କୋହଲିଙ୍କ ବିସ୍ଫୋରକ ଶତକ, ରାଜସ୍ଥାନ ଆଗରେ ୧୮୪ ରନର ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ଜୟପୁର : ଆଇପିଏଲ୍‌ ୨୦୨୪ର ୧୯ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଗର୍ଜିଛି ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟର ବିରାଟ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ୭୨ ବଲରୁ ୧୧୩ ରନର ଅପରାଜିତ ଇଂନିସ ଖେଳିଛନ୍ତି। ଏହା ଚଳିତ ଆଇପିଏଲର ପ୍ରଥମ ଶତକ ହୋଇଥିବା ବେଳେ ବିରାଟଙ୍କର ଆଇପିଏଲରେ ଅଷ୍ଟମ ଶତକ। ବିରାଟ ଅପରାଜିତ ଶତକ ବଳରେ ପ୍ରଥମ ବ୍ୟାଟିଂ କରୁଥିବା ବେଙ୍ଗାଲୁରୁ […]

କୋହଲିଙ୍କ ବିସ୍ଫୋରକ ଶତକ, ରାଜସ୍ଥାନ ଆଗରେ ୧୮୪ ରନର ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ
Virat Kohli smashes first century of IPL 2024

ଜୟପୁର : ଆଇପିଏଲ୍‌ ୨୦୨୪ର ୧୯ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଗର୍ଜିଛି ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟର ବିରାଟ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ୭୨ ବଲରୁ ୧୧୩ ରନର ଅପରାଜିତ ଇଂନିସ ଖେଳିଛନ୍ତି। ଏହା ଚଳିତ ଆଇପିଏଲର ପ୍ରଥମ ଶତକ ହୋଇଥିବା ବେଳେ ବିରାଟଙ୍କର ଆଇପିଏଲରେ ଅଷ୍ଟମ ଶତକ। ବିରାଟ ଅପରାଜିତ ଶତକ ବଳରେ ପ୍ରଥମ ବ୍ୟାଟିଂ କରୁଥିବା ବେଙ୍ଗାଲୁରୁ ରାଜସ୍ଥାନ ଆଗରେ ୧୮୪ ରନର ବିଜୟ ଲକ୍ଷ୍ୟ ରଖିଛି ।

ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ଫ୍ଲେସିସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବିରାଟ ଓ ଅଧିନାୟକ ଫାଫ ଡୁପ୍ଲେସିସ ପ୍ରଥମ ୱିକେଟ ପାଇଁ ୧୨୫ ରନ ଯୋଡ଼ିଥିଲେ। ଅଧିନାୟକ ଫାଫ ଡୁପ୍ଲେସିସ ୪୪ ରନ କରି ଚହଲଙ୍କ ଶିକାର ବନିଥିଲେ। ଏହାପରେ ମ୍ୟାକ୍ସୱେଲ ମାତ୍ର ୧ ରନ ସୌରଭ ଚୌହାନ ୯ ରନ କରି ଆଉଟ ହୋଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିଲେ ମଧ୍ୟ ବିରାଟ ଗୋଟିଏ ପଟେ ଛିଡ଼ା ହୋଇ ବିସ୍ଫୋରକ ଇଂନିସ ଖେଳିଚାଲିଥିଲେ। ୬୭ ବଲରେ ନିଜର ଶତକ ପୂରଣ କରିବା ପରେ ୭୨ ବଲରେ ୧୧୩ ରନ୍‌ କରି ବିରାଟ ପ୍ରଥମ ଇଂନିସ ଶେଷ ଯାଏଁ ଅପରାଜିତ ରହିଥିଲେ। ୭୨ ବଲରେ ୧୧୩ ରନ କରି ଅପରାଜିତ ଥିବା ବିରାଟ ୪ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ବିରାଟଙ୍କ ବିସ୍ଫୋରକଶତକ ଯୋଗୁ ବେଙ୍ଗାଲୁରୁ ୧୮୩ ରନ କରିବାକୁ ସକ୍ଷମ ହୋଇଛି।