ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟକୁ ଶକ୍ତ ଝଟ୍‌କା ! ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି ହ୍ରାସ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟକୁ ଶକ୍ତ ଝଟ୍‌କା ଲାଗିଛି। ଗତ ଦୁଇ ବର୍ଷରେ କମ୍ପାନୀର ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି(୫ ଅରବ ଡଲାର) ହ୍ରାସ ହୋଇଛି। ଏହି ଆକଳନ ଜାନୁଆରୀ ୨୦୨୨ ରୁ ଜାନୁଆରୀ ୨୦୨୪ ମଧ୍ୟରେ କରାଯାଇଛି। ଫ୍ଲିପକାର୍ଟର ପ୍ୟାରେଣ୍ଟ୍ କମ୍ପାନୀ ୱାଲମାର୍ଟ ଦ୍ୱାରା କରାଯାଇଥିବା ଇକ୍ୱିଟି ଟ୍ରାଞ୍ଜାକ୍ସନରୁ ଏହି ସୂଚନା ମିଳିଛି।  ଫ୍ଲିପକାର୍ଟ ଏହାର ଫିନ୍‌ଟେକ୍ କମ୍ପାନୀ ‘ଫୋନ୍ ପେ’କୁ ଏକ ଅଲଗା କମ୍ପାନୀରେ ପରିଣତ କରିଥିବାରୁ ଏହି ହ୍ରାସ ଘଟିଛି।ୱାଲମାର୍ଟ ଇକ୍ୱିଟି ଷ୍ଟ୍ରକ୍ଚର କରିଥିବା ପରିବର୍ତ୍ତନରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୩୧, ୨୦୨୨ ଶେଷ ଆର୍ଥିକ ବର୍ଷରେ ଫ୍ଲିପକାର୍ଟର ମୂଲ୍ୟ ୪୦ ବିଲିୟନ ଡଲାର ଥିଲା, ଯାହା ୩୧ ଜାନୁଆରୀ  ୨୦୨୪ ରେ ୩୫ ବିଲିୟନ ଡଲାରକୁ ହ୍ରାସ ପାଇଥିଲା। ଫୋନ୍ ଫେକୁ ଫ୍ଲିପ୍‌କାର୍ଟରୁ ଅଲଗା କରିବା ପରେ ଏହି ହ୍ରାସ ଘଟିଥିଲା।ତେବେ ମିଡିଆ ରିପୋର୍ଟ  ଅନୁସାରେ, ବର୍ତ୍ତମାନ ଫ୍ଲିପକାର୍ଟର ବଜାର ମୂଲ୍ୟ ପ୍ରାୟ ୪୦ ବିଲିୟନ ଡଲାର ରହିଛି। ୱାଲମାର୍ଟ ୨୦୨୨ ଆର୍ଥିକ ବର୍ଷରେ ୮ ପ୍ରତିଶତ ଅଂଶଧନକୁ ପ୍ରାୟ ୩.୨ ବିଲିୟନ ଡଲାରରେ ବିକ୍ରି କରିସାରିଛି। ଆମେରିକାର ରିଟେଲ୍‌ ବାଦଶାହ ୱାଲମାର୍ଟ ୨୦୨୩-୨୪ ଆର୍ଥିକ ବର୍ଷରେ ଫ୍ଲିପକାର୍ଟରେ ୩.୫ ବିଲିୟନ ଡଲାର ଦେଇ କମ୍ପାନୀରେ ଅଂଶଧନକୁ ୧୦ ପ୍ରତିଶତରୁ ୮୫ ପ୍ରତିଶତ ଅକ୍ତିଆର କରିଥିଲା।ଅନ୍ୟପଟେ ଫ୍ଲିପ୍‌କାର୍ଟ ୱାଲମା

ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟକୁ ଶକ୍ତ ଝଟ୍‌କା ! ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି ହ୍ରାସ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟକୁ ଶକ୍ତ ଝଟ୍‌କା ଲାଗିଛି। ଗତ ଦୁଇ ବର୍ଷରେ କମ୍ପାନୀର ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି(୫ ଅରବ ଡଲାର) ହ୍ରାସ ହୋଇଛି। ଏହି ଆକଳନ ଜାନୁଆରୀ ୨୦୨୨ ରୁ ଜାନୁଆରୀ ୨୦୨୪ ମଧ୍ୟରେ କରାଯାଇଛି। ଫ୍ଲିପକାର୍ଟର ପ୍ୟାରେଣ୍ଟ୍ କମ୍ପାନୀ ୱାଲମାର୍ଟ ଦ୍ୱାରା କରାଯାଇଥିବା ଇକ୍ୱିଟି ଟ୍ରାଞ୍ଜାକ୍ସନରୁ ଏହି ସୂଚନା ମିଳିଛି।  ଫ୍ଲିପକାର୍ଟ ଏହାର ଫିନ୍‌ଟେକ୍ କମ୍ପାନୀ ‘ଫୋନ୍ ପେ’କୁ ଏକ ଅଲଗା କମ୍ପାନୀରେ ପରିଣତ କରିଥିବାରୁ ଏହି ହ୍ରାସ ଘଟିଛି।

ୱାଲମାର୍ଟ ଇକ୍ୱିଟି ଷ୍ଟ୍ରକ୍ଚର କରିଥିବା ପରିବର୍ତ୍ତନରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୩୧, ୨୦୨୨ ଶେଷ ଆର୍ଥିକ ବର୍ଷରେ ଫ୍ଲିପକାର୍ଟର ମୂଲ୍ୟ ୪୦ ବିଲିୟନ ଡଲାର ଥିଲା, ଯାହା ୩୧ ଜାନୁଆରୀ  ୨୦୨୪ ରେ ୩୫ ବିଲିୟନ ଡଲାରକୁ ହ୍ରାସ ପାଇଥିଲା। ଫୋନ୍ ଫେକୁ ଫ୍ଲିପ୍‌କାର୍ଟରୁ ଅଲଗା କରିବା ପରେ ଏହି ହ୍ରାସ ଘଟିଥିଲା।

ତେବେ ମିଡିଆ ରିପୋର୍ଟ  ଅନୁସାରେ, ବର୍ତ୍ତମାନ ଫ୍ଲିପକାର୍ଟର ବଜାର ମୂଲ୍ୟ ପ୍ରାୟ ୪୦ ବିଲିୟନ ଡଲାର ରହିଛି। ୱାଲମାର୍ଟ ୨୦୨୨ ଆର୍ଥିକ ବର୍ଷରେ ୮ ପ୍ରତିଶତ ଅଂଶଧନକୁ ପ୍ରାୟ ୩.୨ ବିଲିୟନ ଡଲାରରେ ବିକ୍ରି କରିସାରିଛି। ଆମେରିକାର ରିଟେଲ୍‌ ବାଦଶାହ ୱାଲମାର୍ଟ ୨୦୨୩-୨୪ ଆର୍ଥିକ ବର୍ଷରେ ଫ୍ଲିପକାର୍ଟରେ ୩.୫ ବିଲିୟନ ଡଲାର ଦେଇ କମ୍ପାନୀରେ ଅଂଶଧନକୁ ୧୦ ପ୍ରତିଶତରୁ ୮୫ ପ୍ରତିଶତ ଅକ୍ତିଆର କରିଥିଲା।

ଅନ୍ୟପଟେ ଫ୍ଲିପ୍‌କାର୍ଟ ୱାଲମାର୍ଟ ରିପୋର୍ଟ ଉପରେ ଆଧାରିତ ମୂଲ୍ୟାଙ୍କନକୁ ଖାରଜ କରିଛି। ଫ୍ଲିପକାର୍ଟ ମୁଖପାତ୍ର କହିଛନ୍ତି ଯେ ବଜାର ମୂଲ୍ୟକୁ ଏହିପରି ଦେଖିବା ଭୁଲ। ଆମେ ୨୦୨୩ରେ ଫୋନ୍ ପେକୁ ଅଲଗା କରିଥିଲୁ। ଏଥିପାଇଁ ବଜାର ମୂଲ୍ୟରେ ଆଡଜେଷ୍ଟମେଣ୍ଟ ହୋଇଛି।

ମିଡିଆ ରିପୋର୍ଟ ଅନୁସାରେ, ୨୦୨୧ରେ ଶେଷ ଥର କମ୍ପାନୀର ମୂଲ୍ୟାଙ୍କନ କରାଯାଇଥିଲା। ସେହି ସମୟରେ, ‘ଫୋନ ପେ’ର ମୂଲ୍ୟ ମଧ୍ୟ ଇ-କମର୍ସ କମ୍ପାନୀର ସାମିଲ୍ ଥିଲା।

ସୂଚନା ଥାଉକି, ୨୦୨୩ରେ ଫ୍ଲିପକାର୍ଟର ୪,୮୪୬ କୋଟି ଟଙ୍କା କ୍ଷତି ହୋଇଥିଲା। ଏଥିସହ ଇ-କମର୍ସ କମ୍ପାନୀର ମୋଟ ଆୟ ୫୬,୦୧୨.୮ କୋଟି ଥିଲା। ଗତ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ଖର୍ଚ୍ଚ ୬୦,୮୫୮ କୋଟି ଟଙ୍କା ଥିଲା।