ଆସୁଛି ନିର୍ବାଚନ: ବଢିଲା ହେଲିକପ୍ଟର ଚାହିଦା, ଘଣ୍ଟାପ୍ରତି ଭଡ଼ା ଏତିକି ଟଙ୍କା
ନୂଆଦିଲ୍ଲୀ,୧୦।୩: ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସ୍ଥିତିରେ ଘରୋଇ ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଚାହିଦା ମଧ୍ୟ ବଢିବ ବୋଲି ଆଶା କରାଯାଉଛି। ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୪୦ ପ୍ରତିଶତ ବିମାନ ଚାହିଦା ବଢ଼ିପାରେ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଚାର୍ଟର୍ଡ ବିମାନ ଅପେକ୍ଷା ହେଲିକପ୍ଟର ଚାହିଦା ଅଧିକ ରହିବ। କାରଣ ହେଲିକପ୍ଟର ଯୋଗେ ନେତାମାନେ ଗ୍ରାମାଞ୍ଚଳ ଓ ଦୁର୍ଗମ […] The post ଆସୁଛି ନିର୍ବାଚନ: ବଢିଲା ହେଲିକପ୍ଟର ଚାହିଦା, ଘଣ୍ଟାପ୍ରତି ଭଡ଼ା ଏତିକି ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୩: ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସ୍ଥିତିରେ ଘରୋଇ ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଚାହିଦା ମଧ୍ୟ ବଢିବ ବୋଲି ଆଶା କରାଯାଉଛି। ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୪୦ ପ୍ରତିଶତ ବିମାନ ଚାହିଦା ବଢ଼ିପାରେ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଚାର୍ଟର୍ଡ ବିମାନ ଅପେକ୍ଷା ହେଲିକପ୍ଟର ଚାହିଦା ଅଧିକ ରହିବ। କାରଣ ହେଲିକପ୍ଟର ଯୋଗେ ନେତାମାନେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଖୁବ୍ କମ୍ ସମୟରେ ପହଞ୍ଚି ପାରିବେ। ନିର୍ବାଚନ ବେଳେ ଚାହିଦା ବୃଦ୍ଧି ଯୋଗୁ କେତେଜଣ ନେତା ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଲିଜ୍ରେ ନେବେ ବୋଲି କୁହାଯାଉଛି। ଗୋଟିଏ ଚାର୍ଟର୍ଡ ବିମାନର ଘଣ୍ଟାପ୍ରତି ଭଡ଼ା ୪.୫ରୁ ୫.୨୫ ଲକ୍ଷ ଟଙ୍କା ହୋଇଥିବା ବେଳେ ହେଲିକପ୍ଟର ଭଡ଼ା ୧.୫ ଲକ୍ଷ ଟଙ୍କା ରହିଛି।
ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ପୂର୍ବ ନିର୍ବାଚନ ତୁଳନାରେ ୩୦ରୁ ୪୦ ପ୍ରତିଶତ ବଢ଼ିବ ବୋଲି ବିଜିନେସ୍ ଏୟାରକ୍ରାଫ୍ଟ ଅପରେଟର୍ସ ଆସୋସିଏଶନ୍ର ପରିଚାଳନା ନିର୍ଦ୍ଦେଶକ କ୍ୟାପ୍ଟେନ୍ ଆର୍.କେ. ବାଲି କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୩ ଡିସେମ୍ବର ସୁଦ୍ଧା ଦେଶରେ ୧୧୨ ନନ୍-ସିଡ୍ୟୁଲ୍ ଅପରେଟର ରହିଛନ୍ତି।
The post ଆସୁଛି ନିର୍ବାଚନ: ବଢିଲା ହେଲିକପ୍ଟର ଚାହିଦା, ଘଣ୍ଟାପ୍ରତି ଭଡ଼ା ଏତିକି ଟଙ୍କା appeared first on Dharitri Odia News.