ଆସୁଛି ଆଉ ଏକ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଥିବା ମନ୍ସୁନ୍ ଟ୍ରପ୍ ଲାଇନ ପାଇଁ ବର୍ଷା ଜାରି ରହିଛି। ତେବେ ସୃଷ୍ଟ ଲଘୁଚାପ ୨୮ ତାରିଖ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳ ସମେତ ଉତ୍ତର ଓଡ଼ିଶା ଅତିକ୍ରମ କରିବ। ତେବେ ୨୯ରେ ଆଉ ଏକ ଲଘୁଚାପ କ୍ଷେତ୍ର ପୂର୍ବ ଓ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବ। ଏହା […] The post ଆସୁଛି ଆଉ ଏକ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଥିବା ମନ୍ସୁନ୍ ଟ୍ରପ୍ ଲାଇନ ପାଇଁ ବର୍ଷା ଜାରି ରହିଛି। ତେବେ ସୃଷ୍ଟ ଲଘୁଚାପ ୨୮ ତାରିଖ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳ ସମେତ ଉତ୍ତର ଓଡ଼ିଶା ଅତିକ୍ରମ କରିବ। ତେବେ ୨୯ରେ ଆଉ ଏକ ଲଘୁଚାପ କ୍ଷେତ୍ର ପୂର୍ବ ଓ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବ। ଏହା ପ୍ରଭାବରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କୋରାପୁଟ ଓ ମାଲକାନଗିରିରେ ୭ରୁ ୧୧ ସେ.ମି. ବର୍ଷା ହେବା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ସେହିପରି ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଥିବାବେଳେ ୩୦ରେ କେତେକ ଜିଲାରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ କେତେକ ଜିଲାକୁ ଅରେଞ୍ଜ ଓ ଅନ୍ୟ କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
The post ଆସୁଛି ଆଉ ଏକ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷିବ appeared first on Dharitri Odia News.