‘ଆଶ୍ରମ’ରେ ମହେଶ୍ୱତା
ପୁରୁଖା ତଥା ପ୍ରଖ୍ୟାତ ଓଡ଼ିଆ ସିନେ ଅଭିନେତ୍ରୀ ମହେଶ୍ୱତା ରାୟଙ୍କୁ ଖୁବ୍ ଶୀଘ୍ର ଓଡ଼ିଆ ସିନେ ଦର୍ଶକ ଏକ ନିଆରା ଚରିତ୍ରରେ ସିନେ ପରଦାରେ ଦେଖିବାକୁ ପାଇବେ । ତପନ କୁମାର ଦାସ ପ୍ରଯୋଜିତ ଓ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ସାମାଜିକ କାହାଣୀକୁ ନେଇ ପର୍ଯ୍ୟବସିତ ସିନେମା ‘ଆଶ୍ରମ’ରେ ମହେଶ୍ୱତା ମୁଖ୍ୟ ନାୟିକା ଚରିତ୍ର ନିର୍ବାହ କରିବେ । ନିକଟରେ ସିନେମାର ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନେମାର ସଂଳାପ ଦିଲୀପ ଚୌଧୁରୀ […]

ପୁରୁଖା ତଥା ପ୍ରଖ୍ୟାତ ଓଡ଼ିଆ ସିନେ ଅଭିନେତ୍ରୀ ମହେଶ୍ୱତା ରାୟଙ୍କୁ ଖୁବ୍ ଶୀଘ୍ର ଓଡ଼ିଆ ସିନେ ଦର୍ଶକ ଏକ ନିଆରା ଚରିତ୍ରରେ ସିନେ ପରଦାରେ ଦେଖିବାକୁ ପାଇବେ । ତପନ କୁମାର ଦାସ ପ୍ରଯୋଜିତ ଓ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ସାମାଜିକ କାହାଣୀକୁ ନେଇ ପର୍ଯ୍ୟବସିତ ସିନେମା ‘ଆଶ୍ରମ’ରେ ମହେଶ୍ୱତା ମୁଖ୍ୟ ନାୟିକା ଚରିତ୍ର ନିର୍ବାହ କରିବେ । ନିକଟରେ ସିନେମାର ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନେମାର ସଂଳାପ ଦିଲୀପ ଚୌଧୁରୀ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର, ଗୀତିକାର ବାପୁ ଗୋସ୍ୱାମୀ ଓ କ୍ରିଏଟିଭ ଉପଦେଷ୍ଟା ଅଛନ୍ତି ଶ୍ୟାମ ପ୍ରସାଦ ମିଶ୍ର । ଏଥିରେ କଣ୍ଠଦାନ କରିଛନ୍ତି ରୂପକ, ସୋହିନୀ, ଅସିତ ଓ ବିଶ୍ୱଜିତ୍ । ମହେଶ୍ୱତାଙ୍କ ବ୍ୟତୀତ ସିନେମାର ଅନ୍ୟ ଚରିତ୍ରରେ ଅଛନ୍ତି ଅଭିନେତା ଅଭିଷେକ ଗିରି, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର ଓ ତୁଷାର । ସିନେମାଟି ସମାଜର ମୌଳିକ କାହାଣୀ ଉପରେ ଆଧାରିତ ଓ ଜଣେ ଉଚ୍ଚଶିକ୍ଷିତା ମହିଳା ଆଇଏଏସ୍ ଅଧିକାରୀଙ୍କ ଜୀବନ ଉପରେ ପର୍ଯ୍ୟବସିତ । ସମଗ୍ର ଚାକିରି ଜୀବନ ଦୃଢ଼ତାର ସହ କଟାଇବା ପରେ ନିଜର ଏକମାତ୍ର ଘରକୁ ଯେଉଭଳି ଭାବେ ମହିଳା ଜଣକ ପରିତ୍ୟକ୍ତ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସମର୍ପି ଦେଉଛନ୍ତି ତାହା ସମାଜକୁ ଶିକ୍ଷଣୀୟ ମେସେଜ୍ ଦେବ ଓ ଦର୍ଶକଙ୍କୁ ନିଶ୍ଚିତ ଛୁଇଁବ । ଏହା ବ୍ୟତୀତ ସିନେମାରେ ପ୍ରେମ, ବିରହ, ଟ୍ରାଜେଡି ଭରପୂର ରହିଛି । ସେପେଫମ୍ବର ୧୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ସିନେମାଟି ଦର୍ଶକଙ୍କୁ ନିଶ୍ଚିତଭାବେ ସିନେମା ମୁହାଁ କରିବ ବୋଲି ପ୍ରଯୋଜକ ତପନ କୁମାର ଦାସ ଆଶାବ୍ୟକ୍ତ କରିଛନ୍ତି ।