୨୦ ବର୍ଷ ପରେ ଭାଷଣ ଦେଇଛି ଜୈସ ଆତଙ୍କବାଦୀ ଅଜହର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଓକାରିଲା ଗରଳ

ନୂଆଦିଲ୍ଲୀ ୪।୧୨:   ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ଏକ ସଭାକୁ ସମ୍ବୋଧିତ କରିଛି। ଏହି ଭାଷଣରେ ମାସୁଦ ଭାରତ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗରଳ ଓକାରିଛି ଏବଂ ଦୁଇ ଦେଶଙ୍କ ବିରୋଧରେ ନୂଆ କରି ଜିହାଦୀ ଅଭିଯାନ ଚଳାଇବାକୁ ସଂକଳ୍ପ କରିଛି। ତେବେ ମାସୁଦ କେବେ ଓ କେଉଁଠି ଏହି ଭାଷଣ ଦେଇଛି ସେ ନେଇ ଜୈସ କିଛି କହି ନାହିଁ। ତେବେ ଆତଙ୍କବାଦୀର ସାର୍ବଜନିକ ଭିଡିଓ ସାମ୍ନାକୁ ଆସିବା ପରେ ଆତଙ୍କବାଦକୁ ନେଇ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। ଜୈସ-ଏ-ମହମ୍ମଦ ନିଜ କଥାକୁ ସାରା ବିଶ୍ୱକୁ ପହଞ୍ଚାଇବା ଲାଗି ଡିଜିଟାଲ ପ୍ଲାଟଫର୍ମ ବି ଚଳାଉଛି, ଯେଉଁଥିରେ ମାସୁଦର ଏହି ଭିଡିଓ ସେୟାର କରାଯାଇଛି। ରିପୋର୍ଟ ଅନୁସାରେ ସମୟସମୟରେ ମାସୁଦ ଓ ଅନ୍ୟ ଆତଙ୍କବାଦୀଙ୍କ ପୁରୁଣା ଭିଡିଓ ପୋଷ୍ଟ କରାଯାଉଛି। ତେବେ ମାସୁଦ ଭାଷଣରେ ଇସ୍ରାଏଲ ଓ ଗାଜା ନାମ ନେଇଥିବାରୁ ଏଥରର ଭିଡିଓ ନୂଆ ବୋଲି ଅନୁମାନ କରାଯାଉଛି। ଭାରତୀୟ ଇଣ୍ଟେଲିଜେନ୍ସ ଅଫିସର ଏହି ଭାଷଣ ସମ୍ଭବତଃ ଗତ ମାସ ଶେଷରେ ପାକିସ୍ତାନର ବାହବଲପୁର ବାହାରେ ଉମ୍ମ-ଉଲ-କୁରା ମଦରସା ଓ ମସଜିଦ ପ୍ରାଙ୍ଗଣରେ ଦେଇଥିବାର ଆକଳନ କରିଛନ୍ତି। ଭାଷଣରେ ଅଜହର ଲୋକଙ୍କୁ ଆତଙ୍କବାଦ ସଙ୍ଗଠନରେ ସାମିଲ ହେବାକୁ ମଧ୍ୟ ଅପିଲ କରିଛି। ମାସୁଦ ସମୟ ସମୟରେ ଭାରତ ତୁମର ମୃତ୍ୟୁଆସୁଛି ସ୍ଲୋଗାନ ମଧ୍ୟ ଦେଇଥାଏ। ୨୦୧୯ରେ ପାକିସ୍ତାନ

୨୦ ବର୍ଷ ପରେ ଭାଷଣ ଦେଇଛି ଜୈସ ଆତଙ୍କବାଦୀ ଅଜହର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଓକାରିଲା ଗରଳ

ନୂଆଦିଲ୍ଲୀ ୪।୧୨:   ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ଏକ ସଭାକୁ ସମ୍ବୋଧିତ କରିଛି। ଏହି ଭାଷଣରେ ମାସୁଦ ଭାରତ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗରଳ ଓକାରିଛି ଏବଂ ଦୁଇ ଦେଶଙ୍କ ବିରୋଧରେ ନୂଆ କରି ଜିହାଦୀ ଅଭିଯାନ ଚଳାଇବାକୁ ସଂକଳ୍ପ କରିଛି। ତେବେ ମାସୁଦ କେବେ ଓ କେଉଁଠି ଏହି ଭାଷଣ ଦେଇଛି ସେ ନେଇ ଜୈସ କିଛି କହି ନାହିଁ। ତେବେ ଆତଙ୍କବାଦୀର ସାର୍ବଜନିକ ଭିଡିଓ ସାମ୍ନାକୁ ଆସିବା ପରେ ଆତଙ୍କବାଦକୁ ନେଇ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। 

ଜୈସ-ଏ-ମହମ୍ମଦ ନିଜ କଥାକୁ ସାରା ବିଶ୍ୱକୁ ପହଞ୍ଚାଇବା ଲାଗି ଡିଜିଟାଲ ପ୍ଲାଟଫର୍ମ ବି ଚଳାଉଛି, ଯେଉଁଥିରେ ମାସୁଦର ଏହି ଭିଡିଓ ସେୟାର କରାଯାଇଛି। ରିପୋର୍ଟ ଅନୁସାରେ ସମୟସମୟରେ ମାସୁଦ ଓ ଅନ୍ୟ ଆତଙ୍କବାଦୀଙ୍କ ପୁରୁଣା ଭିଡିଓ ପୋଷ୍ଟ କରାଯାଉଛି। ତେବେ ମାସୁଦ ଭାଷଣରେ ଇସ୍ରାଏଲ ଓ ଗାଜା ନାମ ନେଇଥିବାରୁ ଏଥରର ଭିଡିଓ ନୂଆ ବୋଲି ଅନୁମାନ କରାଯାଉଛି। ଭାରତୀୟ ଇଣ୍ଟେଲିଜେନ୍ସ ଅଫିସର ଏହି ଭାଷଣ ସମ୍ଭବତଃ ଗତ ମାସ ଶେଷରେ ପାକିସ୍ତାନର ବାହବଲପୁର ବାହାରେ ଉମ୍ମ-ଉଲ-କୁରା ମଦରସା ଓ ମସଜିଦ ପ୍ରାଙ୍ଗଣରେ ଦେଇଥିବାର ଆକଳନ କରିଛନ୍ତି। 

ଭାଷଣରେ ଅଜହର ଲୋକଙ୍କୁ ଆତଙ୍କବାଦ ସଙ୍ଗଠନରେ ସାମିଲ ହେବାକୁ ମଧ୍ୟ ଅପିଲ କରିଛି। ମାସୁଦ ସମୟ ସମୟରେ ଭାରତ ତୁମର ମୃତ୍ୟୁଆସୁଛି ସ୍ଲୋଗାନ ମଧ୍ୟ ଦେଇଥାଏ। ୨୦୧୯ରେ ପାକିସ୍ତାନୀ କର୍ତ୍ତୃପକ୍ଷ ଉମ୍ମ-ଉଲ-କୁରା ମଦରସା ଓ ମସଜିଦକୁ ନିଜ ହାତକୁ ନେଇଥିବାର ଦାବି କରିଥିଲେ। ଏବି ଏହି ଭିଡିଓରୁ ସରକାରଙ୍କ ଦାବିର ସତ୍ୟତା ମଧ୍ୟ ଜଣାପଡିଯାଇଛି। ଆତଙ୍କବାଦୀ ଅଜହର ଭାଷଣରେ ଭାରତ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖ କରିଛି। କହିଛି ମୋଦିଙ୍କ ଭଳି ଜଣେ ଦୁର୍ବଳ ବ୍ୟକ୍ତି ଆମକୁ ଚ୍ୟାଲେଞ୍ଜ କରିବା ଓ ନେତନ୍ୟାହୁ ଭଳି ଜଣେ ମୁଷା ଆମ କବର ଉପରେ ନାଚିବା ବାସ୍ତବିକ ଆମଲାଗି ଲଜ୍ଜାଜନକ।