ସଂସଦରେ ରାହୁଲଙ୍କ ବୟାନକୁ ନେଇ ଏମିତି ହେଲା ହଙ୍ଗାମା…, ହଠାତ୍‌ ଉଠି ଠିଆ ହୋଇଗଲେ ମୋଦି

ନୂଆଦିଲ୍ଲୀ,୧।୭: ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ସୋମବାର ଏମିତି ଏକ ବୟାନ ଦେଇଛନ୍ତି ଯାହା ସମଗ୍ର ଲୋକ ସଭାରେ ଆଲୋଡ଼ନ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ହିଂସା ସୃଷ୍ଟି କରୁଛନ୍ତି। ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦି ହଠାତ୍‌ ନିଜ ଆସନରୁ ଉଠି ରାହୁଲଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ […] The post ସଂସଦରେ ରାହୁଲଙ୍କ ବୟାନକୁ ନେଇ ଏମିତି ହେଲା ହଙ୍ଗାମା…, ହଠାତ୍‌ ଉଠି ଠିଆ ହୋଇଗଲେ ମୋଦି appeared first on Dharitri Odia News.

ସଂସଦରେ ରାହୁଲଙ୍କ ବୟାନକୁ ନେଇ ଏମିତି ହେଲା ହଙ୍ଗାମା…, ହଠାତ୍‌ ଉଠି ଠିଆ ହୋଇଗଲେ ମୋଦି

ନୂଆଦିଲ୍ଲୀ,୧।୭: ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ସୋମବାର ଏମିତି ଏକ ବୟାନ ଦେଇଛନ୍ତି ଯାହା ସମଗ୍ର ଲୋକ ସଭାରେ ଆଲୋଡ଼ନ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ହିଂସା ସୃଷ୍ଟି କରୁଛନ୍ତି। ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦି ହଠାତ୍‌ ନିଜ ଆସନରୁ ଉଠି ରାହୁଲଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ବିଷୟ। ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି। ଏଥି ସହ ଅମିତ ଶାହା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି କହିଥିଲେ।
ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ବିଷୟ। ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି। ଏହା ପରେ ରାହୁଲ ଗାନ୍ଧୀ ପୁଣିଥରେ ନିଜ ଆସନରେ ବସିଥିଲେ। ଏହା ପରେ ଲୋକ ସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଭାଜପା ଏବଂ ମୋଦି ସମଗ୍ର ହିନ୍ଦୁ ସମାଜ ନୁହଁନ୍ତି।
ଏହା ପରେ ଅମିତ ଶାହା ମଧ୍ୟ ନିଜ ଆସନରୁ ଉଠି କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ବିବୃତ୍ତିରେ ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କଠାରୁ କ୍ଷମା ମାଗିଥିଲେ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ସମସ୍ତ ହିନ୍ଦୁଙ୍କୁ ହିଂସାତ୍ମକ ବୋଲି କହିଥିବା ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍‌। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ କହିଛନ୍ତି ଯେ କୋଟି କୋଟି ଲୋକ ହିନ୍ଦୁ ହୋଇଥିବାରୁ ଗର୍ବିତ, ରାହୁଲ ଗାନ୍ଧୀ ଭାବନ୍ତି ଯେ ସେମାନେ ସମସ୍ତେ ହିଂସ୍ର।

 

The post ସଂସଦରେ ରାହୁଲଙ୍କ ବୟାନକୁ ନେଇ ଏମିତି ହେଲା ହଙ୍ଗାମା…, ହଠାତ୍‌ ଉଠି ଠିଆ ହୋଇଗଲେ ମୋଦି appeared first on Dharitri Odia News.