ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ଚଳିତ ବର୍ଷର ଖୁସି ରିପୋର୍ଟରେ କିଛିଟା ଉନ୍ନତି ଦେଖାଦେଇଛି। ତଥାପି ତାଲିକାରେ ନେପାଳ, ପାକିସ୍ତାନ, ୟୁକ୍ରେନ୍‌ ଏବଂ ପାଲେଷ୍ଟାଇନ୍‌ଠାରୁ ଭାରତ ପଛରେ ରହିଛି। ଲୋକଙ୍କ ଆନନ୍ଦକୁ ଗୁରୁତ୍ୱ ଦେବା ଓ ପରସ୍ପର ମଧ୍ୟରେ ବାଣ୍ଟିବାର ପ୍ରଭାବକୁ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ଫିନ୍‌ଲାଣ୍ଡ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସବୁଠୁ […] The post ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି appeared first on Dharitri Odia News.

ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ଚଳିତ ବର୍ଷର ଖୁସି ରିପୋର୍ଟରେ କିଛିଟା ଉନ୍ନତି ଦେଖାଦେଇଛି। ତଥାପି ତାଲିକାରେ ନେପାଳ, ପାକିସ୍ତାନ, ୟୁକ୍ରେନ୍‌ ଏବଂ ପାଲେଷ୍ଟାଇନ୍‌ଠାରୁ ଭାରତ ପଛରେ ରହିଛି। ଲୋକଙ୍କ ଆନନ୍ଦକୁ ଗୁରୁତ୍ୱ ଦେବା ଓ ପରସ୍ପର ମଧ୍ୟରେ ବାଣ୍ଟିବାର ପ୍ରଭାବକୁ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।

ଫିନ୍‌ଲାଣ୍ଡ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସବୁଠୁ ଖୁସି ଦେଶ ରହିଥିବା ବେଳେ ଡେନ୍‌ମାର୍କ, ଆଇସ୍‌ଲାଣ୍ଡ ଏବଂ ସୁଇଡେନ୍‌ ଶୀର୍ଷ ୪ଟି ସ୍ଥାନ ବଜାୟ ରଖିଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟିର ଓ୍ବେଲ୍‌ବିଙ୍ଗ୍‌ ରିସର୍ଚ୍ଚ ସେଣ୍ଟର ସହ ଗଲପ୍‌ ଜାତିସଂଘ ସ୍ଥାୟୀ ବିକାଶ ସମାଧାନ ନେଟ୍‌ଓ୍ବର୍କ ପକ୍ଷରୁ ମିଳିତ ଭାବେ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୨-୨୪ ମଧ୍ୟରେ ମତାମତ ଦେଇଥିବା ଲୋକମାନଙ୍କ ଦ୍ୱାରା ସ୍ବମୂଲ୍ୟାଙ୍କିତ ଜୀବନ ମୂଲ୍ୟାୟନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

୬ଟି ପରୋପକାରୀ ଗୁଣର ଆକଳନ କରାଯାଇ ଭାରତକୁ ମୋଟାମୋଟି ଭାବେ ୧୧୮ତମ ର଼୍ୟାଙ୍କ୍‌ ମିଳିଛି। ଲୋକେ କିପରି ଦାନ କରୁଛନ୍ତିରେ ଏହା ୫୭ ସ୍ଥାନରେ ଥିବାବେଳେ ସ୍ବେଚ୍ଛାକୃତ ସେବାରେ ୧୦, ଅପରିଚିତଙ୍କୁ ସହାୟତା କରିବାରେ ୭୪, ପଡୋଶୀ, ଅପରିଚିତ ତଥା ପୋଲିସ ଦ୍ୱାରା ଓ୍ବାଲେଟ୍‌ ଫେରାଇବାରେ ୧୧୫ତମ ସ୍ଥାନରେ ରହିଛି। ୧୪୭ ର଼୍ୟାଙ୍କ୍‌ ସହ ଆଫଗାନିସ୍ତାନ ତାଲିକାର ସବାତଳେ ରହିଥିବାବେଳେ ନେପାଳ ୯୨, ପାକସ୍ତାନ ୧୦୯, ଶ୍ରୀଲଙ୍କା ୧୩୩ ଏବଂ ବାଂଲାଦେଶ ୧୩୪ତମ ସ୍ଥାନରେ ରହିଛି।

ବିଶ୍ୱ ଖୁସି ତାଲିକା

The post ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି appeared first on Dharitri Odia News.