ଆସନ୍ତା ୨୬ରେ ସ୍ମାର୍ଟ ମିଟର ବିରୁଦ୍ଧରେ ସାରା ଦେଶରେ ହେବ ଆନ୍ଦୋଳନ, ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରା

ବରଗଡ଼ : ଆସନ୍ତା ୨୬ ତାରିଖ ଦିନ ସାରା ଦେଶ ରେ ସ୍ମାର୍ଟ ମିଟର ବିରୁଦ୍ଧରେ ଆନ୍ଦୋଳନ ଏକ ଉଗ୍ର ରୂପ ନେବାକୁ ଯାଉଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ଏକ ପ୍ରେସ ବାର୍ତ୍ତା ଦେଇଥିବା ରାଜ ବୋଡାସମ୍ବର କୃଷକ ସଂଗଠନ ଆଇନ ପରାମର୍ଶ ଦାତା ଅଜିତ ଶତପଥୀ କହିଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ସାରା ଭାରତରେ ଉଗ୍ର ରୂପ ନେବାକୁ ଯାଉଛି। ବରଗଡ଼ ଜିଲ୍ଲାରେ ଚାଲିଥିବା ବିଦ୍ୟୁତର ଘରୋଇ କାରଣ […]

ଆସନ୍ତା ୨୬ରେ ସ୍ମାର୍ଟ ମିଟର ବିରୁଦ୍ଧରେ ସାରା ଦେଶରେ ହେବ ଆନ୍ଦୋଳନ, ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରା
Protests will be held across the country against smart meters on the 26thnovember

ବରଗଡ଼ : ଆସନ୍ତା ୨୬ ତାରିଖ ଦିନ ସାରା ଦେଶ ରେ ସ୍ମାର୍ଟ ମିଟର ବିରୁଦ୍ଧରେ ଆନ୍ଦୋଳନ ଏକ ଉଗ୍ର ରୂପ ନେବାକୁ ଯାଉଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ଏକ ପ୍ରେସ ବାର୍ତ୍ତା ଦେଇଥିବା ରାଜ ବୋଡାସମ୍ବର କୃଷକ ସଂଗଠନ ଆଇନ ପରାମର୍ଶ ଦାତା ଅଜିତ ଶତପଥୀ କହିଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ସାରା ଭାରତରେ ଉଗ୍ର ରୂପ ନେବାକୁ ଯାଉଛି। ବରଗଡ଼ ଜିଲ୍ଲାରେ ଚାଲିଥିବା ବିଦ୍ୟୁତର ଘରୋଇ କାରଣ ସହିତ ସ୍ମାର୍ଟ ମିଟର ପ୍ରତ୍ୟାହାରକୁ ପ୍ରଶଂସା କରିଥିବା ବେଳେ ଏହି ଆନ୍ଦୋଳନ ଦେଶ ପାଇଁ ଐତିହାସିକ ବୋଲି ମୋର୍ଚ୍ଚା ବର୍ଣନା କରିଛନ୍ତି।

ଘଟଣା ସମ୍ବନ୍ଧରେ ଉଲେଖ କାରି ପ୍ରକାଶିତ ତଥ୍ୟ ଅନୁଯାୟୀ ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ସ୍ମାର୍ଟ ମିଟର ଘରୋଉ ଉପଭୋକ୍ତା ଏବଂ ଚାଷୀ ମାନେ ବିଭିନ୍ନ ବ୍ଲକ ର ସ୍ୱଇଛା ରେ ଖୋଲି ଆଣି ଟାଟା ପାୱାର ଅଫିସ ଶାନ୍ତିପୂର୍ଣ, ଅହିଂସାତ୍ମକ, ଗଣତାନ୍ତ୍ରିକ ପଦ୍ଦତି ରେ ଫେରାଇ ଦେଇଛନ୍ତି। ଯାହା ସମଗ୍ର ଓଡିଶା ତଥା ଦେଶ ରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ୨୦୨୨ ରେ ମୋଦି ସରକାର ଙ୍କ ନୂତନ ବିଦ୍ୟୁତ ସଂସ୍କାର ବିଲ ନାଁରେ ଘରୋଇ କରଣ ପ୍ରକ୍ରିୟା କୁ ସଂଯୁକ୍ତ କିସାନ ମୋର୍ଚ୍ଚା ବିରୋଧ କରିଆସୁଛି । କାରଣ ଘରୋଇକରଣ ହେଲେ ବିଦ୍ୟୁତ ଦେୟ ବୃଦ୍ଧି, ସରକାରୀ ସବସିଟି ବନ୍ଦ, ମନମୁଖୀ ବିଦ୍ୟୁତ ନିୟନ୍ତ୍ରଣ ହେବ ଏଣୁ ସାଧାରଣ ଲୋକ ଏହି ମୌଳିକ ସୁବିଧା ରୁ ବଞ୍ଚିତ ହେବେ ତା ସହ ଅନେକ ଆର୍ଥିକ ଶୋଷଣ ର ଶିକାର ହେବାର ସମ୍ଭାବନା ଯଥେଷ୍ଟ ଅଛି । ତେଣୁ ଦେଶରେ ବିଦ୍ୟୁତ ଘରୋଇକରଣ ବିରୋଧ ରେ ଚାଲିଥିବା ଆନ୍ଦୋଳନଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ ସହାନୁଭୂତି ଏବଂ ସମର୍ଥନ ଦେଉଛି।

ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରିବା ସାମ୍ବିଧାନିକ ଅଧିକାର ଅଟେ ଏଣୁ ଟାଟା ପାୱାର ସ୍ମାର୍ଟ ମିଟର ବା ଯେଉଁଟା ପ୍ରିପେଡ ମିଟର ଅଟେ ତାହାକୁ ଲଗାଇ କଂଜୁମ୍ବର ଆକ୍ଟକୁ ବେଖାତିର କରି ପୂର୍ବରୁ ଚାଲୁଥିବା ପ୍ରାମାଣିକ ମିଟର କାଢି ନେଇ ନୁଆଁ ମିଟର ଲଗାଯାଇଛି ଯେଉଁ ଥିରେ ପୂର୍ବ ତୁଳନାରେ ଅଧିକ ବିଲ ଆସୁଥିବା ଉପଭୋକ୍ତା ମାନେ ପ୍ରକାଶ କରୁଛନ୍ତି। ସେଥିପାଇଁ ସେମାନେ ଏହି ପ୍ରିପେଡ଼ ମିଟର ଟାଟା କମ୍ପାନୀ ଅଫିସରେ ଫେରସ୍ତ କରୁଛନ୍ତି। କିନ୍ତୁ ଟାଟା କମ୍ପାନୀ ଏହି ହକ ଅଧିକାର ଆନ୍ଦୋଳନକୁ ଦବାଇ ଦେବା ପାଇଁ କୃଷକ ଏବଂ ଉପଭୋକ୍ତା ମାନଙ୍କ ନାଁ ରେ କେଶ କରାଯାଇଛି ଏବଂ କୃଷକ ନେତା ରମେଶ ମହାପାତ୍ର ନାଁରେ ଉଦେଶ୍ୟ ମୂଳକ ଭାବେ ମନଗଢ଼ା ଅଭ୍ୟାସ ଗତ ଅପରାଧୀ, ଅସାମାଜିକ ମଣିଷ ଟାଟା କମ୍ପାନୀ ବିରୋଧି ଚରିତ୍ର ଚିତ୍ରଣ କରି ଏସ ଡି ଏମ କୋର୍ଟ ରେ ୧୨୯ ଧାରା ରେ କେଶ କରାଯାଇଛି ଯେଉଁଥିରେ ଗୋଟିଏ ବର୍ଷ ଏହିପରି ଅସାମାଜିକ କାମ ନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯାହାକୁ ଅଞ୍ଚଳ ବାସୀ ତଥା ବୁଦ୍ଧିଜୀବୀ ଆଇନ ଜୀବି ମାନେ ତୀବ୍ର ବିରୋଧ କରିଛନ୍ତି କେଶ ବିରୋଧ ରେ ବରଗଡ଼ ଓକିଲ ସଙ୍ଘ ନିଃଶୁଳ୍କ କେଶ ଲଢ଼ିବା ପାଇଁ ପ୍ରତିଶୃତି ଦେଇଛନ୍ତି ଏଣୁ ସଂଯୁକ୍ତ ମୋର୍ଚ୍ଚା ଏହି ସବୁ କେଶ ନିସର୍ଥ ପ୍ରତ୍ୟହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜଣାଇଛନ୍ତି।

ଆସନ୍ତା ୨୬ ନଭେମ୍ବର ଦେଶ ବ୍ୟାପି ହେବାକୁ ଥିବା କିସାନ ତେତାବନୀ ସମାବେଶ ରେ ସାମିଲ ହେବା ପାଇଁ ସମସ୍ତ ସଂଗଠନ ଏବଂ କୃଷକଶ୍ରମିକ ମାନଙ୍କୁ ନିବେଦନ କରିଛନ୍ତି । କିଛିଦିନ ପୂର୍ବରୁ ପଦ୍ମପୁର ବିରାଟ କୃଷକ ଗର୍ଜନ ସମାବେଶ ରେ ସଂଯୁକ୍ତ କିସାନ ମୋର୍ଚ୍ଚା କେନ୍ଦ୍ରୀୟ କମିଟି ସଦସ୍ୟ କ୍ରିଷ୍ନା ପ୍ରସାଦ, ଅଫ୍ଲାତୁନ ଦେଶାଇ, ଚୌଧୁରୀ ରାଜେନ୍ଦ୍ର ସିଂ ଆସିଥିଲେ ଏବଂ ସଂଗଠନର ଚାଲିଥିବା ନିରନ୍ତର କୃଷକ ଲଢେଇ ଏବଂ ନିଃଶୁଳ୍କ କେଶ ଲଢ଼ୁଥିବା ଓକିଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।