ଆୟକର ଯାଞ୍ଚ ବିରୋଧରେ କଂଗ୍ରେସର ପିଟିସନ ହାଇକୋର୍ଟରେ ଖାରଜ
ନୂଆଦିଲ୍ଲୀ ୨୨।୩: କର ଅଧିକାରୀଙ୍କ ଦ୍ୱାରା ୩ ବର୍ଷ (୨୦୧୪-୧୫,୨୦୧୫-୧୬ ଓ ୨୦୧୬-୧୭) ନିମନ୍ତେ ଆୟକର ପୁନର୍ମୂଲ୍ୟାଙ୍କନ କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ଦ୍ୱାରା ରୁଜୁ ନିବେଦନକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୨ ମାର୍ଚ୍ଚ ଶୁକ୍ରବାର ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମା ଓ ଜଷ୍ଟିସ୍ ପୁଋଷେନ୍ଦ୍ର କୁମାର କୌରବଙ୍କ ଖଣ୍ଡପୀଠ ଏହି ନିବେଦନର ଶୁଣାଣି କରୁଥିଲେ। କଂଗ୍ରେସ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଓ ଆୟକର ଓକିଲ ଜୋହୈବ ହୁସୈନଙ୍କ ତର୍କ ପରେ ଖଣ୍ଡପୀଠ ନିଷ୍ପତ୍ତିକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ। କଂଗ୍ରେସ ପକ୍ଷରୁ ଉପସ୍ଥିତ ଓକିଲ ସିଂଘଭୀ ତର୍କ ଉପସ୍ଥାପନ କରି କହିଥିଲେ ଯେ ଅଧିକାରୀମାନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ‘ସୀମା ଭିତରେ’ ରହିବା ଦରକାର। କାରଣ ସେମାନେ ସର୍ବାଧିକ ୬ ମୂଲ୍ୟାୟନ ବର୍ଷ ପର୍ଯ୍ୟନ୍ତ ଯାଇ ପାରିଥାନ୍ତେ। ଏଥିରେ କୋର୍ଟ କଂଗ୍ରେସ ଦ୍ୱାରା ଲୁଚା ଯାଇଥିବା ଆମଦାନୀ କ’ଣ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଆୟକର ବିଭାଗ ଓକିଲ ହୁସୈନ କହିଥିଲେ ଯେ ଜବତ ସାମଗ୍ରୀ ଅନୁସାରେ ଏହି ରାଶି ପାଖାପାଖି ୫୨୦ କୋଟି ଟଙ୍କାର। ବିଶେଷ କରି କଂଗ୍ରେସ ମଧ୍ୟ ୪ ଅଲଗା ଅଲଗା ବର୍ଷ ନିମନ୍ତେ ତା ବିରୋଧରେ ପୁନର୍ମୂଲ୍ୟାଙ୍କନ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ନୂଆ ପିଟିସନ ରୁଜୁ କରିଛି। ଏହି ଏହି ଆବେଦନଗୁ
ନୂଆଦିଲ୍ଲୀ ୨୨।୩: କର ଅଧିକାରୀଙ୍କ ଦ୍ୱାରା ୩ ବର୍ଷ (୨୦୧୪-୧୫,୨୦୧୫-୧୬ ଓ ୨୦୧୬-୧୭) ନିମନ୍ତେ ଆୟକର ପୁନର୍ମୂଲ୍ୟାଙ୍କନ କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ଦ୍ୱାରା ରୁଜୁ ନିବେଦନକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୨ ମାର୍ଚ୍ଚ ଶୁକ୍ରବାର ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମା ଓ ଜଷ୍ଟିସ୍ ପୁଋଷେନ୍ଦ୍ର କୁମାର କୌରବଙ୍କ ଖଣ୍ଡପୀଠ ଏହି ନିବେଦନର ଶୁଣାଣି କରୁଥିଲେ।
କଂଗ୍ରେସ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଓ ଆୟକର ଓକିଲ ଜୋହୈବ ହୁସୈନଙ୍କ ତର୍କ ପରେ ଖଣ୍ଡପୀଠ ନିଷ୍ପତ୍ତିକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ। କଂଗ୍ରେସ ପକ୍ଷରୁ ଉପସ୍ଥିତ ଓକିଲ ସିଂଘଭୀ ତର୍କ ଉପସ୍ଥାପନ କରି କହିଥିଲେ ଯେ ଅଧିକାରୀମାନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ‘ସୀମା ଭିତରେ’ ରହିବା ଦରକାର। କାରଣ ସେମାନେ ସର୍ବାଧିକ ୬ ମୂଲ୍ୟାୟନ ବର୍ଷ ପର୍ଯ୍ୟନ୍ତ ଯାଇ ପାରିଥାନ୍ତେ। ଏଥିରେ କୋର୍ଟ କଂଗ୍ରେସ ଦ୍ୱାରା ଲୁଚା ଯାଇଥିବା ଆମଦାନୀ କ’ଣ ବୋଲି ପ୍ରଶ୍ନ କରିଥିଲେ।
ଏହାର ଜବାବରେ ଆୟକର ବିଭାଗ ଓକିଲ ହୁସୈନ କହିଥିଲେ ଯେ ଜବତ ସାମଗ୍ରୀ ଅନୁସାରେ ଏହି ରାଶି ପାଖାପାଖି ୫୨୦ କୋଟି ଟଙ୍କାର। ବିଶେଷ କରି କଂଗ୍ରେସ ମଧ୍ୟ ୪ ଅଲଗା ଅଲଗା ବର୍ଷ ନିମନ୍ତେ ତା ବିରୋଧରେ ପୁନର୍ମୂଲ୍ୟାଙ୍କନ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ନୂଆ ପିଟିସନ ରୁଜୁ କରିଛି। ଏହି ଏହି ଆବେଦନଗୁଡିକ ଏପର୍ଯ୍ୟନ୍ତ ଉଚ୍ଚନ୍ୟାୟାଳୟଙ୍କ ସମ୍ମୁଖରେ ସୂଚୀବଦ୍ଧ ହୋଇ ନାହିଁ।
ନିକଟରେ କୋର୍ଟ ଆକଳନ ବର୍ଷ ୨୦୧୮-୧୯ ନିମନ୍ତେ ୧୦୦ କୋଟି ଟଙ୍କାରୁ ଅଧିକ ବକେୟା ଟ୍ୟାକ୍ସ ଆଦାୟ ନିମନ୍ତେ ରାଜନୈତିକ ଦଳକୁ ଜାରି ଡିମାଣ୍ଡ ନୋଟିସ୍ ଉପରେ ରହିତାଦେଶ ଦେବାକୁ ମନା କରିଥିଲେ। ତେବେ ଆୟକର ଅପିଲିୟ ନ୍ୟାୟାଧିକରଣ (ଆଇଟିଏଟି) ଦ୍ୱାରା ମାର୍ଚ୍ଚ ୮ରେ ଗୃହୀତ ଆଦେଶକୁ କାୟମ ରଖିଛନ୍ତି।
ତେବେ କୋର୍ଟ ଇତିମଧ୍ୟରେ ହୋଇଥିବା ଘଟଣାକ୍ରମକୁ ଧ୍ୟାନରେ ରଖି ଆଇଟିଏଟିରେ ରହିତାଦେଶ ନିମନ୍ତେ ନୂଆ ଆବେଦନ ଦାଖଲ କରିବାକୁ ସ୍ୱାଧୀନତା ଦେଇଛନ୍ତି। ଇତି ମଧ୍ୟରେ ଯେଉଁ ଘଟଣାକ୍ରମ ହୋଇଛି ଏଥିରେ ବ୍ୟାଙ୍କ ଡ୍ରାଫ୍ଟର ନଗଦୀକରଣର ଫଳ ସ୍ୱରୂପ ଅଧିକାରୀଙ୍କ ଦ୍ୱାରା ୬୫ କୋଟି ଟଙ୍କା ଅସୁଲ କରାଯିବା ମଧ୍ୟ ସାମିଲ। ପୀଠ କହିଥିଲେ ଯେ କଂଗ୍ରେସର ନିବେଦନ ଯଦି ରୁଜୁ କରାଯାଇଛି ତେବେ ଆଇଟିଏଟି ଉଚିତ ଶୀଘ୍ରତାର ସହ ଏହାର ଶୁଣାଣି କରିପାରିବେ।