ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଡିଓଙ୍କୁ ଭେଟିଲେ ଗ୍ରାମର ମହିଳା

କେନ୍ଦୁଝର,୧୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ା ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ବିଶେଷ ମହିଳାମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେହିପରି ପାଇଖାନା ନ ଥିବାରୁ ବାହାରେ ଶୌଚ କରିବାକୁ ପଡୁଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏଣୁ ସମସ୍ତଙ୍କୁ […] The post ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଡିଓଙ୍କୁ ଭେଟିଲେ ଗ୍ରାମର ମହିଳା appeared first on Dharitri Odia News.

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଡିଓଙ୍କୁ ଭେଟିଲେ ଗ୍ରାମର ମହିଳା

କେନ୍ଦୁଝର,୧୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ା ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ବିଶେଷ ମହିଳାମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେହିପରି ପାଇଖାନା ନ ଥିବାରୁ ବାହାରେ ଶୌଚ କରିବାକୁ ପଡୁଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏଣୁ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବାକୁ ଦାବି କରିଛନ୍ତି। ଉକ୍ତ ଗ୍ରାମରେ ବହୁ ଗରିବ ଲୋକ ଆବାସ ଯୋଜନାରେ ଘର ଖଣ୍ଡେ ପାଉ ନ ଥିବାରୁ ଭଙ୍ଗାଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏସବୁ ସୁବିଧା ଯୋଗାଇ ଦେବାକୁ ଦ୍ରୌପଦୀ ସାହୁ, ଉପମା ସାହୁଙ୍କ ସମେତ ବହୁ ମହିଳା ବିଡିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

The post ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଡିଓଙ୍କୁ ଭେଟିଲେ ଗ୍ରାମର ମହିଳା appeared first on Dharitri Odia News.