ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ, ଅଜ୍ଞାତବାସରେ ବିରୋଧୀ କାଉନସିଲର

ନୀଳଗିରି ,୨୬/୦୯: ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାଵ ଆସିଥିବା ବେଳେ ବିରୋଧୀମାନଙ୍କ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ଚେୟାରମ୍ୟାନଙ୍କ ବିରୁଦ୍ଧରେ ଆସିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଣି କିଛି ଦିନପରେ ସମୟ ପାଇଁ ଗଡିଯାଇଥିଲା।ପୂର୍ବରୁ ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ  ଆବେଦନ କରିଥିଲେ l ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ମତଦାନ କରାଯିବାର ନିର୍ଦ୍ଦେଶନାମା ଦେଇଥିଲେ। ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଅଗଷ୍ଟ ୧୨ ତାରିଖରେ ଅଧ୍ୟକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାୟୀ ସ୍ୱାଧୀନତା ପ୍ରଦାନ କରାଯାଇଥିଲା।ଉକ୍ତ ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ, ଅଜ୍ଞାତବାସରେ ବିରୋଧୀ କାଉନସିଲର

ନୀଳଗିରି ,୨୬/୦୯: ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାଵ ଆସିଥିବା ବେଳେ ବିରୋଧୀମାନଙ୍କ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ଚେୟାରମ୍ୟାନଙ୍କ ବିରୁଦ୍ଧରେ ଆସିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଣି କିଛି ଦିନପରେ ସମୟ ପାଇଁ ଗଡିଯାଇଥିଲା।

ପୂର୍ବରୁ ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ  ଆବେଦନ କରିଥିଲେ l ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ମତଦାନ କରାଯିବାର ନିର୍ଦ୍ଦେଶନାମା ଦେଇଥିଲେ। 

ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଅଗଷ୍ଟ ୧୨ ତାରିଖରେ ଅଧ୍ୟକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାୟୀ ସ୍ୱାଧୀନତା ପ୍ରଦାନ କରାଯାଇଥିଲା।

ଉକ୍ତ ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବା ସହିତ ୧୨.୧୦ମିନିଟରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ନିର୍ଦେଶନାମା ଜାରି କରିଥିଲେ। 

ଏହାର ଏକକିତା ନକଲ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରେରଣ କରାଯିବା ପରେ ପୁଣି ଅନସ୍ଥା ପ୍ରସ୍ତାବ ହେବ କି ନାହିଁ ଆଶଙ୍କା ଘାରିଥିଲା। ପୁଣି ହାଇକୋର୍ଟରେ ମାମଲା ପହଞ୍ଚି ଥିଲା। 

ହେଲେ ଗୁରୁବାର ଦିନ ଚେୟାରମ୍ୟାନ ସ୍ଥଗିତାଦେଶ ପାଇଁ ଆଶା ବାନ୍ଧି ରଖିଥିବା ବେଳେ ତାରିଖ ପଡିନଥିବା ଜଣାପଡିଛି। ସେପଟେ ୧୧ ଜଣ କାଉନସିଲର ଚେୟାରମ୍ୟାନଙ୍କ ବିରୁଦ୍ଧରେ ଶୁକ୍ରବାର ଅନାସ୍ଥା ପାଇଁ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି। ବିରୋଧୀ କାଉନସିଲରମାନେ ନୀଳଗିରି ଠାରୁ ଅଜ୍ଞାତବାସରେ ଯାଇଥିବା ବେଳେ ସେଠାରୁ ସିଧା ଭୋଟିଂ ପାଇଁ ପହଞ୍ଚିବେ ବୋଲି ଜଣାପଡିଛି।