ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡିଶା ଲୋକ ସେବାର ବଡ ଘୋଷଣା । ନିଯୁକ୍ତି ପାଇଁ ୩୦୦ରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି । ଏହାର ଆବେଦନ ପ୍ରକ୍ରିୟା ମେ ୨୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ଆବେଦନ କରାଯିବାର ସୁବିଧା ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଈଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୩୧୪ ଆବେଦନ ତାରିଖ : ଆବେଦନକାରୀ ମେ […] The post ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ appeared first on KNews Odisha.

ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡିଶା ଲୋକ ସେବାର ବଡ ଘୋଷଣା । ନିଯୁକ୍ତି ପାଇଁ ୩୦୦ରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି । ଏହାର ଆବେଦନ ପ୍ରକ୍ରିୟା ମେ ୨୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ଆବେଦନ କରାଯିବାର ସୁବିଧା ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଈଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୩୧୪

ଆବେଦନ ତାରିଖ : ଆବେଦନକାରୀ ମେ ୨୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ନିଯୁକ୍ତି ସମ୍ବନ୍ଧୀୟ ବିଷୟରେ ପୋଷ୍ଟଗ୍ରାଜୁଏଟର ସାର୍ଟିଫିକେଟ୍ ହାସଲ କରିଥିବା ଆବଶ୍ୟକ । ନଚେତ୍ କୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ MCI/NMC ଡିଗ୍ରୀ ହାସଳ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ସମସ୍ତ ବର୍ଗର ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ । ତେଣୁ ସମସ୍ତ ବର୍ଗର ପ୍ରାର୍ଥୀ ଏହାର ଲାଭ ଉଠାଇପାରିବେ ।

ଚୟନ ପ୍ରକ୍ରିୟା : ଓଡିଶା ମେଡିକାଲ ଏଜୁକେସନ ସର୍ଭିସ ୨୦୨୧ ଅନୁଯାୟୀ ପ୍ରାର୍ଥୀଙ୍କ ଚୟନ କରାଯିବ । ପ୍ରଥମେ ଲିଖିତ ଆଧାରରେ ପରୀକ୍ଷା କରାଯିବ । ଏହା ପରେ ମେଡିକାଲ କୋର୍ସ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ । ଶେଷରେ ମେରିଟ୍ ଲିଷ୍ଟ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ପରେ “assistant professor recruitment 2025”ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ପେଜରେ ରେଜିଷ୍ଟ୍ରେସନ କରି ଲଗ୍ ଇନ୍ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।

ଆବଶ୍ୟକୀୟ ବିବରଣୀ ଦେଇ ଫର୍ମକୁ ସବମିଟ୍ କରନ୍ତୁ ।

ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆୁଟ କାଢି ସୁରକ୍ଷିତରେ ଏହାକୁ ରଖନ୍ତୁ ।

Also Read : CISFରେ ହେଡ୍ କନେଷ୍ଟବଳ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

The post ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ appeared first on KNews Odisha.