ଜଣେ ବ୍ୟକ୍ତିର ମୃତ୍ୟୁ ବଦଳରେ ୫୦୦ ଭାଲୁଙ୍କୁ ମାରିବା ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରୋମାନିଆ ସଂସଦ ଚଳିତ ବର୍ଷ ପ୍ରାୟ ୫୦୦ ଭାଲୁଙ୍କୁ ମାରିବା ପାଇଁ ମଞ୍ଜୁରୀ ଦେଇଛି । ଦେଶରେ ଭାଲୁ ଆକ୍ରମଣରେ ଜଣେ ପଥଚାରୀଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା । ଲୋକେ ଆକ୍ସନ ନେବା ପାଇଁ ସରକାଙ୍କ ଉପରେ ଚାପ ପକାଇଥିଲେ । ସାରା ଦେଶରେ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଶାନ୍ତ କରିବା ପାଇଁ ସରକାର ଭାଲୁଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରଙ୍କ କହିବା ଅନୁସାରେ ଏହାଦ୍ୱାରା ସଂରକ୍ଷିତ ପ୍ରଜାତିଙ୍କ ଅଧିକ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିବ । ଦେଶର ପରିବେଶ ମନ୍ତ୍ରଣାଳୟ ଅନୁସାରେ, ୟୁରୋପ ମହାଦେଶରେ ରୁଷ ପରେ ରୋମାନିଆରେ ସବୁଠାରୁ ଅଧିକ ମାଟିଆ ରଙ୍ଗର ଭାଲୁ ଅଛନ୍ତି । ଯେଉଁମାନଙ୍କ ସଂଖ୍ୟା ୮୦୦୦ରୁ ଅଧିକ ରହିଛି ।ଚଳିତ ବର୍ଷ ଆରମ୍ଭରେ ମନ୍ତ୍ରଣାଳୟ କହିଥିଲା ଯେ ଗତ ୨୦ ବର୍ଷରେ ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶରେ ଭାଲୁଙ୍କ ଦ୍ୱାରା ୨୬ ଜଣଙ୍କ ଜୀବନ ଯାଇଥିଲା । ୨୭୪ ଜଣ ଭାଲୁ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ । ରୋମାନିଆର କର୍ପେଥିୟମ ପାହାଡ଼ରେ ଏକ ଲୋକପ୍ରିୟ ମାର୍ଗରେ ଜଣେ ଯୁବକ ଚାଲି ଚାଲି ଯିବା ବେଳେ ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମାର୍ସେଲ ସିଓଲାକୁ ସାଂସଦରେ ଜରୁରୀକାଳୀନ ଅଧିବେଶନରେ ଭାଗ ନେବା ପାଇଁ ସାଂସଦଙ୍କୁ ଖରାଛୁଟିରୁ ଫେରି ଆସିବା ପାଇଁ କହିଥିଲେ ।ମାଟିଆ ଭାଲୁଙ୍କ ସଂଖ୍ୟାକୁ ନିୟନ୍ତ୍ରିତ କରିବା ପାଇଁ ଆଇନ ଆଣ
ନୂଆଦିଲ୍ଲୀ: ରୋମାନିଆ ସଂସଦ ଚଳିତ ବର୍ଷ ପ୍ରାୟ ୫୦୦ ଭାଲୁଙ୍କୁ ମାରିବା ପାଇଁ ମଞ୍ଜୁରୀ ଦେଇଛି । ଦେଶରେ ଭାଲୁ ଆକ୍ରମଣରେ ଜଣେ ପଥଚାରୀଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା । ଲୋକେ ଆକ୍ସନ ନେବା ପାଇଁ ସରକାଙ୍କ ଉପରେ ଚାପ ପକାଇଥିଲେ । ସାରା ଦେଶରେ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଶାନ୍ତ କରିବା ପାଇଁ ସରକାର ଭାଲୁଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରଙ୍କ କହିବା ଅନୁସାରେ ଏହାଦ୍ୱାରା ସଂରକ୍ଷିତ ପ୍ରଜାତିଙ୍କ ଅଧିକ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିବ । ଦେଶର ପରିବେଶ ମନ୍ତ୍ରଣାଳୟ ଅନୁସାରେ, ୟୁରୋପ ମହାଦେଶରେ ରୁଷ ପରେ ରୋମାନିଆରେ ସବୁଠାରୁ ଅଧିକ ମାଟିଆ ରଙ୍ଗର ଭାଲୁ ଅଛନ୍ତି । ଯେଉଁମାନଙ୍କ ସଂଖ୍ୟା ୮୦୦୦ରୁ ଅଧିକ ରହିଛି ।
ଚଳିତ ବର୍ଷ ଆରମ୍ଭରେ ମନ୍ତ୍ରଣାଳୟ କହିଥିଲା ଯେ ଗତ ୨୦ ବର୍ଷରେ ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶରେ ଭାଲୁଙ୍କ ଦ୍ୱାରା ୨୬ ଜଣଙ୍କ ଜୀବନ ଯାଇଥିଲା । ୨୭୪ ଜଣ ଭାଲୁ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ । ରୋମାନିଆର କର୍ପେଥିୟମ ପାହାଡ଼ରେ ଏକ ଲୋକପ୍ରିୟ ମାର୍ଗରେ ଜଣେ ଯୁବକ ଚାଲି ଚାଲି ଯିବା ବେଳେ ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମାର୍ସେଲ ସିଓଲାକୁ ସାଂସଦରେ ଜରୁରୀକାଳୀନ ଅଧିବେଶନରେ ଭାଗ ନେବା ପାଇଁ ସାଂସଦଙ୍କୁ ଖରାଛୁଟିରୁ ଫେରି ଆସିବା ପାଇଁ କହିଥିଲେ ।
ମାଟିଆ ଭାଲୁଙ୍କ ସଂଖ୍ୟାକୁ ନିୟନ୍ତ୍ରିତ କରିବା ପାଇଁ ଆଇନ ଆଣିବା ସହ ସଂସଦରେ ମୃତ ଯୁବକଙ୍କ ପାଇଁ ନିରୀବ ପ୍ରାର୍ଥନା ରଖାଯାଇଥିଲା । ସୋମବାର ପାରିତ ଆଇନ ଅନୁସାରେ ୨୦୨୪ରେ ୪୮୧ ଭାଲୁଙ୍କୁ ମାରିବା ପାଇଁ ଅନୁମତି ଦିଆଯାଇଛି, ଯାହା ଗତ ବର୍ଷର 220 ଭାଲୁଙ୍କ ସଂଖ୍ୟାଠାରୁ ଦ୍ୱିଗୁଣା ଅଟେ । ଅନ୍ୟପଟେ ପରିବେଶବିତ୍ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।
ଡବ୍ଲୁଡବ୍ଲୁଏଫର ଜୀବବିଜ୍ଞାନୀ କ୍ୟାଲିନ ଆର୍ଡେଲିୟନ କହିଛନ୍ତି, ଏହି ଆଇନ ସମସ୍ୟାର କିଛି ବି ସମାଧାନ କରିବ ନାହିଁ । ସେ ଯୁକ୍ତ ଦେଇଛନ୍ତି ଯେ ଏହା ପରିବର୍ତ୍ତେ ସମସ୍ୟାଗ୍ରସ୍ତ ଭାଲୁଙ୍କ ଉପରେ ଧ୍ୟାନ କେନ୍ଦ୍ରିତ ରହିବା ଦରକାର । ଡବ୍ଲୁଡବ୍ଲୁଏଫ ରୋମାନିଆ ଅନୁସାରେ, ଯେପର୍ଯ୍ୟନ୍ତ ଭାଲୁଙ୍କୁ ସମୁଦାୟଠାରୁ ଦୂରରେ ରଖିବା ପାଇଁ ଉପାୟ ବାହାର କରା ନଯାଇଛି, ବନ୍ୟଜନ୍ତୁଙ୍କୁ ଖାଇବା ଦେବା ବନ୍ଦ ନକରାଯାଏ, ସେପର୍ଯ୍ୟନ୍ତ ହତ୍ୟା ସମସ୍ୟାର ସମାଧାନ ହୋଇପାରିବ ନାହିଁ ।