ଟ୍ରମ୍ପଙ୍କୁ ନେଇ ଭାରତୀୟ-ଆମେରିକୀୟ ଅସନ୍ତୁଷ୍ଟ ! ଭାରତ-ଆମେରିକା ସମ୍ପର୍କ ପାଇଁ ବାଇଡେନ୍ ଭଲ, ସର୍ଭେରୁ ଖୁଲାସା
ନୂଆଦିଲ୍ଲୀ: ଆମେରିକାର ଶାସନରେ ବସିବାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୁଇ ମାସ ପୂରଣ ହୋଇଛି । କିନ୍ତୁ ଅନେକ କଡ଼ା ନିଷ୍ପତ୍ତି ଓ ବିବାଦୀୟ ବୟାନ ଟ୍ରମ୍ପଙ୍କୁ ଖବର ଶିରୋନାମାରେ ରଖିଛି । ଏହାରି ଭିତରେ ଭାରତୀୟ-ଆମେରିକୀୟ ସମୁଦାୟଙ୍କ ସହ ଜଡ଼ିତ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଭାରତୀୟ-ଆମେରିକୀୟ ସମୁଦାୟ ଟ୍ରମ୍ପଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଅଧିକାଂଶଙ୍କ ମତ ଯଦି କମଲା ହାରିସ୍ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ସେ ଟ୍ରମ୍ପଙ୍କଠାରୁ ଅଧିକ ଭଲ ହୋଇଥାନ୍ତେ । ଏହାସହ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ବାଇଡେନଙ୍କ କାର୍ଯ୍ୟକଳରେ ଭଲ ଥିବା କହିଛନ୍ତି ।ସର୍ଭେରେ ୫୩ ପ୍ରତିଶତ ଲୋକ କହିଛନ୍ତି ଯେ ଯଦି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ଭାରତ-ଆମେରିକା ସମ୍ପର୍କ ଅଧିକ ମଜଭୁତ ହୋଇଥାନ୍ତା । ଅନ୍ୟପଟେ ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ହେବ । ଉଲ୍ଲେଖଯୋଗ୍ୟ, ଏହି ରିପୋର୍ଟ ଇଣ୍ଡିୟନ-ଆମେରିକନ୍ ଆଟିଟ୍ୟୁଡ୍ ସର୍ଭେ ୨୦୨୪ ଉପରେ ଆଧାରିତ ଅଟେ । ଏହି ସର୍ଭକୁ ‘କାର୍ନେଗି ଏଣ୍ଡୋମେଣ୍ଟ ଫର୍ ଇଣ୍ଟରନ୍ୟାସନାଲ ପିସ୍’ରେ YouGoV ସହ ମିଶି ପ୍ରସ୍ତୁତ କରାଯାଇଛି । ଏଥିରେ ସେପ୍ଟେମ୍ୱର ୧୮ରୁ ଅକ୍ଟୋବର ୧୫ ମଧ୍ୟରେ ୧୨୦୬ ଭାରତୀୟ-ଆମେରିକୀୟ ସାମିଲ ହୋଇଥିଲେ ।ସର୍ଭେରେ ଜଣାପଡ଼ିଛି ଯେ ଭାରତୀୟ-ଆମେରିକୀୟ
ନୂଆଦିଲ୍ଲୀ: ଆମେରିକାର ଶାସନରେ ବସିବାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୁଇ ମାସ ପୂରଣ ହୋଇଛି । କିନ୍ତୁ ଅନେକ କଡ଼ା ନିଷ୍ପତ୍ତି ଓ ବିବାଦୀୟ ବୟାନ ଟ୍ରମ୍ପଙ୍କୁ ଖବର ଶିରୋନାମାରେ ରଖିଛି । ଏହାରି ଭିତରେ ଭାରତୀୟ-ଆମେରିକୀୟ ସମୁଦାୟଙ୍କ ସହ ଜଡ଼ିତ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଭାରତୀୟ-ଆମେରିକୀୟ ସମୁଦାୟ ଟ୍ରମ୍ପଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଅଧିକାଂଶଙ୍କ ମତ ଯଦି କମଲା ହାରିସ୍ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ସେ ଟ୍ରମ୍ପଙ୍କଠାରୁ ଅଧିକ ଭଲ ହୋଇଥାନ୍ତେ । ଏହାସହ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ବାଇଡେନଙ୍କ କାର୍ଯ୍ୟକଳରେ ଭଲ ଥିବା କହିଛନ୍ତି ।
ସର୍ଭେରେ ୫୩ ପ୍ରତିଶତ ଲୋକ କହିଛନ୍ତି ଯେ ଯଦି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ଭାରତ-ଆମେରିକା ସମ୍ପର୍କ ଅଧିକ ମଜଭୁତ ହୋଇଥାନ୍ତା । ଅନ୍ୟପଟେ ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ହେବ । ଉଲ୍ଲେଖଯୋଗ୍ୟ, ଏହି ରିପୋର୍ଟ ଇଣ୍ଡିୟନ-ଆମେରିକନ୍ ଆଟିଟ୍ୟୁଡ୍ ସର୍ଭେ ୨୦୨୪ ଉପରେ ଆଧାରିତ ଅଟେ । ଏହି ସର୍ଭକୁ ‘କାର୍ନେଗି ଏଣ୍ଡୋମେଣ୍ଟ ଫର୍ ଇଣ୍ଟରନ୍ୟାସନାଲ ପିସ୍’ରେ YouGoV ସହ ମିଶି ପ୍ରସ୍ତୁତ କରାଯାଇଛି । ଏଥିରେ ସେପ୍ଟେମ୍ୱର ୧୮ରୁ ଅକ୍ଟୋବର ୧୫ ମଧ୍ୟରେ ୧୨୦୬ ଭାରତୀୟ-ଆମେରିକୀୟ ସାମିଲ ହୋଇଥିଲେ ।
ସର୍ଭେରେ ଜଣାପଡ଼ିଛି ଯେ ଭାରତୀୟ-ଆମେରିକୀୟ ସମୁଦାୟ ବାଇଡେନ ପ୍ରଶାସନର ନୀତିକୁ ଟ୍ରମ୍ପ ପ୍ରଶାସନ ତୁଳନାରେ ସାମାନ୍ୟ ଭଲ ବୋଲି କହିଛନ୍ତି । ଏକ-ତୃତୀୟାଂଶ ଲୋକଙ୍କ ମତରେ ଭାରତ-ଆମେରିକା ସମ୍ପର୍କ ଟ୍ରମ୍ପ ଓ ହାରିସ୍ ମଧ୍ୟରେ କେହି ରାଷ୍ଟ୍ରପତି ହେଲେ ସମାନ ରହିବ । ସର୍ଭେ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ଭାରତୀୟ-ଆମେରିକୀୟ ମଧ୍ୟରେ ଭାରତକୁ ନେଇ ସକାରାତ୍ମକ ଭାବନା ବଢିଛି । ୨୦୨୦ରେ ୩୬ ପ୍ରତିଶତ ଲୋକଙ୍କ ବିଶ୍ୱାସ ଥିଲା ଯେ ଭାରତ ସଠିକ୍ ମାର୍ଗରେ ବଢୁଛି, ଅନ୍ୟପଟେ ୨୦୨୪ରେ ଏହି ସଂଖ୍ୟା ୪୭ ପ୍ରତିଶତ ହୋଇଛି ।