ବୋଲେରୋ-ବୁଲେଟ ମୁହାଁମୁହିଁ ଧକ୍କା : ୨ ମୃତ

କଳାହାଣ୍ଡି,୦୩/୦୩-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜପଥ ନର୍ଲା ଥାନା ଅନ୍ତର୍ଗତ ଛତିକୁଡା-ଖଇରମାଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଏବଂ ବୁଲେଟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୁଲେଟ ଆରୋହୀ ଦୁଇଜଣ ଯୁବକଙ୍କ ଘଟଣାସ୍ଥଳରେ ହିଁ ଜୀବନ ଯାଇଛି। ମୃତକ ଦ୍ବୟ ହେଲେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ଼ ପଞ୍ଚାୟତ କିଡିଙ୍ଗର ଜଗତାନନ୍ଦ ଶବର(୨୭) ଓ କପିଳାସ ରାଉତ (୨୪)। ଦୁହେଁ ଖଇରମାଲକୁ ଯାଉଥିବାବେଳେ ଏହି […] The post ବୋଲେରୋ-ବୁଲେଟ ମୁହାଁମୁହିଁ ଧକ୍କା : ୨ ମୃତ appeared first on Odisha.News.

ବୋଲେରୋ-ବୁଲେଟ ମୁହାଁମୁହିଁ ଧକ୍କା : ୨ ମୃତ

କଳାହାଣ୍ଡି,୦୩/୦୩-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜପଥ ନର୍ଲା ଥାନା ଅନ୍ତର୍ଗତ ଛତିକୁଡା-ଖଇରମାଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଏବଂ ବୁଲେଟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୁଲେଟ ଆରୋହୀ ଦୁଇଜଣ ଯୁବକଙ୍କ ଘଟଣାସ୍ଥଳରେ ହିଁ ଜୀବନ ଯାଇଛି। ମୃତକ ଦ୍ବୟ ହେଲେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ଼ ପଞ୍ଚାୟତ କିଡିଙ୍ଗର ଜଗତାନନ୍ଦ ଶବର(୨୭) ଓ କପିଳାସ ରାଉତ (୨୪)। ଦୁହେଁ ଖଇରମାଲକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଧକ୍କାରେ ବୁଲେଟଟି ବୋଲେରୋ ଭିତରେ ପଶି ଯାଇଥିଲା। ଜଣେ ବାଇକ ଆରୋହୀ ବୋଲେରୋ ଉପରେ ଛିଟିକି ପଡ଼ି ଜୀବନ ହାରିଥିବାବେଳେ ଆଉ ଜଣକ ଚକ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ବୋଲେରୋ ସାମ୍ନା ପଟ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଠାରେ ଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସର ତଦନ୍ତ ଜାରି ରହିଛି।

The post ବୋଲେରୋ-ବୁଲେଟ ମୁହାଁମୁହିଁ ଧକ୍କା : ୨ ମୃତ appeared first on Odisha.News.