ଆୟକରରେ ହେବନାହିଁ କୌଣସି ପରିବର୍ତ୍ତନ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆୟକର ହାରରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଘୋଷଣା କରିଛନ୍ତି। ଆମଦାନି କର ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ପାଇଁ ସମାନ ଟିକସ ହାର ବଜାୟ ରହିବ ବୋଲି ସୀତାରମଣ କହିଛନ୍ତି। ତେବେ ଯାହା ଆଶା କରାଯାଉଥିଲା ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ଆୟକରଦାତାଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ। ପୂର୍ବରୁ ଥିବା ସ୍ଲାବ ଅନୁଯାୟୀ ୭ […] The post ଆୟକରରେ ହେବନାହିଁ କୌଣସି ପରିବର୍ତ୍ତନ: ନିର୍ମଳା ସୀତାରମଣ appeared first on Dharitri Odia News.
ନୂଆଦିଲ୍ଲୀ,୧।୨: କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆୟକର ହାରରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଘୋଷଣା କରିଛନ୍ତି। ଆମଦାନି କର ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ପାଇଁ ସମାନ ଟିକସ ହାର ବଜାୟ ରହିବ ବୋଲି ସୀତାରମଣ କହିଛନ୍ତି।
ତେବେ ଯାହା ଆଶା କରାଯାଉଥିଲା ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ଆୟକରଦାତାଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ। ପୂର୍ବରୁ ଥିବା ସ୍ଲାବ ଅନୁଯାୟୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଆଦାୟ କରାଯାଏ ନାହିଁ। ଆୟକର ଦେବାର ପ୍ରକ୍ରିୟା ସରଳୀକୃତ ହୋଇଛି। ଫେରସ୍ତ ପ୍ରକ୍ରିୟା ମଧ୍ୟ ସରଳ ହୋଇଛି। ଏଥିସହିତ ଜିଏସଟି ସଂଗ୍ରହ ଦ୍ୱିଗୁଣିତ ହୋଇଛି। ଜିଏସଟି ସହିତ ପରୋକ୍ଷ କର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
No changes in Income Tax rates, Union Finance Minister Nirmala Sitharaman presents Interim Budget 2024-25. pic.twitter.com/H90QxEmaCt
— ANI (@ANI) February 1, 2024
The post ଆୟକରରେ ହେବନାହିଁ କୌଣସି ପରିବର୍ତ୍ତନ: ନିର୍ମଳା ସୀତାରମଣ appeared first on Dharitri Odia News.