ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ…
ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ଛାତ୍ରାବାସରେ ଆଜକୁ ୧୫ ବର୍ଷ ପୂର୍ବେ ଖୋଲିଥିଲା। ଏହାପରେ ବିଦ୍ୟାଳୟର ସ୍ଥାୟୀ କୋଠା ପାଇଁ ବାରମ୍ବାର ଚେଷ୍ଟା ହୋଇଛି। କିନ୍ତୁ ତାହା ସଫଳ […] The post ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ… appeared first on Dharitri Odia News.
ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ଛାତ୍ରାବାସରେ ଆଜକୁ ୧୫ ବର୍ଷ ପୂର୍ବେ ଖୋଲିଥିଲା। ଏହାପରେ ବିଦ୍ୟାଳୟର ସ୍ଥାୟୀ କୋଠା ପାଇଁ ବାରମ୍ବାର ଚେଷ୍ଟା ହୋଇଛି। କିନ୍ତୁ ତାହା ସଫଳ ହୋଇ ପାରିନାହିଁ। ୩ ବର୍ଷ ପୂର୍ବେ ସ୍ଥାୟୀ କୋଠା ପାଇଁ ସ୍ଥାନୀୟ ଶିଳ୍ପ ତାଲିମ କେନ୍ଦ୍ର ସମ୍ମୁଖରେ ୯ ଏକର ଜମି ସରକାର ଦେଇଛନ୍ତି। ତଥାପି କୋଠା କାମ ଆରମ୍ଭ ହୋଇପାରୁନାହିଁ। ଏନେଇ ଅଭିଭାବକମାନେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟି ସ୍ଥାୟୀ କୋଠା ପାଇଁ ବାରମ୍ବାର ଦାବି କରୁଥିଲେ। ଏନେଇ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଜାଣିବା ପରେ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ବର୍ତ୍ତମାନ ସ୍ଥାୟୀ କୋଠା ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ ହୋଇଛି। ଟେଣ୍ଡର ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି। ଚଳିତ ଶିକ୍ଷାବର୍ଷରୁ ହିଁ ସ୍ଥାୟୀ କୋଠା କାମ ଆରମ୍ଭ ହେବ। ଏଥିସହ ବିଦ୍ୟାଳୟରେ ବହୁଦିନ ହେବ ଲାଗି ରହିଥିବା ଶୌଚାଳୟ ସମସ୍ୟା ୫ ଦିନ ପୂର୍ବେ ଦୂର କରାଯାଇଛି।
ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ସହଯୋଗ କ୍ରମେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ହୋଇଥିଲା। ବର୍ତ୍ତମାନ ଅଧ୍ୟକ୍ଷ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷରୁ +୨ କିଭଳି ଖୋଲିବ ସେଥିପାଇଁ ବର୍ତ୍ତମାନଠୁ ପଦକ୍ଷେପ ନେଲେଣି। ତେଣୁ ଅଧ୍ୟକ୍ଷ ଗତ ଶନିବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଯୁକ୍ତ ୨ ଖୋଲିବା ପାଇଁ ସହଯୋଗ କାମନା କରିଥିଲେ। ଏହାପୂର୍ବରୁ କିଛି ଅଭିଭାବକ ମଧ୍ୟ ଯୁକ୍ତ ୨ ଏଠାରେ ଖୋଲିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ। ଅଞ୍ଚଳର ହିତ ପାଇଁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଏନେଇ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବା ପାଇଁ ବିଧାୟକ ନାୟକ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ କିଛି ଅଧିକାରୀଙ୍କୁ ବିଧାୟକ ଯୁକ୍ତ ୨ ଖୋଲିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଦ୍ୟାଳୟ ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଚେୟାରମ୍ୟାନ ଥିବା ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଓ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ମଧ୍ୟ ସହଯୋଗ ଲୋଡ଼ିଛନ୍ତି। ଯେହେତୁ କେନ୍ଦ୍ରୀୟ ବିଦ୍ୟାଳୟ ବର୍ତ୍ତମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କୋଠାରେ ଚାଲିଛି, ଯୁକ୍ତ ୨ ଖୋଲିବାକୁ ହେଲେ ଆଉ ୬ ଟି ରୁମ୍ ଆବଶ୍ୟକ। ବିଦ୍ୟାଳୟ କୋଠକୁ ଲାଗିଥିବା କଲେଜର ଆଉ କିଛି ଅବ୍ୟବହୃତ ରୁମ୍ ଦେବା ପାଇଁ ଅଧ୍ୟକ୍ଷ ନିବେଦନ କରିଛନ୍ତି। ତେଣୁ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ରହିଲେ ଯୁକ୍ତ ୨ ନିଶ୍ଚିତ ଖୋଲିବ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ୨ ଖୋଲି ନ ଥିବାରୁ ଏଠାରୁ ପ୍ରତିବର୍ଷ ଉତ୍ତୀର୍ଣ୍ଣ ହେଉଥିବା ୪୦ରୁ ଊର୍ଦ୍ଧ୍ୱ ଛାତ୍ର ଉଚ୍ଚଶିକ୍ଷା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୁକ୍ତ ୨ ଏଠାରେ ଖୋଲିଲେ ଆଉ ସେହି ସମସ୍ୟା ରହିବ ନାହିଁ। ଅଧ୍ୟକ୍ଷଙ୍କ ଏହିଭଳି ପ୍ରୟାସ ଏବଂ ବିଧାୟକଙ୍କ ଆଶ୍ୱାସନା ନେଇ ଅଭିଭାବକମାନେ ଖୁସିବ୍ୟକ୍ତ କରିଛନ୍ତି।
The post ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ… appeared first on Dharitri Odia News.