ଆସନ୍ତା ଦୁଇ ବର୍ଷ ଭିତରେ ନକ୍ସଲମୁକ୍ତ ହେବ ଭାରତ: ଯୁଦ୍ଧ ଶେଷ ପର୍ଯ୍ୟାୟରେ ବୋଲି କହିଲେ ଅମିତ ଶାହ

ନୂଆଦିଲ୍ଲୀ: ନକ୍ସଲ ସମସ୍ୟା ଦେଶର ଗଣତନ୍ତ୍ର ପ୍ରକ୍ରିୟା ପାଇଁ ଏକ ବଡ଼ ଆହ୍ୱାନ୍। ବର୍ତ୍ତମାନ ନକ୍ସଲ ବିରୋଧରେ ଆମ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ନକ୍ସଲ ସମ୍ପୂର୍ଣ୍ଣ ନିପାତ ହୋଇଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଶନିବାର ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୃହମନ୍ତ୍ରୀ ଏପରି କହିଛନ୍ତି।  ଆନ୍ତଃରାଜ୍ୟ ସମନ୍ୱୟ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ବିକାଶର ସମୀକ୍ଷା କରିବା ପାଇଁ ଛତିଶଗଡ ରାୟପୁରରେ ହୋଇଥିବା ବୈଠକ ପରେ ଏଭଳି କହିଛନ୍ତି ଗୃହମନ୍ତ୍ରୀ। ସେ କହିଛନ୍ତି “ ଗତ ୪୦ ବର୍ଷ ହେଲା ନକ୍ସଲବାଦ ଦେଶର ଗଣତନ୍ତ୍ର ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ନକ୍ସଲ ଉପଦ୍ରବ ପାଇଁ ଗତ ଦଶନ୍ଧୀରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି। ଯେବେଠାରୁ ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲାଣି ଆମେ ଏହି ତ୍ୟାଲେଞ୍ଜକୁ ସ୍ୱୀକାର କରିଛୁ। ଯେଉଁମାନେ ହାତରେ ଅସ୍ତ୍ର ଉଠାଇଛନ୍ତି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାକୁ ଚେଷ୍ଟା କରିଛୁ।”ଶାହ ଆହୁରି କହିଛନ୍ତି ଯେ ନକ୍ସଲବାଦର ମୁକାବିଲା ପାଇଁ ଛତିଶଗଡ଼ରେ ହୋଇଥିବା ବୈଠକରେ ଏନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଲାଗୁ କରିବାକୁ ହେବ। ବାମପନ୍ଥୀ ଉଗ୍ରବାଦ ଓ ନକ୍ସଲଙ୍କୁ ଦୃଢ଼ ଭାବେ ଦମନ କରିବାକୁ ଶ

ଆସନ୍ତା ଦୁଇ ବର୍ଷ ଭିତରେ ନକ୍ସଲମୁକ୍ତ ହେବ ଭାରତ: ଯୁଦ୍ଧ ଶେଷ ପର୍ଯ୍ୟାୟରେ ବୋଲି କହିଲେ ଅମିତ ଶାହ

ନୂଆଦିଲ୍ଲୀ: ନକ୍ସଲ ସମସ୍ୟା ଦେଶର ଗଣତନ୍ତ୍ର ପ୍ରକ୍ରିୟା ପାଇଁ ଏକ ବଡ଼ ଆହ୍ୱାନ୍। ବର୍ତ୍ତମାନ ନକ୍ସଲ ବିରୋଧରେ ଆମ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ନକ୍ସଲ ସମ୍ପୂର୍ଣ୍ଣ ନିପାତ ହୋଇଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଶନିବାର ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୃହମନ୍ତ୍ରୀ ଏପରି କହିଛନ୍ତି।  

ଆନ୍ତଃରାଜ୍ୟ ସମନ୍ୱୟ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ବିକାଶର ସମୀକ୍ଷା କରିବା ପାଇଁ ଛତିଶଗଡ ରାୟପୁରରେ ହୋଇଥିବା ବୈଠକ ପରେ ଏଭଳି କହିଛନ୍ତି ଗୃହମନ୍ତ୍ରୀ। ସେ କହିଛନ୍ତି “ ଗତ ୪୦ ବର୍ଷ ହେଲା ନକ୍ସଲବାଦ ଦେଶର ଗଣତନ୍ତ୍ର ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ନକ୍ସଲ ଉପଦ୍ରବ ପାଇଁ ଗତ ଦଶନ୍ଧୀରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି। ଯେବେଠାରୁ ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲାଣି ଆମେ ଏହି ତ୍ୟାଲେଞ୍ଜକୁ ସ୍ୱୀକାର କରିଛୁ। ଯେଉଁମାନେ ହାତରେ ଅସ୍ତ୍ର ଉଠାଇଛନ୍ତି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାକୁ ଚେଷ୍ଟା କରିଛୁ।”

ଶାହ ଆହୁରି କହିଛନ୍ତି ଯେ ନକ୍ସଲବାଦର ମୁକାବିଲା ପାଇଁ ଛତିଶଗଡ଼ରେ ହୋଇଥିବା ବୈଠକରେ ଏନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଲାଗୁ କରିବାକୁ ହେବ। ବାମପନ୍ଥୀ ଉଗ୍ରବାଦ ଓ ନକ୍ସଲଙ୍କୁ ଦୃଢ଼ ଭାବେ ଦମନ କରିବାକୁ ଶେଷ ଆଟାକ କରିବା ଆରମ୍ଭ ହୋଇଯାଇଛି। 

ଛତିଶଗଡ଼ ବୈଠକରେ ଶାହ କହିଛନ୍ତି ଯେ ଗତବର୍ଷ ଡିସେମ୍ବରରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ୧୨୬ ନକ୍ସଲଙ୍କୁ ନିପାତ କରାଯାଇଛି। ଆମକୁ ବହୁତ ସଫଳତା ମିଳିଛି। ୨୦୨୨ରେ ନକ୍ସଲ ଜନିତ ମୃତ୍ୟୁ ସଂଖ୍ୟା ୧୦୦ରୁ କମ ଥିଲା। ଯାହା ଉଲ୍ଲେଖନୀୟ। ପ୍ରମୁଖ ୧୪ ନକ୍ସଲ ନେତାଙ୍କୁ ଗୁଳି କରାଯାଇଛି। ଆମେ ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ଆମେ ସଫଳ ହୋଇଛୁ ବୋଲି ଶାହ କହିଛନ୍ତି। 

୨୦୧୯ରୁ ୨୦୨୪ ମଧ୍ୟରେ ବିହାର ଝାଡ଼କଣ୍ଡ ଓ ମହାରାଷ୍ଟ୍ର ନକ୍ସଲ ପ୍ରଭାବିତ ଏରିଆର ଟ୍ୟାଗ୍‌ ଆଉ ପ୍ରାୟ ନାହିଁ। ତେଣୁ ମୁଁ କପିନ୍‌ର ଶେଷ କଣ୍ଟା ବାଡ଼େଇ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଶେଷ କରିଦେବାକୁ ଚାହୁଁଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।