୩୭ ତମ ଯୁବ ମହୋତ୍ସବ ‘ଉମଙ୍ଗ’୨୦୨୪ ଉଦଘାଟିତ
ଗୋପାଳପୁର ୧୬/୨ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୫ ଦିନିଆ ୩୭ ତମ ଯୁବ ମହୋତ୍ସବ ‘ଉମଙ୍ଗ’୨୦୨୪ ଆଜି ଉଦଘାଟିତ ହୋଇଯାଇଛି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ପ୍ରଥମେ ପିଜି କାଉନସିଲ ସମ୍ମୁଖରେ ୧୦୦ ଫୁଟ ଲମ୍ବ ବିଶିଷ୍ଟ ଜାତୀୟ ପତାକାକୁ ଲୋକାର୍ପଣ କରିଥିଲେ ।ପରେ ବିଶ୍ଵବିଦ୍ୟାଳୟର ମିନି ଷ୍ଟାଡିଅମ ଠାରେ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟି […] The post ୩୭ ତମ ଯୁବ ମହୋତ୍ସବ ‘ଉମଙ୍ଗ’୨୦୨୪ ଉଦଘାଟିତ appeared first on Odisha.News.

ଗୋପାଳପୁର ୧୬/୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୫ ଦିନିଆ ୩୭ ତମ ଯୁବ ମହୋତ୍ସବ ‘ଉମଙ୍ଗ’୨୦୨୪ ଆଜି ଉଦଘାଟିତ ହୋଇଯାଇଛି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ପ୍ରଥମେ ପିଜି କାଉନସିଲ ସମ୍ମୁଖରେ ୧୦୦ ଫୁଟ ଲମ୍ବ ବିଶିଷ୍ଟ ଜାତୀୟ ପତାକାକୁ ଲୋକାର୍ପଣ କରିଥିଲେ ।ପରେ ବିଶ୍ଵବିଦ୍ୟାଳୟର ମିନି ଷ୍ଟାଡିଅମ ଠାରେ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟି (ଏ ଆଇ ୟୁ.) ପକ୍ଷରୁ ଆୟୋଜିତ ଯୁବ ମହୋତ୍ସବ କାର୍ଯ୍ୟକ୍ରମ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସ୍କୃତିକ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କୁଳସଚିବ ସଚ୍ଚିତାନନ୍ଦ ନାୟକ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ,ଏ ଆଇ ୟୁ ର ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ପାଳ,ଦୀପକ କୁମାର ମିଶ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ ମଂଚାସୀନ ଥିଲେ l ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଓଡିଶାର ବିବିଧତା ସମଗ୍ର ଭାରତ ବର୍ଷ ପ୍ରତିନିଧିତ୍ବ କରେ, ପୁରାତନ ପରମ୍ପରା ଏବଂ କଳା, ସଂସ୍କୃତିକୁ ଲୋକଲୋଚନ କୁ ଆଣିବା ଏହି ଉତ୍ସବର ମୂଳ ଉଦେଶ୍ୟ l ଏ ଆଇ ୟୁ ମିଳିତ ସହଯୋଗ ଏବଂ ସହଭାଗିତା ଦ୍ୱାରା ନେତୃତ୍ୱ ବିକାଶ ସମ୍ଭବ ପର ବୋଲି କହିଥିଲେ l ପାଠପଢ଼ା ସହ କ୍ରୀଡ଼ା, କଳା ଓ ସଂସ୍କୃତି ଉପରେ ଜ୍ଞାନ ଆରୋହଣ କରିବାକୁ କହିବା ସହ ସମାଜରେ ଜଣେ ଶୃଙ୍ଖଳିତ ହୋଇ ଜଣେ ଉତ୍ତର ନାଗରିକ ହେବାକୁ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥଲେ l କୁଳସଚିବ ଏବଂ ଉମଙ୍ଗ ଆବାହକ ଦୀର୍ଘ ବର୍ଷ ପରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କହିଥିଲେ l ପ୍ରଫେସର ଅଞ୍ଜନ କୁମାର ପୃଷ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ l ସଂଯୋଜିକା ଡ଼. ସରିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ୋକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଏହି ଯୁବ ମହୋତ୍ସବ ଓଡିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୧୬ ବିଶ୍ଵବିଦ୍ୟାଳୟରୁ ପ୍ରାୟ ୬ ଶହ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ ଓ ସହାୟକ କର୍ମଚାରୀ ଯୋଗ ଦେଇଛନ୍ତି l ଅପରାହ୍ନରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ରୁ ଆସିଥିବା ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ବାହାରି କ୍ୟାମ୍ପସ ପରିସର ପରିକ୍ରମା କରିଥିଲେ l ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗଞ୍ଜାମ ଲୋକ କଳା ଏବଂ ଐତିହ୍ୟ ପ୍ରଦର୍ଶନୀ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।ତଦାରଖ କରିବା ପାଇଁ ଏ ଆଇ ୟୁ ପକ୍ଷରୁ ବିଚାରକ ମଣ୍ଡଳୀ ନିୟୋଜିତ ହୋଇଛନ୍ତି l ଉଦଘାଟନର ପ୍ରଥମ ସନ୍ଧ୍ୟା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିନ ହୋଇଛି l ଏଥିରେ ସମସ୍ତ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ର,ଛାତ୍ରୀ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ l
The post ୩୭ ତମ ଯୁବ ମହୋତ୍ସବ ‘ଉମଙ୍ଗ’୨୦୨୪ ଉଦଘାଟିତ appeared first on Odisha.News.