ଆହତଙ୍କ ଲାଗି ଦେବଦୂତ ସାଜିଲେ ଓଡ଼ିଆ ଝିଅ ଅନନ୍ଯା
ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ କ୍ଷେତ୍ରରେ ଜୀବନ ବାଜି। ଆହତଙ୍କ ଲାଗି ଦେବଦୂତ ସାଜି ଅନନ୍ଯ ଉଦାହରଣ ସୃଷ୍ଟି କଲେ ଓଡ଼ିଆ... The post ଆହତଙ୍କ ଲାଗି ଦେବଦୂତ ସାଜିଲେ ଓଡ଼ିଆ ଝିଅ ଅନନ୍ଯା appeared first on .
ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ କ୍ଷେତ୍ରରେ ଜୀବନ ବାଜି। ଆହତଙ୍କ ଲାଗି ଦେବଦୂତ ସାଜି ଅନନ୍ଯ ଉଦାହରଣ ସୃଷ୍ଟି କଲେ ଓଡ଼ିଆ ଝିଅ ଅନନ୍ଯା। ଘନ ଘନ ବିସ୍ଫୋରଣ, ଭୟଙ୍କର ସ୍ଥିତି ସତ୍ତ୍ବେ ଜାହାଜରେ ଥିବା ୧୮ ଜଣଙ୍କ ଜୀବନ ରକ୍ଷାକରିଛନ୍ତି ବାରିପଦାର ଡାକ୍ତର ଅନନ୍ଯା ଦଳବେହେରା। ଭାରତୀୟ ସ୍ଥଳସେନାର ସର୍ଜନ୍ କମାଣ୍ଡର ଅନନ୍ୟା । ଇସ୍ରାଏଲ- ଗାଜା ଯୁଦ୍ଧ ମଧ୍ଯରେ ଲୋହିତ ସାଗରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲୋହିତ ସାଗର ଦେଇ ଭାରତ ସମେତ ଅନ୍ୟ ରାଷ୍ଟ୍ରର ପଣ୍ୟବାହୀ ଜାହାଜ ଯାତାୟାତ କରୁଛି। ଏହି ଜାହାଜଗୁଡ଼ିକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ବି ସଜାଗ ଅଛନ୍ତି। ଗତ ୬ ତାରିଖରେ ସିରିଆର ହୌଥି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ମାଡ଼ରେ ୱେଷ୍ଟଇଣ୍ଡିଜ୍ ବାର୍ବାଡୋସ୍ର ଏକ ପଣ୍ୟବାହୀ ଜାହାଜ ‘ଏମ୍ଭି ଟ୍ରୁ କନ୍ଫିଡେନ୍ସ’ଧ୍ବସ୍ତ ହୋଇଯାଇଥିଲା। ଏହି ଜାହାଜରେ ୨୧ ଜଣ ନାବିକ ଓ କର୍ମଚାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ଥିଲେ। କ୍ଷେପଣାସ୍ତ୍ର ମାଡ଼ରେ ଘଟଣାସ୍ଥଳରେ ୩ ଜଣ ନାବିକଙ୍କ ମୃତ୍ୟୁ ହେବାସହ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ସେମାଏନଙ୍କୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚିଥିଲା ନୌସେନାର ଆଇଏନ୍ଏସ୍ କୋଲକାତା । ଏହି ଜାହାଜର ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ସର୍ଜନ୍ କମାଣ୍ଡର ଅନନ୍ୟା । ଜଣେ ମାତ୍ର ଡାକ୍ତରୀ ସହାୟକଙ୍କୁ ନେଇ ଅନନ୍ୟା ରାତିତମାମ ସମସ୍ତ ଆହତଙ୍କୁ ଚିକିତ୍ସା କରି ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ମୟୂରଭଞ୍ଜର ଜଣାଶୁଣା ସାହିତ୍ୟିକ ମନୋଜ ଦଳବେହେରା ଓ ସୁପ୍ରୀତି ଦଳବେହେରାଙ୍କ କନ୍ଯା ଅନନ୍ୟା। ଅନନ୍ୟାଙ୍କ ସ୍ବାମୀ ନୀତିନ ଦାସ ମଧ୍ୟ ଭାରତୀୟ ସ୍ଥଳସେନାରେ ଡାକ୍ତର ଅଛନ୍ତି ।
The post ଆହତଙ୍କ ଲାଗି ଦେବଦୂତ ସାଜିଲେ ଓଡ଼ିଆ ଝିଅ ଅନନ୍ଯା appeared first on .