ଭାଜପା-ବିଜେଡି ମେଣ୍ଟ ହେଲେ କେଉଁଠୁ କିଏ ପଡ଼ିବେ ବାଦ୍‌? ଚିନ୍ତାରେ ପଡ଼ିଗଲେଣି ନେତା

ଭୁବନେଶ୍ୱର,୮।୩: ଲୋକ ସଭା ନିର୍ବାଚନକୁ ନେଇ ଓଡ଼ିଶାର ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଥିଲା। କିଛି ନେତା ଦଳବଦଳ କରୁଥିବା ବେଳେ ଶାସନ କ୍ଷମତାରେ ଥିବା ବିଜେଡି ପକ୍ଷରୁ ଲୋଭନୀୟ ଯୋଜନାମାନ ଅଣାଯାଉଥିବା ଅଭିଯୋଗ ହେଉଥିଲା। ହେଲେ କିଛି ଦିନ ଧରି ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ପରଠାରୁ ରାଜନୀତି ସରଗରମ ରହିଛି। ଏଭଳି ସ୍ଥିତିରେ ଉଭୟ ଦଳର ତୃଣମୂଳସ୍ତର କର୍ମୀ ଏବଂ ନେତାମାନଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଲାଗିଲାଣି। ବିଶେଷକରି […] The post ଭାଜପା-ବିଜେଡି ମେଣ୍ଟ ହେଲେ କେଉଁଠୁ କିଏ ପଡ଼ିବେ ବାଦ୍‌? ଚିନ୍ତାରେ ପଡ଼ିଗଲେଣି ନେତା appeared first on Dharitri Odia News.

ଭାଜପା-ବିଜେଡି ମେଣ୍ଟ ହେଲେ କେଉଁଠୁ କିଏ ପଡ଼ିବେ ବାଦ୍‌? ଚିନ୍ତାରେ ପଡ଼ିଗଲେଣି ନେତା

ଭୁବନେଶ୍ୱର,୮।୩: ଲୋକ ସଭା ନିର୍ବାଚନକୁ ନେଇ ଓଡ଼ିଶାର ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଥିଲା। କିଛି ନେତା ଦଳବଦଳ କରୁଥିବା ବେଳେ ଶାସନ କ୍ଷମତାରେ ଥିବା ବିଜେଡି ପକ୍ଷରୁ ଲୋଭନୀୟ ଯୋଜନାମାନ ଅଣାଯାଉଥିବା ଅଭିଯୋଗ ହେଉଥିଲା। ହେଲେ କିଛି ଦିନ ଧରି ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ପରଠାରୁ ରାଜନୀତି ସରଗରମ ରହିଛି। ଏଭଳି ସ୍ଥିତିରେ ଉଭୟ ଦଳର ତୃଣମୂଳସ୍ତର କର୍ମୀ ଏବଂ ନେତାମାନଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଲାଗିଲାଣି। ବିଶେଷକରି ଯେଉଁ ନେତାମାନେ ଭାଜପାରେ ପ୍ରାର୍ଥୀ ହେବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିି ନିଜ ସଙ୍ଗଠନ କରିଥିଲେ ଏବଂ ବିଜେଡି ଯେଉଁ ଆସନ ଛାଡିବ ସେହି ସ୍ଥାନର ନେତାମାନେ ଏବେ ଚିନ୍ତାରେ ପଡିଗଲେଣି। କେଉଁ ଆସନ କାହା ପାଖରେ ରହିବ ଏବଂ କିଏ ଏହି ନିର୍ବାଚନରେ ବାଦ୍‌ ପଡ଼ିବେ କୁହାଯାଇ ନ ପାରେ। ଏପରିକି ସେମାନଙ୍କୁ ବୁଝାଶୁଝା କରି ରଖିବା ଉଭୟ ଦଳ ପାଇଁ କାଠିକାର ପାଠ ହୋଇପାରେ। ଯେଉଁ କର୍ମୀମାନେ ବିଜେଡି ବିରୋଧରେ ଗତ ପଞ୍ଚାୟତ, ସାଧାରଣ ନିର୍ବାଚନରେ ଲଢିଥିଲେ ସେମାନେ ଏବେ ଉଭୟ ଦଳର ଆଭିମୁଖ୍ୟକୁ ନିନ୍ଦା କରିବା ଆରମ୍ଭ କଲେଣି। ସେମାନଙ୍କ ନେତାଙ୍କୁ ଯଦି ଟିକେଟ ନ ମିଳେ ସେମାନେ କିଭଳି କାମ କରିବେ ତାହାକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି।

The post ଭାଜପା-ବିଜେଡି ମେଣ୍ଟ ହେଲେ କେଉଁଠୁ କିଏ ପଡ଼ିବେ ବାଦ୍‌? ଚିନ୍ତାରେ ପଡ଼ିଗଲେଣି ନେତା appeared first on Dharitri Odia News.