ଆଶ୍ରୟ ଦେଇ ପାରୁନି ଆବାସ ଯୋଜନା
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ପରମାଣ ପୁର ଗାଁ ୱାର୍ଡ ନଂ ୨୪ର ତୂରୀ ପଡ଼ା। ଏଠି ରହନ୍ତି ୩୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର। ପ୍ରଥମରୁ ବାଉଁଶ କାମ କରି ଏମାନେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସମୟ କ୍ରମେ ଅନେକ ନିଜର କୌଳିକ ବୃତ୍ତିକୁ ଛାଡ଼ି ବିଭିନ୍ନ କ୍ଷେତ୍ରରେ କାମ ଧନ୍ଦା କରି ବର୍ତ୍ତମାନ ପରିବାର ଚଳାଉଛନ୍ତି। ଚାଳ ଛପର ଘରେ ଆଠରୁ ଦଶ ପିଢ଼ି ଗଲେଣି। ଇତି ମଧ୍ୟରେ […]
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ପରମାଣ ପୁର ଗାଁ ୱାର୍ଡ ନଂ ୨୪ର ତୂରୀ ପଡ଼ା। ଏଠି ରହନ୍ତି ୩୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର। ପ୍ରଥମରୁ ବାଉଁଶ କାମ କରି ଏମାନେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସମୟ କ୍ରମେ ଅନେକ ନିଜର କୌଳିକ ବୃତ୍ତିକୁ ଛାଡ଼ି ବିଭିନ୍ନ କ୍ଷେତ୍ରରେ କାମ ଧନ୍ଦା କରି ବର୍ତ୍ତମାନ ପରିବାର ଚଳାଉଛନ୍ତି। ଚାଳ ଛପର ଘରେ ଆଠରୁ ଦଶ ପିଢ଼ି ଗଲେଣି। ଇତି ମଧ୍ୟରେ ଅନେକ ସରପଞ୍ଚ ଓ ସରକାର ପରିବର୍ତ୍ତନ ହେଲେଣି। ତଥାପି ଏମାନଙ୍କର ଭାଗ୍ୟ ବଦଳିନି। ସରକାରୀ ଯୋଜନାରେ ୫୦ ପ୍ରତିଶତ ଲୋକ ସାମିଲ ହୋଇ ଇନ୍ଦିରା ଆବାସ ପାଇଛନ୍ତି। ଆଉ ଅର୍ଦ୍ଧେକ ପରିବାର କାହାର ଘର ଭାଙ୍ଗି ଯାଇ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଉଛନ୍ତି ତ ଆଉ କେତେକଙ୍କ ଚାଳ ଫାଙ୍କା ରେ ଖୋଲା ଆକାଶ ଦିଶୁଛି।
ଚଳିତ ବର୍ଷା ଋତୁରେ ଲଗାଣ ବର୍ଷା ଏମାନଙ୍କ ଜୀବନକୁ ଆହୁରି ଦୁଃଖମୟ କରିଦେଇଛି। ଅନେକଙ୍କ ଘର ଉଜୁଡି ଯାଇଛି। ଘର ତିଆରି କରିବାକୁ କେହି ସକ୍ଷମ ନାହାନ୍ତି। ଗୋଟିଏ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ପଡ଼ାବାସୀ ଜିଲ୍ଲାପାଳଙ୍କ ଜନ ଶୁଣାଣି ବେଳେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜିକୁ ଗୋଟିଏ ବର୍ଷ ବିତିଗଲା ପରେ ବି ତାଙ୍କ ପ୍ରତି କାହାରି ଦୃଷ୍ଟି ପଡ଼ି ନାହିଁ। କିଛି ଦିନ ତଳେ ତିନି ଜଣ ପଞ୍ଚାୟତ କର୍ମଚାରୀ ଏହି ପଡ଼ାକୁ ସର୍ବେକ୍ଷଣ ପାଇଁ ଆସିଥିଲେ। ହେଲେ ଯେଉଁ ମାନେ ପ୍ରକୃତ ହିତାଧିକାରୀ ତାଙ୍କର ସର୍ବେକ୍ଷଣ କରାଯାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରି ପଡ଼ାବାସୀ ତାଙ୍କୁ ସର୍ବେକ୍ଷଣରୁ ନିବୃତ୍ତ କରିଥିଲେ ବୋଲି ପଡ଼ାବାସି ପ୍ରକାଶ କରିଥିଲେ।