ଆୟୁର୍ବେଦରେ ସମ୍ଭବ ହେଲା ହୃଦଘାତର ଚିକିତ୍ସା, ୯୦% ବ୍ଲକେଜରେ ବି ଦେବାକୁ ପଡିଲାନି ଷ୍ଟେଣ୍ଟ
ନୂଆଦିଲ୍ଲୀ ୧୫।୨: ଭାରତର ଆୟୁର୍ବେଦ ଏବେ ହୃଦଘାତ ଚିକିତ୍ସା ଲାଗି ମଧ୍ୟ ସକ୍ଷମ। ଅଲ ଇଣ୍ଡିଆ ଇନିଷ୍ଟିଚ୍ୟୁଚ୍ ଅଫ ଅୟୁର୍ବେଦ (ଏଆଇଆଇଏ) କୁ ଆସିଥିବା ହୃଦଘାତ ରୋଗୀଙ୍କ ସଫଳ ଚିକିତ୍ସା ହୋଇପାରିଛି। ଆର୍ଟେରୀରେ ୯୦ ପ୍ରତିଶତ ବ୍ଲକେଜ ରୋଗୀଙ୍କୁ ବିନା ଅସ୍ତ୍ରୋପଚାରରେ ଆୟୁର୍ବେଦ ଔଷଧ ଓ ଚିକିତ୍ସାରେ ସୁସ୍ଥ କରାଯାଇ ପାରିଛି। ଏ ପର୍ଯ୍ୟନ୍ତ ଏଲୋପ୍ୟାଥିକ ଚିକିତ୍ସା ଭରସାରେ ଥିବା ହୃଦରୋଗୀଙ୍କ ଲାଗି ଏହା ଖୁସି ଖବର ଯେ ସେମାନେ ଏବେ ଆୟୁଷର ଏହି ପାରମ୍ପରିକ ଚିକିତ୍ସା ପଦ୍ଧତୀରେ ସେମାନଙ୍କ ଚିକିତ୍ସା କରାଇ ପାରିବେ। ଏଆଇଆଇଏ ଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ୫୦ ବର୍ଷ ବୟଷ୍କ ଅବଧେଶ କୁମାର ଦିଲ୍ଲୀ ଜୈତପୁରରେ ରହନ୍ତି। ଅଟୋ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ଅବଧେଶଙ୍କୁ ନଭେମ୍ବର ୨୦୨୨ରେ ହୃଦଘାତ ହୋଇଥିଲା। ତାଙ୍କ ଏନଜିଓ ଗ୍ରାଫିରେ ୯୦ ପ୍ରତିଶତ ଆର୍ଟେରୀ ବ୍ଲକେଜ ଥିବା ଦେଖାଯାଇଥିଲା। ଦିଲ୍ଲୀର ନାମୀ ସରକାର ହସ୍ପିଟାଲରେ ଅନେକ ଦିନ ଧରି ଚିକିତ୍ସା କରିବା ସମୟରେ ତାଙ୍କୁ ଦୁଇଟି ଷ୍ଟେଣ୍ଟ ପକାଇବାକୁ ପରାମର୍ଶ ଦିଆଯାଇଥିଲା। ତେବେ ସେ ଅକ୍ଟୋବର ୨୦୨୩ରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନକୁ ଚିକିତ୍ସା ନିମନ୍ତେ ଆସିଥିଲେ। ଏଆଇଆଇଏରେ ଅବଧେଶଙ୍କୁ ୧୫ ଦିନ ନିମନ୍ତେ ଆଡମିଟ୍ କରାଯାଇଥିଲା। ଏହି ସମୟରେ ପଞ୍ଚକର୍ମ ସହିତ ତାଙ୍କର ଆୟୁର୍ବେଦ ଚିକିତ୍ସା କରାଯାଇଥିଲା। ଏହା ପରେ
ନୂଆଦିଲ୍ଲୀ ୧୫।୨: ଭାରତର ଆୟୁର୍ବେଦ ଏବେ ହୃଦଘାତ ଚିକିତ୍ସା ଲାଗି ମଧ୍ୟ ସକ୍ଷମ। ଅଲ ଇଣ୍ଡିଆ ଇନିଷ୍ଟିଚ୍ୟୁଚ୍ ଅଫ ଅୟୁର୍ବେଦ (ଏଆଇଆଇଏ) କୁ ଆସିଥିବା ହୃଦଘାତ ରୋଗୀଙ୍କ ସଫଳ ଚିକିତ୍ସା ହୋଇପାରିଛି। ଆର୍ଟେରୀରେ ୯୦ ପ୍ରତିଶତ ବ୍ଲକେଜ ରୋଗୀଙ୍କୁ ବିନା ଅସ୍ତ୍ରୋପଚାରରେ ଆୟୁର୍ବେଦ ଔଷଧ ଓ ଚିକିତ୍ସାରେ ସୁସ୍ଥ କରାଯାଇ ପାରିଛି। ଏ ପର୍ଯ୍ୟନ୍ତ ଏଲୋପ୍ୟାଥିକ ଚିକିତ୍ସା ଭରସାରେ ଥିବା ହୃଦରୋଗୀଙ୍କ ଲାଗି ଏହା ଖୁସି ଖବର ଯେ ସେମାନେ ଏବେ ଆୟୁଷର ଏହି ପାରମ୍ପରିକ ଚିକିତ୍ସା ପଦ୍ଧତୀରେ ସେମାନଙ୍କ ଚିକିତ୍ସା କରାଇ ପାରିବେ।
ଏଆଇଆଇଏ ଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ୫୦ ବର୍ଷ ବୟଷ୍କ ଅବଧେଶ କୁମାର ଦିଲ୍ଲୀ ଜୈତପୁରରେ ରହନ୍ତି। ଅଟୋ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ଅବଧେଶଙ୍କୁ ନଭେମ୍ବର ୨୦୨୨ରେ ହୃଦଘାତ ହୋଇଥିଲା। ତାଙ୍କ ଏନଜିଓ ଗ୍ରାଫିରେ ୯୦ ପ୍ରତିଶତ ଆର୍ଟେରୀ ବ୍ଲକେଜ ଥିବା ଦେଖାଯାଇଥିଲା। ଦିଲ୍ଲୀର ନାମୀ ସରକାର ହସ୍ପିଟାଲରେ ଅନେକ ଦିନ ଧରି ଚିକିତ୍ସା କରିବା ସମୟରେ ତାଙ୍କୁ ଦୁଇଟି ଷ୍ଟେଣ୍ଟ ପକାଇବାକୁ ପରାମର୍ଶ ଦିଆଯାଇଥିଲା। ତେବେ ସେ ଅକ୍ଟୋବର ୨୦୨୩ରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନକୁ ଚିକିତ୍ସା ନିମନ୍ତେ ଆସିଥିଲେ।

ଏଆଇଆଇଏରେ ଅବଧେଶଙ୍କୁ ୧୫ ଦିନ ନିମନ୍ତେ ଆଡମିଟ୍ କରାଯାଇଥିଲା। ଏହି ସମୟରେ ପଞ୍ଚକର୍ମ ସହିତ ତାଙ୍କର ଆୟୁର୍ବେଦ ଚିକିତ୍ସା କରାଯାଇଥିଲା। ଏହା ପରେ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଘରେ ରହି ଆୟୁର୍ବେଦ ଔଷଧ ଖାଇବାକୁ ଦିଆଯାଇଥିଲା। ଏବେ ତାଙ୍କର ଏନଜିଓ ଗ୍ରାଫି କରାଯାଇଥିବା ବେଳେ ତାଙ୍କଠାରେ ୦.୫ ପ୍ରତିଶତ ବ୍ଲକେଜ ଥିବା ଜଣାପଡିଛି। ଅବଧେଶଙ୍କୁ ନିଜ ଦେଖରେଖରେ ରଖି ଚିକିତ୍ସା କରିଥିବା ଆସିଷ୍ଟାଣ୍ଟ ପ୍ରଫେସର ବୈଦ୍ୟ ଦିବ୍ୟା କଜାରିୟା କହିଛନ୍ତି ଯେ ଏଆଇଆଇଏରେ ଏବେ ହୃଦରୋଗୀଙ୍କ ଉପରେ ଆୟୁର୍ବେଦ ଓ ଏଲୋପ୍ୟାଥିକ ଚିକିତ୍ସା ନେଇ ଅଧ୍ୟୟନ କରାଯାଉଛି। ଏଥିରେ ହୃଦଘାତ ଉପରେ ଆୟୁର୍ବେଦର ପ୍ରଭାବ ଦେଖାଯାଉଛି।
ଚିକିତ୍ସାରେ ଅବଧେଶ କୁମାରଙ୍କ ରେଜଲ୍ଟ ବେଶ୍ ଭଲ ଆସିଛି। କେବଳ ଅବଧେଶ ନୁହନ୍ତି ୧୦୦ ପ୍ରତିଶତ ବ୍ଲକେଜ ଥିବା ରୋଗୀଙ୍କୁ ମଧ୍ୟ ଆୟୁର୍ବେଦ ଚିକିତ୍ସାରୁ ଲାଭ ମିଳିଛି। ତାଙ୍କ ରିପୋର୍ଟ ମଧ୍ୟ ଖୁବ୍ ଶୀଘ୍ର ସେୟାର କରାଯିବ। ବୈଦ୍ୟ କଜାରିୟା କହିଛନ୍ତି ଯେ ଆୟୁର୍ବେଦରେ ଉପଚାର ବେଶ୍ ପୂର୍ବରୁ ହେଉଛି, ହେଲେ ଏବେ ଏହାର ରେଜଲ୍ଟ ମଧ୍ୟ ମିଳିବ। ଏହା ଏକ ଭଲ ଖବର ନିଶ୍ଚିତ ଏପରି ରୋଗୀଙ୍କ ନିମନ୍ତେ ଚିକିତ୍ସାର ଉନ୍ନତ ବିକଳ୍ପ ଖୋଲୁଛି।
The post ଆୟୁର୍ବେଦରେ ସମ୍ଭବ ହେଲା ହୃଦଘାତର ଚିକିତ୍ସା, ୯୦% ବ୍ଲକେଜରେ ବି ଦେବାକୁ ପଡିଲାନି ଷ୍ଟେଣ୍ଟ appeared first on Prameya News7.