ଆଶାୟୀଙ୍କୁ ଝଟକା; ଆରଆଇ, ଏଆରଆଇ, ଅମିନ ପ୍ରିଲିମ୍ ପରୀକ୍ଷା ବାତିଲ୍
ଭୁବନେଶ୍ଵର: ଓଟିଇଟି ପ୍ରଶ୍ନପତ୍ର ଲିକ୍ କାରଣରୁ ପରୀକ୍ଷା ବାତିଲ ହେବା ଖବର ମଧ୍ୟରେ ସରକାରୀ ଚାକିରି ପାଇଁ ଆଶା ବାନ୍ଧି ବସିଥିବା ଆଶାୟୀଙ୍କ ପାଇଁ ଆସିଛି ନିରାଶ ଖବର। ଆରଆଇ, ଏଆରଆଇ ଓ ଅମିନ ପ୍ରିଲିମ୍ ପରୀକ୍ଷା ବାତିଲ୍ କରିଛନ୍ତି OSSSC। ଏନେଇ ବୁଧବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।ସୂଚନା ଅନୁଯାୟୀ, ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ୍ କରାଯାଇଛି। ଏହା ପରେ ୧୪ ଦିନ ଭିତରେ ପୁନଃ ପରୀକ୍ଷା ପାଇଁ କମିଶନ ବିଜ୍ଞପ୍ତି ପ୍ରକାଶ କରିବେ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଆଉ ସାନି ଆବେଦନ କରିବାକୁ ପଡ଼ିବନି। ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ। Also read: ସରକାରୀ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା , ଚା' କପ୍ ଓ ପ୍ଲାଷ୍ଟିକ୍ ପ୍ଲେଟ୍ ମନାସୂଚନାଯୋଗ୍ୟ, ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ମିଳିବା ପରେ ସମସ୍ତଙ୍କୁ ପାସ୍ କରାଇ ଦିଆଯାଇଥିଲା। ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମର ଉଲ୍ଲଙ୍ଘନ ହେବା ନେଇ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା। ଖାଲି ପଦରେ ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା। ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା।ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ କରାଯାଇଛି।
ଭୁବନେଶ୍ଵର: ଓଟିଇଟି ପ୍ରଶ୍ନପତ୍ର ଲିକ୍ କାରଣରୁ ପରୀକ୍ଷା ବାତିଲ ହେବା ଖବର ମଧ୍ୟରେ ସରକାରୀ ଚାକିରି ପାଇଁ ଆଶା ବାନ୍ଧି ବସିଥିବା ଆଶାୟୀଙ୍କ ପାଇଁ ଆସିଛି ନିରାଶ ଖବର। ଆରଆଇ, ଏଆରଆଇ ଓ ଅମିନ ପ୍ରିଲିମ୍ ପରୀକ୍ଷା ବାତିଲ୍ କରିଛନ୍ତି OSSSC। ଏନେଇ ବୁଧବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।
ସୂଚନା ଅନୁଯାୟୀ, ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ୍ କରାଯାଇଛି। ଏହା ପରେ ୧୪ ଦିନ ଭିତରେ ପୁନଃ ପରୀକ୍ଷା ପାଇଁ କମିଶନ ବିଜ୍ଞପ୍ତି ପ୍ରକାଶ କରିବେ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଆଉ ସାନି ଆବେଦନ କରିବାକୁ ପଡ଼ିବନି। ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ।
Also read: ସରକାରୀ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା , ଚା' କପ୍ ଓ ପ୍ଲାଷ୍ଟିକ୍ ପ୍ଲେଟ୍ ମନା
ସୂଚନାଯୋଗ୍ୟ, ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ମିଳିବା ପରେ ସମସ୍ତଙ୍କୁ ପାସ୍ କରାଇ ଦିଆଯାଇଥିଲା। ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମର ଉଲ୍ଲଙ୍ଘନ ହେବା ନେଇ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା। ଖାଲି ପଦରେ ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା। ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା।ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ କରାଯାଇଛି।