ଟିମ୍ ଇଣ୍ଡିଆକୁ ଫେରିବାକୁ ଚାହୁଁଛନ୍ତି ଯୁବରାଜ ସିଂ, ଭାରତକୁ ଜିତାଇବାକୁ ଚାହାନ୍ତି ଆଇସିସି ଟ୍ରଫି
କୋଲକାତା: ବିଶ୍ଵକପ୍ ବିଜୟୀ ଦଳର ନାୟକ ଯୁବରାଜ ଭାରତୀୟ ଦଳକୁ ଫେରିବା ପାଇଁ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ କ୍ରିକେଟ୍ ଦଳକୁ ଆଗାମୀ ସମୟର ଚ୍ୟାଲେଞ୍ଜ ପାଇଁ ମାନସିକ ଭାବେ ପ୍ରସ୍ତୁତ କରିବାକୁ ସେ ମେଣ୍ଟର ଭୁମିକା ନିର୍ବାହ କରିବାକୁ ଚାହାନ୍ତି। ଭାରତ ଗତ ବର୍ଷ ବିଶ୍ଵକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା। ଫଳରେ ଦଳକୁ ଆଇସିସି ଟ୍ରଫି ଜିତିବା ପାଇଁ ଆହୁରି ସମୟ ଅପେକ୍ଷା କରିବାକୁ ପଡ଼ିବ। Also read- ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା, ଦଳରେ ତିନି ୱିକେଟ୍ କିପର ଭାରତ ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ବେଳେ ଶେଷ ବିଶ୍ଵକପ୍ ୨୦୧୧ର ଜିତିଥିଲା। ଯୁବରାଜ 'ଯୁବରାଜ ସେଣ୍ଟର ଅଫ ଏକ୍ସିଲେନ୍ସ'ର ଉଦଘାଟନ ସମୟରେ କହିଛନ୍ତି, ମୋତେ ଲାଗୁଛି ଆମେ ଅନେକ ଫାଇନାଲ୍ ମ୍ୟାଚ ଖେଳି ସାରିଲେଣି। ୨୦୧୭ରେ ମୁଁ ଗୋଟିଏ ଫାଇନାଲ୍ ମ୍ୟାଚ୍ର ଅଂଶ ଥିଲି, ଯେଉଁଥିରେ ଆମେ ପାକିସ୍ତାନ ହାତରୁ ପରାଜିତ ହୋଇଥିଲୁ। ଯୁବରାଜ କହିଛନ୍ତି, ଆଗାମୀ ବର୍ଷରେ ନିଶ୍ଚିତ ଭାବେ ଆମକୁ ଫାଇନାଲ୍ ମ୍ୟାଚ୍ ଜିତିବା ଉପରେ କାମ କରିବାକୁ ପଡ଼ିବ। ଆମର କୌଣସି ନା କୌଣସି ତ୍ରୁଟି ରହୁଛି, ଫଳରେ ଆମେ ଫାଇନାଲ୍ରେ ମାତ୍ ଖାଉଛୁ। ଯେବେ କୌଣସି ବଡ଼ ମ୍ୟାଚ୍ ଖେଳୁଛୁ, ଆମେ ଶାରିରୀକ ଭାବେ ପ୍ରସ୍ତୁତ ଥିଲେ ମଧ୍ୟ ମାନସିକ ଭାବେ ଆମକୁ ବହୁତ ମଜବୁତ
କୋଲକାତା: ବିଶ୍ଵକପ୍ ବିଜୟୀ ଦଳର ନାୟକ ଯୁବରାଜ ଭାରତୀୟ ଦଳକୁ ଫେରିବା ପାଇଁ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ କ୍ରିକେଟ୍ ଦଳକୁ ଆଗାମୀ ସମୟର ଚ୍ୟାଲେଞ୍ଜ ପାଇଁ ମାନସିକ ଭାବେ ପ୍ରସ୍ତୁତ କରିବାକୁ ସେ ମେଣ୍ଟର ଭୁମିକା ନିର୍ବାହ କରିବାକୁ ଚାହାନ୍ତି। ଭାରତ ଗତ ବର୍ଷ ବିଶ୍ଵକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା। ଫଳରେ ଦଳକୁ ଆଇସିସି ଟ୍ରଫି ଜିତିବା ପାଇଁ ଆହୁରି ସମୟ ଅପେକ୍ଷା କରିବାକୁ ପଡ଼ିବ।
Also read- ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା, ଦଳରେ ତିନି ୱିକେଟ୍ କିପର
ଭାରତ ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ବେଳେ ଶେଷ ବିଶ୍ଵକପ୍ ୨୦୧୧ର ଜିତିଥିଲା। ଯୁବରାଜ 'ଯୁବରାଜ ସେଣ୍ଟର ଅଫ ଏକ୍ସିଲେନ୍ସ'ର ଉଦଘାଟନ ସମୟରେ କହିଛନ୍ତି, ମୋତେ ଲାଗୁଛି ଆମେ ଅନେକ ଫାଇନାଲ୍ ମ୍ୟାଚ ଖେଳି ସାରିଲେଣି। ୨୦୧୭ରେ ମୁଁ ଗୋଟିଏ ଫାଇନାଲ୍ ମ୍ୟାଚ୍ର ଅଂଶ ଥିଲି, ଯେଉଁଥିରେ ଆମେ ପାକିସ୍ତାନ ହାତରୁ ପରାଜିତ ହୋଇଥିଲୁ।
ଯୁବରାଜ କହିଛନ୍ତି, ଆଗାମୀ ବର୍ଷରେ ନିଶ୍ଚିତ ଭାବେ ଆମକୁ ଫାଇନାଲ୍ ମ୍ୟାଚ୍ ଜିତିବା ଉପରେ କାମ କରିବାକୁ ପଡ଼ିବ। ଆମର କୌଣସି ନା କୌଣସି ତ୍ରୁଟି ରହୁଛି, ଫଳରେ ଆମେ ଫାଇନାଲ୍ରେ ମାତ୍ ଖାଉଛୁ। ଯେବେ କୌଣସି ବଡ଼ ମ୍ୟାଚ୍ ଖେଳୁଛୁ, ଆମେ ଶାରିରୀକ ଭାବେ ପ୍ରସ୍ତୁତ ଥିଲେ ମଧ୍ୟ ମାନସିକ ଭାବେ ଆମକୁ ବହୁତ ମଜବୁତ ରହିବାକୁ ପଡ଼ିବ।

ଯୁବରାଜ କହିଛନ୍ତି, ଯୁବ ଖେଳାଳିଙ୍କ ପ୍ରେରିତ କରିବାକୁ ପଡ଼ିବ। ସେମାନଙ୍କୁ ଚାପରେ କେମିତି ଖେଳିବାକୁ ହୁଏ ତା ଉପରେ ପ୍ରଶିକ୍ଷଣ ଦେବାକୁ ପଡିବ। ଚାପ ସମୟରେ କେବଳ ଜଣେ କି ଦୁଇ ଜଣ ଖେଳାଳି ନୁହେଁ ପୂରା ଦଳ ପ୍ରଦର୍ଶନ କଲେ ଯାଇ ଆମେ ଟ୍ରଫି ଜିତି ପାରିବା।
ମୁଁ ଦଳର ମାର୍ଗଦର୍ଶନ ଭୁମିକାରେ ରହିବାକୁ ପସନ୍ଦ କରିବି। ଆଗାମୀ ସମୟରେ ମୋର ପିଲା ବି ବଡ଼ ହୋଇଯିବ। ମୁଁ ସେମାନଙ୍କୁ କ୍ରିକେଟରେ ସାହାଯ୍ୟ କରିବାକୁ ଚାହିଁବି। ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଦଳକୁ ମାର୍ଗଦର୍ଶନ ଦେବାକୁ ଚାହିଁବି ବୋଲି ଯୁବରାଜ କହିଛନ୍ତି।
The post ଟିମ୍ ଇଣ୍ଡିଆକୁ ଫେରିବାକୁ ଚାହୁଁଛନ୍ତି ଯୁବରାଜ ସିଂ, ଭାରତକୁ ଜିତାଇବାକୁ ଚାହାନ୍ତି ଆଇସିସି ଟ୍ରଫି appeared first on Prameya News7.