ଆସୁଛି ବଡ଼ ବର୍ଷା: ଫ୍ଲାସ୍‌ ଫ୍ଲଡ୍‌ ଆଶଙ୍କା, ଏସବୁ ରାଜ୍ୟକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ: ଆସୁଛି ବଡ଼ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ  ଅନେକ ରାଜ୍ୟକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାପରେ ଏହା ଛତିଶଗଡ଼ ମୁହାଁ ହେବ। ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଛତିଶଗଡ଼, ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ରାଜ୍ୟକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି, ଭୂସ୍ଖଳନର ଆଶଙ୍କା ରହିଛି। ସେହିପରି ୨୦ ତାରିଖ ପାଇଁ ଓଡ଼ିଶା, ଛତିଶଗଡ଼କୁ ଅରେଂଜ ଆଲର୍ଟ ଜାରି କରାଯାଇଥିବା ବେଳେ ଅନେକ ରାଜ୍ୟକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। 

ଆସୁଛି ବଡ଼ ବର୍ଷା: ଫ୍ଲାସ୍‌ ଫ୍ଲଡ୍‌ ଆଶଙ୍କା, ଏସବୁ ରାଜ୍ୟକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ: ଆସୁଛି ବଡ଼ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ  ଅନେକ ରାଜ୍ୟକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। 

ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାପରେ ଏହା ଛତିଶଗଡ଼ ମୁହାଁ ହେବ। ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଛତିଶଗଡ଼, ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ରାଜ୍ୟକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

ସେହିପରି କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି, ଭୂସ୍ଖଳନର ଆଶଙ୍କା ରହିଛି। ସେହିପରି ୨୦ ତାରିଖ ପାଇଁ ଓଡ଼ିଶା, ଛତିଶଗଡ଼କୁ ଅରେଂଜ ଆଲର୍ଟ ଜାରି କରାଯାଇଥିବା ବେଳେ ଅନେକ ରାଜ୍ୟକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।