ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ନିଶ୍ଚୟ ଜାଣନ୍ତୁ
ବର୍ତ୍ତମାନ ଚୋରି, ଡକାୟତି ଇତ୍ୟାଦି ଭୟରେ ଅନେକେ କ୍ୟାଶ୍ ବଦଳରେ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବା ଇ-ୱାଲେଟ୍ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ମଧ୍ୟ ସାମାନ୍ୟ ଅବହେଳା ବଡ଼ ସମସ୍ୟାର କାରଣ ସାଜିପାରେ। ତେଣୁ ଏହାକୁ ସୁରକ୍ଷିତ କରିବା ଲାଗି ଜାଣିରଖନ୍ତୁ କେତୋଟି କଥା… ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାସ୍ୱାର୍ଡ ଏଭଳି ରଖନ୍ତୁ, ଯେପରି ଅନ୍ୟମାନଙ୍କୁ ଏହା ଜାଣିବା କିମ୍ବା ହ୍ୟାକ୍ କରିବା ସହଜ ହେବ ନାହିଁ। ନିଜ ପାସ୍ୱାର୍ଡ ଅନ୍ୟ ସହ ଶେୟାର କରନ୍ତୁ ନାହିଁ। […] The post ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ନିଶ୍ଚୟ ଜାଣନ୍ତୁ appeared first on Dharitri Odia News.
ବର୍ତ୍ତମାନ ଚୋରି, ଡକାୟତି ଇତ୍ୟାଦି ଭୟରେ ଅନେକେ କ୍ୟାଶ୍ ବଦଳରେ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବା ଇ-ୱାଲେଟ୍ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ମଧ୍ୟ ସାମାନ୍ୟ ଅବହେଳା ବଡ଼ ସମସ୍ୟାର କାରଣ ସାଜିପାରେ। ତେଣୁ ଏହାକୁ ସୁରକ୍ଷିତ କରିବା ଲାଗି ଜାଣିରଖନ୍ତୁ କେତୋଟି କଥା…
ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାସ୍ୱାର୍ଡ ଏଭଳି ରଖନ୍ତୁ, ଯେପରି ଅନ୍ୟମାନଙ୍କୁ ଏହା ଜାଣିବା କିମ୍ବା ହ୍ୟାକ୍ କରିବା ସହଜ ହେବ ନାହିଁ। ନିଜ ପାସ୍ୱାର୍ଡ ଅନ୍ୟ ସହ ଶେୟାର କରନ୍ତୁ ନାହିଁ।
ଟ୍ରାଞ୍ଜାକ୍ସନ ପରେ ଲଗ୍ଆଉଟ୍ କରନ୍ତୁ।
ଲ୍ୟାପ୍ଟପ୍ କିମ୍ବା ମୋବାଇଲ୍ରେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଥିଲେ କୌଣସି ଲାଇସେନ୍ସ ଆଣ୍ଟିଭାଇରସ୍ ଲୋଡ୍ କରନ୍ତୁ। କାରଣ ଫ୍ରି ଆଣ୍ଟିଭାଇରସ୍ରେ ଅନେକ ସମୟରେ ହ୍ୟାକର୍ମାନଙ୍କୁ ଆପଣଙ୍କ ଡିଟେଲ୍ସ ମିଳିବାରେ ସହଜ ହୋଇଥାଏ।
ପର୍ସନାଲ କମ୍ପ୍ୟୁଟର୍, ଲ୍ୟାପ୍ଟପ୍ କିମ୍ବା ମୋବାଇଲ୍ରେ ହିଁ ନେଟ୍ ବ୍ୟାଙ୍କିଙ୍ଗ୍ କରନ୍ତୁ। କାରଣ ପବ୍ଲିକ୍ କମ୍ପ୍ୟୁଟର୍ କିମ୍ବା ସାଇବର୍ କାଫେରେ ଏହା ଅସୁରକ୍ଷିତ। କେବଳ ଏତିକି ନୁହେଁ, ପବ୍ଲିକ୍ ୱାଇ ଫାଇରେ ମଧ୍ୟ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ କରିବା ଠିକ୍ ନୁହେଁ। କାରଣ ଏହା ସାହାଯ୍ୟରେ ହ୍ୟାକ୍ରଙ୍କୁ ଆପଣଙ୍କ ପର୍ସନାଲ୍ ଡାଟା ଚୋରି କରିବାରେ ସହଜ ହୋଇଥାଏ।
କୌଣସି ଆପ୍ଲିକେଶନ୍ ଡାଉନ୍ଲୋଡ୍ କରିବା ପୂର୍ବରୁ ସେଥିରେ କେଉଁସବୁ ଡାଟା ଏବଂ ଡିଟେଲ୍ସ ଆବଶ୍ୟକ ହେଉଛି ତାହାକୁ ଭଲ ଭାବେ ପଢ଼ିବା ପରେ ଇନ୍ଷ୍ଟଲ କରନ୍ତୁ। ନଚେତ୍ ଏହାଯୋଗୁ ଆପଣଙ୍କ ବ୍ୟାଙ୍କ୍ ଡିଟେଲ୍ସ ହ୍ୟାକର୍ଙ୍କ ପାଖକୁ ଚାଲିଯାଇପାରେ।
ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ପ୍ରୋଟେକ୍ସନ୍ ସଫ୍ଟୱେର୍ ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।
The post ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ନିଶ୍ଚୟ ଜାଣନ୍ତୁ appeared first on Dharitri Odia News.