ଆସାମରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଗୁଆହାଟୀ: ଆସାମର ନଗାଓଁ ଜିଲ୍ଲାରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ସମୟରେ ନାବାଳିକା ଜଣକ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ରାସ୍ତାକଡ଼ରେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନଗାଓଁ ଜିଲ୍ଲାର ଧିଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ତଫାଜୁଲ ଇସଲାମ ନାମକ ଜଣେ […]

ଗୁଆହାଟୀ: ଆସାମର ନଗାଓଁ ଜିଲ୍ଲାରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ସମୟରେ ନାବାଳିକା ଜଣକ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ରାସ୍ତାକଡ଼ରେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନଗାଓଁ ଜିଲ୍ଲାର ଧିଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ତଫାଜୁଲ ଇସଲାମ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣା ପରେ ଛାତ୍ର ସଂସଦ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ମାନବିକତା ବିରୋଧୀ ଅପରାଧ ବୋଲି କହିଛନ୍ତି। ଅଭିଯୁକ୍ତଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ସେ ଆସାମର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବା ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତ୍ୱରିତ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।