ଆଳୁ ସଙ୍କଟ ମଧ୍ୟରେ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ, ୫ ଦିନ ଭିତରେ…
ଭୁବନେଶ୍ୱର,୨୦।୮: ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି। ମନ୍ତ୍ରୀ କହିଛନ୍ତି, ଟ୍ରେନରେ ପାଖାପାଖି ୪୮ ହଜାର କ୍ବିଣ୍ଟାଲ ଆଳୁ ଆସିବ। ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶା ପହଞ୍ଚିବ। ସମ୍ବଲପୁରରେ ଆଳୁ ଦର ୨୬ ଟଙ୍କା, ରାଜଧାନୀରେ ୩୦ରୁ ୩୫ ରହିଛି। ବ୍ୟାପକ ଆଳୁ ରଖିଥିଲେ ଦୃଢ଼ […] The post ଆଳୁ ସଙ୍କଟ ମଧ୍ୟରେ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ, ୫ ଦିନ ଭିତରେ… appeared first on Dharitri Odia News.
ଭୁବନେଶ୍ୱର,୨୦।୮: ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି। ମନ୍ତ୍ରୀ କହିଛନ୍ତି, ଟ୍ରେନରେ ପାଖାପାଖି ୪୮ ହଜାର କ୍ବିଣ୍ଟାଲ ଆଳୁ ଆସିବ। ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶା ପହଞ୍ଚିବ। ସମ୍ବଲପୁରରେ ଆଳୁ ଦର ୨୬ ଟଙ୍କା, ରାଜଧାନୀରେ ୩୦ରୁ ୩୫ ରହିଛି।
ବ୍ୟାପକ ଆଳୁ ରଖିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ। ଫଳରେ ରାଜ୍ୟରେ ପୁଣି ଆଳୁର ଅଭାବ ଦେଖାଦେଇପାରେ ବୋଲି ସେ କହିଥିଲେ।
The post ଆଳୁ ସଙ୍କଟ ମଧ୍ୟରେ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ, ୫ ଦିନ ଭିତରେ… appeared first on Dharitri Odia News.