ଆସିଲା ନୂଆ Aadhaar App: ଏଣିକି ନା କାର୍ଡ ନା ଫଟୋକପିର ଆବଶ୍ୟକତା ନାହିଁ, କେବଳ QR କୋର୍ଡ ସ୍କାନ କରି…

ନୂଆଦିଲ୍ଲୀ,୮।୪: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ ନେଇ ଭାରତ ସରକାର ନୂତନ ଆଧାର ମୋବାଇଲ ଆପ ଲଞ୍ଚ କରିଛନ୍ତି। ଏହି ଆପ ସାହାଯ୍ୟରେ ଏବେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡର ଫଟୋକପି ନେବାକୁ ପଡିବ ନାହିଁ କିମ୍ବା ଏହାକୁ ଫିଜିକାଲ୍‌ ଭାବରେ ଦେଖାଇବାକୁ ପଡିବ ନାହିଁ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ବିଟର(ବର୍ତ୍ତମାନ X)ରେ ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଦେଇଛନ୍ତି। ଏବେ  UPI ପରି  QR କୋଡ ସ୍କାନ କରି ଆଧାର ସହିତ ଜଡିତ […] The post ଆସିଲା ନୂଆ Aadhaar App: ଏଣିକି ନା କାର୍ଡ ନା ଫଟୋକପିର ଆବଶ୍ୟକତା ନାହିଁ, କେବଳ QR କୋର୍ଡ ସ୍କାନ କରି… appeared first on Dharitri Odia News.

ଆସିଲା ନୂଆ Aadhaar App: ଏଣିକି ନା କାର୍ଡ ନା ଫଟୋକପିର ଆବଶ୍ୟକତା ନାହିଁ, କେବଳ QR କୋର୍ଡ ସ୍କାନ କରି…
ନୂଆଦିଲ୍ଲୀ,୮।୪: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ ନେଇ ଭାରତ ସରକାର ନୂତନ ଆଧାର ମୋବାଇଲ ଆପ ଲଞ୍ଚ କରିଛନ୍ତି। ଏହି ଆପ ସାହାଯ୍ୟରେ ଏବେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡର ଫଟୋକପି ନେବାକୁ ପଡିବ ନାହିଁ କିମ୍ବା ଏହାକୁ ଫିଜିକାଲ୍‌ ଭାବରେ ଦେଖାଇବାକୁ ପଡିବ ନାହିଁ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ବିଟର(ବର୍ତ୍ତମାନ X)ରେ ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଦେଇଛନ୍ତି।
ଏବେ  UPI ପରି  QR କୋଡ ସ୍କାନ କରି ଆଧାର ସହିତ ଜଡିତ ସମସ୍ତ ସେବା ପାଇପାରିବେ। ଏହି ଆପ୍‌ର ସବୁଠାରୁ ଖାସ କଥା ହେଉଛି ଏହା ଫେସ ଆଇଡି ବ୍ୟବହାର କରି ଆପଣଙ୍କ ପରିଚୟ ଯାଞ୍ଚ କରିବ।
ନୂତନ ଆଧାର ଆପ୍‌ର ପ୍ରମୁଖ ବିଶେଷତ୍ୱଗୁଡ଼ିକ:
୧. QR କୋଡ ସ୍କାନ: UPI ପରି ଅଭିଜ୍ଞତା ସହିତ ସ୍କାନ କରି ଆଧାର ଯାଞ୍ଚ କରନ୍ତୁ।
୨. ଫେସ ଆଇଡି ଦ୍ୱାରା ପ୍ରମାଣୀକରଣ: OTP ଏବଂ ଫିଜିକାଲ କାର୍ଡ ବିନା, ମୁହଁ ଚିହ୍ନଟ ଦ୍ୱାରା ନିଶ୍ଚିତକରଣ କରାଯିବ।
୩. ଡିଜିଟାଲ ସୁରକ୍ଷା: ଉପଭୋକ୍ତା ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏନକ୍ରିପ୍ଟ ହେବ।
କେଉଁ ସେବା ଉପଲବ୍ଧ ହେବ?
-ସରକାରୀ ଯୋଜନା ପାଇଁ ପରିଚୟ ଯାଞ୍ଚ
-KYC ପ୍ରକ୍ରିୟାରେ ବ୍ୟବହାର
-ମୋବାଇଲ ଏବଂ ବ୍ୟାଙ୍କିଂ ସେବାରେ ଶୀଘ୍ର ଆଧାର ଯାଞ୍ଚ
କ’ଣ ଲାଭ ହେବ?
ଏହା କେବଳ ଆଧାର ଉପଭୋକ୍ତାଙ୍କ ତଥ୍ୟକୁ ଅଧିକ ସୁରକ୍ଷିତ ରଖିବ ନାହିଁ, ବରଂ ଠକେଇ ମାମଲା ମଧ୍ୟ ହ୍ରାସ କରିବ। ଏହା ସହିତ ଲୋକମାନଙ୍କୁ ସବୁଠି ଆଧାର କାର୍ଡର ଫଟୋକପି ଦେବାକୁ ପଡ଼ିବ ନାହିଁ।

The post ଆସିଲା ନୂଆ Aadhaar App: ଏଣିକି ନା କାର୍ଡ ନା ଫଟୋକପିର ଆବଶ୍ୟକତା ନାହିଁ, କେବଳ QR କୋର୍ଡ ସ୍କାନ କରି… appeared first on Dharitri Odia News.