତୁ ଏ ବିଜେପି ସରକାରର ମନ୍ତ୍ରୀ ଖାଲି ଅବାନ୍ତର ଓ ବିତଣ୍ଡା ଯୁକ୍ତି କରୁଛନ୍ତି। ଲୋକଙ୍କୁ କିପରି ସୁବିଧାରେ ଆଳୁ ମିଳିବ ସେ ନେଇ ତାଙ୍କର ଚିନ୍ତା ନାହିଁ।