ରୋଗଶଯ୍ୟାକୁ ଚାଲି ଯାଇଛି କି ୧୦୮ ଆମ୍ବୁଲାନ୍ସ ସେବା ?
ରୋଗଶଯ୍ୟାକୁ ଚାଲି ଯାଇଛି କି ୧୦୮ ଆମ୍ବୁଲାନ୍ସ ସେବା ? ଗୁରୁତର ରୋଗୀଙ୍କୁ ହସପିଟାଲ ନେଉଥିବା 108 ଆମ୍ବୁଲାନ୍ସ ଏବେ ନିଜେ କୋମାରେ କି ? ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ଏବେ ସମଗ୍ର ରାଜ୍ୟରେ ଦେଖାଦେଇଛି ୧୦୮ ଆମ୍ବୁଲାନ୍ସକୁ ନେଇ ଏଭଳି ସମସ୍ୟା। ଆମ୍ବୁଲାନସରେ କେଉଁଠି ଭେଣ୍ଟିଲେଟର କାମ କରୁନି, ତ ଆଉ କେଉଁଠି ଏସି ଅଚଳ। କେଉଁଠି ରୋଗୀଙ୍କ ପାଇଁ ଥିବା ସିଟ୍ ଚିରାଫଟା ତ ଆଉ କେଉଁ ଗାଡ଼ିର ଟାୟାର ଅବସ୍ଥା ନକହିଲେ ଭଲ।