ଭାରତରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ୪୩ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଭାରତରେ ୨୦୨୩ରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ(ଫରେନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ/FDI) ୪୩ ପ୍ରତିଶତ ହ୍ରାସ ପାଇଛି। ଏଥର ଭାରତକୁ ମାତ୍ର ୨୮.୧୬୩   ବିଲିଅନ ଏଫ୍‌ଡିଆଇ ଆସିଛି। ସେହିପରି ବିଶ୍ୱସ୍ତରରେ ମଧ୍ୟ ଏଫ୍‌ଡିଆଇ ୨ ପ୍ରତିଶତ ହ୍ରାସ ପାଇଛି। ଏନେଇ ଗୁରୁବାର ବାଣିଜ୍ୟ ଓ ବିକାଶ ମିଳିତ ଜାତିସଂଘ ସମ୍ମିଳନୀ(UNCTAD) ରିପୋର୍ଟ ପ୍ରକାଶ କରିଛି। ଏଫ୍‌ଡିଆଇ ହ୍ରାସ ପରେ ଭାରତ ଏହି ସୂଚକାଙ୍କରେ ଅଷ୍ଟମ ସ୍ଥାନରୁ ସିଧା ୧୫ ତମ ସ୍ଥାନକୁ ଖସି ଆସିଛି। ୨୦୨୨ରେ ଭାରତ ଅଷ୍ଟମ ସ୍ଥାନରେ ଥିଲା। ତେବେ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ଏବଂ ଇଣ୍ଟରନ୍ୟାସ୍‌ନାଲ ପ୍ରୋଜେକ୍ଟ ଫାଇନାନ୍ସ ଡିଲ୍ ଏହି ଦୁଇଟି ଏଫ୍‌ଡିଆଇରେ ଭାରତ ଶୀର୍ଷ ୫ଟି ସ୍ଥାନରେ ରହିଛି। ୨୦୨୨ରେ ଭାରତର ଏଫ୍‌ଡିଆଇ ୧୦ ପ୍ରତିଶତ ୪୯.୩୮ ବିଲିଅନ ଡଲାର ହୋଇଥିଲା। ୟୁଏନସିଟିଏଡି ୱାର୍ଲ୍ଡ ଇନ୍‌ଭେଷ୍ଟମେଣ୍ଟ ରିପୋର୍ଟ ୨୦୨୪ ରିପୋର୍ଟ ଅନୁସାରେ, ୨୦୨୨ ତୁଳନାରେ ୨୦୨୩ରେ  ୪୩ ପ୍ରତିଶତ ଏଫ୍‌ଡିଆଇ ହ୍ରାସ ପାଇଛି।ୟୁଏନସିଟିଏଡି ୱାର୍ଲ୍ଡ ଇନଭେଷ୍ଟମେଣ୍ଟ ରିପୋର୍ଟ ଜାରି କରିଥାଏ। ଯାହା ବିଶ୍ୱରେ ରିଜନାଲ ଏବଂ ଦେଶର ଲେବଲ ଉପରେ ଏଫ୍‌ଡିଆଇ ସ୍ତର ବିଷୟରେ ସୂଚନା ଦେଇଥାଏ। ଏହା ବ୍ୟତୀତ ବିକାଶରେ ଅବଦାନ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ରିପୋର୍ଟରେ ମଧ୍ୟ ପରାମର୍ଶ ଦିଆଯାଇଥାଏ। ଏହି ରିପୋର୍ଟ ଅନୁଯାୟୀ, କରୋନା ଦ୍ୱାରା ପ୍ରଭାବିତ ୨୦୨୦ ମସିହାରେ ଭାରତରେ ୬୪ ବିଲି

ଭାରତରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ୪୩ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଭାରତରେ ୨୦୨୩ରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ(ଫରେନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ/FDI) ୪୩ ପ୍ରତିଶତ ହ୍ରାସ ପାଇଛି। ଏଥର ଭାରତକୁ ମାତ୍ର ୨୮.୧୬୩   ବିଲିଅନ ଏଫ୍‌ଡିଆଇ ଆସିଛି। ସେହିପରି ବିଶ୍ୱସ୍ତରରେ ମଧ୍ୟ ଏଫ୍‌ଡିଆଇ ୨ ପ୍ରତିଶତ ହ୍ରାସ ପାଇଛି। ଏନେଇ ଗୁରୁବାର ବାଣିଜ୍ୟ ଓ ବିକାଶ ମିଳିତ ଜାତିସଂଘ ସମ୍ମିଳନୀ(UNCTAD) ରିପୋର୍ଟ ପ୍ରକାଶ କରିଛି। ଏଫ୍‌ଡିଆଇ ହ୍ରାସ ପରେ ଭାରତ ଏହି ସୂଚକାଙ୍କରେ ଅଷ୍ଟମ ସ୍ଥାନରୁ ସିଧା ୧୫ ତମ ସ୍ଥାନକୁ ଖସି ଆସିଛି। 

୨୦୨୨ରେ ଭାରତ ଅଷ୍ଟମ ସ୍ଥାନରେ ଥିଲା। ତେବେ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ଏବଂ ଇଣ୍ଟରନ୍ୟାସ୍‌ନାଲ ପ୍ରୋଜେକ୍ଟ ଫାଇନାନ୍ସ ଡିଲ୍ ଏହି ଦୁଇଟି ଏଫ୍‌ଡିଆଇରେ ଭାରତ ଶୀର୍ଷ ୫ଟି ସ୍ଥାନରେ ରହିଛି। ୨୦୨୨ରେ ଭାରତର ଏଫ୍‌ଡିଆଇ ୧୦ ପ୍ରତିଶତ ୪୯.୩୮ ବିଲିଅନ ଡଲାର ହୋଇଥିଲା। ୟୁଏନସିଟିଏଡି ୱାର୍ଲ୍ଡ ଇନ୍‌ଭେଷ୍ଟମେଣ୍ଟ ରିପୋର୍ଟ ୨୦୨୪ ରିପୋର୍ଟ ଅନୁସାରେ, ୨୦୨୨ ତୁଳନାରେ ୨୦୨୩ରେ  ୪୩ ପ୍ରତିଶତ ଏଫ୍‌ଡିଆଇ ହ୍ରାସ ପାଇଛି।

ୟୁଏନସିଟିଏଡି ୱାର୍ଲ୍ଡ ଇନଭେଷ୍ଟମେଣ୍ଟ ରିପୋର୍ଟ ଜାରି କରିଥାଏ। ଯାହା ବିଶ୍ୱରେ ରିଜନାଲ ଏବଂ ଦେଶର ଲେବଲ ଉପରେ ଏଫ୍‌ଡିଆଇ ସ୍ତର ବିଷୟରେ ସୂଚନା ଦେଇଥାଏ। ଏହା ବ୍ୟତୀତ ବିକାଶରେ ଅବଦାନ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ରିପୋର୍ଟରେ ମଧ୍ୟ ପରାମର୍ଶ ଦିଆଯାଇଥାଏ। ଏହି ରିପୋର୍ଟ ଅନୁଯାୟୀ, କରୋନା ଦ୍ୱାରା ପ୍ରଭାବିତ ୨୦୨୦ ମସିହାରେ ଭାରତରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଦେଖିବାକୁ ମିଳିଥିଲା। ଯାହା ୨୦୨୧ ରେ ୪୪.୭୬୩ ବିଲିୟନ ଡଲାର ଏବଂ ୨୦୨୨ରେ ୪୯.୩୮ ବିଲିୟନ ଡଲାରକୁ ହ୍ରାସ ପାଇଛି। 

ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଭାରତରୁ ୧୨.୩୪୧ ବିଲିୟନ ଡଲାରର ଆଉଟ୍‌ଫ୍ଲୋ ଦେଖିବାକୁ ମିଳିଛି।  ଶ୍ରେଷ୍ଠ ୨୦ ଅର୍ଥନୀତି ମଧ୍ୟରେ ଫ୍ରାନ୍ସ, ଅଷ୍ଟ୍ରେଲିଆ, ଚୀନ୍, ଆମେରିକା ଏବଂ ଭାରତର ଏଫଡିଆଇରେ ସର୍ବାଧିକ ହ୍ରାସ ଘଟିଛି। ଅର୍ଥନୈତିକ ମନ୍ଥରତା ଏବଂ ବିଶ୍ୱ ସ୍ତରରେ ଦେଖା ଦେଇଥିବା ତିକ୍ତତା ବୃଦ୍ଧି ଯୋଗୁ ବିଶ୍ୱ ସ୍ତରରେ ପ୍ରତ୍ୟେକ ବିଦେଶୀ ନିବେଶ ୨ ପ୍ରତିଶତ ହ୍ରାସ ପାଇ ୧.୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

ୟୁଏନସିଟିଏଡି ରିପୋର୍ଟ ଅନୁସାରେ, ବିକାଶଶୀଳ ଦେଶଗୁଡିକରେ ଏଫଡିଆଇ ପ୍ରବାହ ୭ ପ୍ରତିଶତ ହ୍ରାସ ହୋଇ ୮୬୭ ବିଲିଅନ ଡଲାରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୮୬ ପ୍ରତିଶତ ଇନ୍‌ଭେଷ୍ଟମେଣ୍ଟ ପଲିସିକୁ ନେଇ ନିଆଯାଇଥିବା ପଦକ୍ଷେପ ନିବେଶକଙ୍କୁ ପସନ୍ଦ ଆସିଲା ନାହିଁ। ଏଥିପାଇଁ ନିବେଶରେ ହ୍ରାସ ଘଟିଛି। ସୁସ୍କ ଆର୍ଥିକ ଅବସ୍ଥା ଯୋଗୁ ଇଣ୍ଟରନ୍ୟାସ୍‌ନାଲ ପ୍ରୋଜେକ୍ଟ ଫାଇନାନ୍ସ ଡିଲ୍‌ରେ ୨୬ ପ୍ରତିଶତ ହ୍ରାସ ଘଟିଛି।