ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ସାମିଲ ହେଲେ ବରୁଣ ଚକ୍ରବର୍ତ୍ତୀ
ମୁମ୍ବାଇ,୪।୨: ଟି-୨୦ ସିରିଜରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି। ବରୁଣ ଦଳ ସହିତ ପ୍ରଥମ ଏକଦିବସୀୟ ପାଇଁ ନାଗପୁର ଯାତ୍ରା କରିଥିଲେ ଏବଂ ଗୁରୁବାର ସିରିଜ୍ ଉଦଘାଟନୀ ପୂର୍ବରୁ ମଙ୍ଗଳବାର ଅଭ୍ୟାସ କରିଥିଲେ। ରବିବାର ଶେଷ ହୋଇଥିବା ଟି-୨୦ ସିରିଜରେ ଭାରତର ୪-୧ ବିଜୟରେ ସେ ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ। ଏହି ସିରଜରେ ୭.୬୬ ଇକୋନୋମି […] The post ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ସାମିଲ ହେଲେ ବରୁଣ ଚକ୍ରବର୍ତ୍ତୀ appeared first on Dharitri Odia News.
ମୁମ୍ବାଇ,୪।୨: ଟି-୨୦ ସିରିଜରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି। ବରୁଣ ଦଳ ସହିତ ପ୍ରଥମ ଏକଦିବସୀୟ ପାଇଁ ନାଗପୁର ଯାତ୍ରା କରିଥିଲେ ଏବଂ ଗୁରୁବାର ସିରିଜ୍ ଉଦଘାଟନୀ ପୂର୍ବରୁ ମଙ୍ଗଳବାର ଅଭ୍ୟାସ କରିଥିଲେ। ରବିବାର ଶେଷ ହୋଇଥିବା ଟି-୨୦ ସିରିଜରେ ଭାରତର ୪-୧ ବିଜୟରେ ସେ ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ। ଏହି ସିରଜରେ ୭.୬୬ ଇକୋନୋମି ସହିତ ୯.୮୬ ହାରରେ ୧୪ ୱିକେଟ୍ ନେଇଥିଲେ।
ବରୁଣ ଏପର୍ଯ୍ୟନ୍ତ ଦିନିକିଆରେ ସୁଯୋଗ ପାଇଁ ନାହାନ୍ତି। ସେ କେବଳ ୨୩ଟି ଲିଷ୍ଟ୍ ଏ ମ୍ୟାଚ୍ ଖେଳିଛନ୍ତି ଏବଂ ଚଳିତ ସିଜିନ୍ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ପାଇଁ ଛଅଟି ମ୍ୟାଚ୍ ରେ ୧୮ ୱିକେଟ୍ ସହିତ ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ। ଏକଦିବସୀୟ ଦଳରେ ତାଙ୍କର ଉପସ୍ଥିତି ଏକ ସ୍ପିନ୍-ଆକ୍ରମଣକୁ ଶକ୍ତି ପ୍ରଦାନ କରିବ ଯେଉଁଥିରେ ପୂର୍ବରୁ କୁଲଦୀପ ଯାଦବ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦର ସାମିଲ ଥିଲେ।
The post ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ସାମିଲ ହେଲେ ବରୁଣ ଚକ୍ରବର୍ତ୍ତୀ appeared first on Dharitri Odia News.